୨ ସହରରେ ୫ ଘଣ୍ଟା ଯୁଦ୍ଧବିରତି: ସହର ଛାଡ଼ିବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ

Advertisment
୨ ସହରରେ ୫ ଘଣ୍ଟା ଯୁଦ୍ଧବିରତି: ସହର ଛାଡ଼ିବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ

Latest News Headlines

ନୂଆଦିଲ୍ଲୀ: ୟୁକ୍ରେନ୍‌ରେ ଯୁଦ୍ଧ ଅତ୍ୟନ୍ତ ଉଗ୍ର ରୂପ ନେବାରେ ଲାଗିଛି। ରୁଷ୍‌ ଗୋଟିଏ ପରେ ଗୋଟିଏ ସହରରେ ଧ୍ବଂସଲୀଳା ଚଲାଇଛି। କିବ୍‌, ଖାରକିଭ ଏବଂ ସୁମି ପରେ ରୁଷ୍‌ ଅନ୍ୟ ସହରଗୁଡ଼ିକୁ ଅଗ୍ରସର ହେଉଛି। ମୋଟ୍‌ ୪ଟି ସହର ରୁଷ୍‌ ସେନା ଛାଉଣି ପାଲଟିଯାଇଛି। ରୁଷ୍‌ର ଆକ୍ରମଣ ଯୋଗୁଁ ୪୦୦ରୁ ଅଧିକ ସାଧାରଣ ଲୋକଙ୍କ ପ୍ରାଣହାନି ହୋଇଥିବା ୟୁକ୍ରେନ୍‌ ଜାତିସଂଘକୁ ଜଣାଇଛି। ଇତି ମଧ୍ୟରେ ରୁଷ୍‌ ଆଜି ୟୁକ୍ରେନ୍‌ର ୨ଟି ସହର ମରିପଲ୍‌ ଏବଂ ଭୋଲ୍‌ନୋବଖାରେ ୫ ଘଣ୍ଟା ପାଇଁ ଯୁଦ୍ଧବିରତି ଘୋଷଣା କରିଛି। ଭାରତୀୟ ସମୟ ମଧ୍ୟାହ୍ନ ୧୨ଟାରୁ ଏହି ଯୁଦ୍ଧ ବିରତି ଆରମ୍ଭ ହୋଇଥିଲା। ସମସ୍ତ ନାଗରିକ ସୁରକ୍ଷିତ ଭାବେ ବାହାରିଯିବା ପାଇଁ ରୁଷ୍‌ ଏହି ୨ ସହରରେ ଯୁଦ୍ଧବିରତି ଘୋଷଣା କରିଥିଲା। ଯୁଦ୍ଧ ବିରତି ଲାଗୁ ହେବାମାତ୍ରେ ଲୋକେ ପ୍ରାଣ ବିକଳରେ ସହର ଛାଡ଼ୁଥିବା ଦେଖିବାକୁ ମିଳିଥିଲା।

କ୍ରେମଲିନ ୟୁକ୍ରେନ୍‌ର ମରିପଲ୍‌ ସହରରେ ବିଦ୍ୟୁତ୍‌, ଜଳ, ଖାଦ୍ୟ ଯୋଗାଣ ଏବଂ ଗମନାଗମନ ସବୁକିଛି ବିଚ୍ଛିନ୍ନ କରିଦେଇଛି। ଚଳିତ ସପ୍ତାହରେ ଖେରସନ୍‌କୁ ଟା‌ର୍ଗେଟ୍‌ କରିବାପରେ ଦ୍ବିତୀୟ ‌ପୋର୍ଟ‌୍ ସିଟି ଭାବେ ମରିପଲ୍‌କୁ ଟାର୍ଗେଟ୍‌ କରାଯାଇଛି। ରୁଷ୍‌ ଏବେ ଦକ୍ଷିଣ ପୋର୍ଟ‌୍ ସିଟି ମିକୋଲେଭ୍‌କୁ ଅଗ୍ରସର ହେଉଛି। ତେବେ ରୁଷ୍‌ର ଭୟଙ୍କର ଆକ୍ରମଣ ସତ୍ତ୍ବେ ଖାରକିଭ, ଚେର୍ନିହିଭ ଏବଂ ମରିପଲ୍‌ ଏବେ ବି ୟୁକ୍ରେନ୍‌ ସେନା ‌କେତେକ ସ୍ଥାନରେ ଲଢ଼େଇ ଜାରି ରଖିଛି । ସୁମିରେ ଏବେ ରାସ୍ତା ଘାଟରେ ଲଢ଼େଇ ହେଉଛି। ତେବେ ଏକ ଆଶ୍ବସ୍ତିକର ଖବର ହେଉଛି ଗତ ୨୪ ଘଣ୍ଟାରେ ଗୋଳାବର୍ଷା‌ କମ୍‌ ରହିଛି। ରୁଷ୍‌ ଗତକାଲି ଜାପୋରିଜିଆ ପରମାଣୁ ଶକ୍ତି କେନ୍ଦ୍ର ଉପରେ ଆକ୍ରମଣ କରିଥିଲା। ଏହାର ପରବର୍ତ୍ତୀ ଟାର୍ଗେଟ୍‌ ହେଉଛି ଜୁଝନୋକ୍ରେଂସ୍କ ପରମାଣୁ କେନ୍ଦ୍ର। ୟୁକ୍ରେନ୍‌ରେ ଏହା ଦ୍ବିତୀୟ ବୃହତ୍ତମ କେନ୍ଦ୍ର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe