କର୍ଣ୍ଣାଟକ : ମନ୍ଦିର ଭୋଗ ଖାଇ ୧୧ ମୃତ, ୭୨ ଅସୁସ୍ଥ

Advertisment
କର୍ଣ୍ଣାଟକ : ମନ୍ଦିର ଭୋଗ ଖାଇ ୧୧ ମୃତ, ୭୨ ଅସୁସ୍ଥ

ବାଙ୍ଗାଲୁରୁ  : କର୍ଣ୍ଣାଟକର ଚମାରାଜନଗର ଜିଲ୍ଲାର କାମଗେରେ ଗ୍ରାମରେ ମନ୍ଦିର ପ୍ରସାଦ ଖାଇ ୧୧ ଜଣ ମୃତ୍ୟୁବରଣ କରିବା ସହ ପ୍ରାୟ ୭୨ ଜଣ ଅସୁସ୍ଥ ହୋଇପଡିଥିବା ସୂଚନା ମିଳିଛି । ସେମାନଙ୍କୁ ନିକଟସ୍ଥ ହସପିଟାଲ ମାନଙ୍କରେ ଭର୍ତ୍ତି କରାଯାଇଛି । ଅସୁସ୍ଥମାନଙ୍କ ମଧ୍ୟରୁ ପ୍ରାୟ ୧୨ ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବା ଜିଲ୍ଲା ଏସପି ଧର୍ମେନ୍ଦ୍ର କୁମାର ମୀନା କହିଛନ୍ତି ।

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ ଏହି ଘଟଣାକୁ ନେଇ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି। ଏଥି ସହିତ ରାଜ୍ୟ ସରକାର ଅସୁସ୍ଥ ଲୋକମାନଙ୍କୁ ସବୁ ପ୍ରକାରର ସହାୟତା ଯୋଗାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଖାଦ୍ୟ ବିଷାକ୍ତକରଣ ଫଳରେ ଏହି ଘଟଣା ଘଟିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି ଯେ ମାଣ୍ଡ୍ୟା ଓ ମହୀଶୂରର ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ଚମରାଜନଗର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ ସହାୟତା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଲୋକମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ୨୪ ଘଣ୍ଟା ନଜର ରଖାଯାଇଛି ବୋଲି ସେ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe