ନୂଆଦିଲ୍ଲୀ: ଦେଶର ୫ଟି ଉଚ୍ଚ ନ୍ୟାୟାଳୟରେ ଆଜି ନୂତନ ମୁଖ୍ୟ ବିଚାରପତି ନିଯୁକ୍ତି ଦିଆଯାଇଛି। ଆଇନ ମନ୍ତ୍ରାଳୟ ପକ୍ଷରୁ ଜାରି ବିଜ୍ଞାପ୍ତିରେ କୁହାଯାଇଛି ଯେ ଉତ୍ତରାଖଣ୍ଡ, ସକ୍କିମ, କୋଲକାତା, ଗୌହାଟୀ ଏବଂ ବମ୍ବେ ହାଇକୋର୍ଟରେ ମୁଖ୍ୟ ବିଚାରପତି ନିଯୁକ୍ତି ଦିଆଯାଇଛି । ଏହି ନୂତନ ନିଯୁକ୍ତି ସହିତ ଦେଶର ସମସ୍ତ ୨୪ଟି ଉଚ୍ଚ ନ୍ୟାୟାଳୟରେ ପୂର୍ଣ୍ଣକାଳୀନ ମୁଖ୍ୟ ବିଚାରପତି ନିଯୁକ୍ତି ପ୍ରକ୍ରିୟା ସଂପୂର୍ଣ୍ଣ ହୋଇଛି। ଆନ୍ଧ୍ର ପ୍ରଦେଶ ଏବଂ ତେଲେଙ୍ଗାନା ହାଇକୋର୍ଟର ବିଚାରପତି ରମେଶ ରଂଗନାଥଙ୍କୁ ଉତ୍ତରାଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ନିଯୁକ୍ତି ଦିଆଯାଇଛି। ଉତ୍ତରାଖଣ୍ଡ ହାଇକୋର୍ଟର ବିଚାରପତି ବିଜୟ କୁମାର ବିଷ୍ଟଙ୍କୁ ସକ୍କିମ ହାଇକୋର୍ଟର ମୁଖ୍ୟ ବିଚାରପତି ନିଯୁକ୍ତି ଦିଆଯାଇଥିବା ବେଳେ କୋଲକାତା ହାଇକୋର୍ଟର ବିଚାରପତି ଦେବାଶିଷ ଗୁପ୍ତାଙ୍କୁ ପଦୋନ୍ନତି ଦେଇ ସେଠାରେ ମୁଖ୍ୟ ବିଚାରପତି ନିଯୁକ୍ତି ଦିଆଯାଇଛି। କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ଅଜ୍ଜିକୁଟିରା ସୋମେୟାଙ୍କୁ ଗୌହାଟି ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ବିଚାରପତି ହରିଶ୍ଚନ୍ଦ୍ର ପାଟିଲଙ୍କୁ ମୁମ୍ବାଇ ହାଇକୋର୍ଟର ମୁଖ୍ୟ ବିଚାରପତି ନିଯୁକ୍ତି ଦିଆଯାଇଛି।
୫ଟି ହାଇକୋର୍ଟରେ ନୂତନ ମୁଖ୍ୟ ବିଚାରପତି ନିଯୁକ୍ତ
Advertisment
Follow Us