Image Source: The Times of India
ବେଙ୍ଗାଲୁରୁ: ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ସ୍ଥାନୀୟ ଲୋକେ ପ୍ରାୟ ୯ ଲକ୍ଷ ଟଙ୍କା ମୂଲ୍ୟର ସମୁଦାୟ ୪୭୦୦ କିଲୋ ପିଆଜ ଥିବା ୮୧ଟି ବସ୍ତା ଲୁଟିନେଲେ ବୋଲି କହିଥିବା ଦୁଇ ଜଣ ଟ୍ରକ୍ ଡ୍ରାଇଭର୍ ଏବଂ ସେମାନଙ୍କ ତିନିଜଣ ସହଯୋଗୀଙ୍କୁ ଗିରଫ କରାଯାଇଛି।
ଚେନ୍ନାଇକୁ ପିଆଜ ନେଇ ଯାଉଥିବା ସେ ଡ୍ରାଇଭର୍ ଦୁହେଁ କହିଲେ ଯେ ଶୁକ୍ରବାର ପାହାନ୍ତାପହର ଆଡ଼କୁ ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହୋଇ ନୟନଯୋଡ଼ିରେ ପଡ଼ିଯିବାକ୍ଷଣି ସ୍ଥାନୀୟ ଲୋକେ ଅଧାଅଧି ପିଆଜ ବସ୍ତା ନେଇଗଲେ।
Image Source: Deccan Chronicleତୁମକୁରୁ ଜିଲ୍ଲା ଅନ୍ତର୍ଗତ ତବରେକେରେ ଥାନାର ଜାଗ୍ରତ ମହିଳା ସବ୍-ଇନ୍ସ୍ପେକ୍ଟର୍ ମହାଲକ୍ଷ୍ମାମ୍ମା ଏଚ୍ଏନ୍ ସିରା ନିକଟବର୍ତ୍ତୀ ୟାରାଗୁଣ୍ଟେଶ୍ୱର ନଗର ରାସ୍ତାକଡ଼କୁ ଗଡ଼ିଯାଇଥିବା ଟ୍ରକ୍କୁ ଦେଖି ଅନୁମାନ କଲେ ଏଥିରେ କିଛି ରହସ୍ୟ ଅଛି। କାରଣ ସେଦିନ ସେ ରାତି ପାଟ୍ରୋଲିଙ୍ଗ୍ରେ ଥିଲେ ଏବଂ ଅଧଘଣ୍ଟାଏ ପୂର୍ବରୁ ସେ ବାଟ ଦେଇ ଗଲାବେଳେ ଅନ୍ୟ କୌଣସି ଟ୍ରକ୍ ଯାଇଥିବା ଦେଖି ନ ଥିଲେ।
ଦୁଇ ଡ୍ରାଇଭର୍ଙ୍କୁ ଥାନାକୁ ନେଇ ପଚରାଉଚୁରା କରିବା ପରେ ସେମାନେ ଦୋଷ ସ୍ୱୀକାର କରିଥିଲେ। ସେମାନେ କହିଲେ କି, ଚିତ୍ରଦୁର୍ଗା ଜିଲ୍ଲାର ହିରିୟୁର ଠାରେ ସେମାନେ ୮୧ ବସ୍ତା ପିଆଜ କାଢ଼ି ଅନ୍ୟ ଗୋଟାଏ ଗାଡ଼ିରେ ବେଙ୍ଗାଲୁରୁର ୟେଶଓ୍ଵାନ୍ତପୁର ବଜାରକୁ ପଠାଇ ଦେଇଥିଲେ।
ଷଡ଼ଯନ୍ତ୍ରର ମୁଖ୍ୟ ସନ୍ଦିଗ୍ଧ ଟ୍ରକ୍ ମାଲିକ ୧୯ ବର୍ଷିୟ ଚେତନ ଫେରାର ହୋଇ ଯାଇଛନ୍ତି। ପଡ଼ି ରହିଥିବା ଗାଡ଼ିଋଣ କିସ୍ତି ପରିଶୋଧ କରିବାକୁ ଚେତନ ଏଭଳି ଷଡ଼ଯନ୍ତ୍ର କରିଥିଲେ ବୋଲି ତଦନ୍ତକାରୀ ପୁଲିସ କହୁଛି।
Follow Us