ନୂଆଦିଲ୍ଲୀ: ଜୀବନ ନେଲା କାଳବୈଶାଖୀ । ଝଡ଼ତୋଫାନରେ ଚାଲିଗଲା ୫ ଜୀବନ । ଗତକାଲି ପ୍ରବଳ ବର୍ଷା ପବନରେ ଦିଲ୍ଲୀ ବେହାଲ ହୋଇଥିବା ବେଳେ ଦିଲ୍ଲୀ ଏବଂ ଏନସିଆରରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଦିଲ୍ଲୀରେ ୨ ଜଣ ଏବଂ ଏନସିଆରରେ ୩ ଜଣଙ୍କ ଜୀବନ ଯାଇଛି । କାନ୍ଥ ଏବଂ ଗଛ ପଡି ମୃତ୍ୟୁ ହୋଇଥିବା ପ୍ରାଥମିକ ସ୍ତରରେ ସୂଚନା ମିଳିଛି ।

Advertisment

ତେବେ ଗତକାଲି ସନ୍ଧ୍ୟାରେ ବର୍ଷା ପବନରେ ବେହାଲ ହୋଇଛି ରାଜଧାନୀ ଦିଲ୍ଲୀ । ଭୟଙ୍କର ବର୍ଷାରେ ବିଶେଷକରି ଏନସିଆର୍‌ ଅଞ୍ଚଳ ବେହାଲ ହୋଇଛି । ପ୍ରବଳ ଝଡ଼ତୋଫାନ ଫଳରେ ପରିସ୍ଥିତି ସଙ୍ଗୀନ ହୋଇଛି । ସଫଦରଜଙ୍ଗ ଅଞ୍ଚଳରେ ଘଣ୍ଟାକୁ ୮୦ କିଲୋମିଟର ବେଗରେ ପବନ ବହିବା ରେକର୍ଡ ହୋଇଛି । କିଛି ଜାଗାରେ ବିଦ୍ୟୁତ ସେବା ବାଧାପ୍ରାପ୍ତ ହୋଇଛି । ଝଡ଼ତୋଫାନାରେ ଗଛ ଉପୁଡ଼ିଛି । ହୋଡିଂ ଭାଙ୍ଗି ରାସ୍ତା ଉପରେ ପଡ଼ିଛି । ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । 

ପ୍ରବଳ ବର୍ଷା ପରେ ରାସ୍ତାରେ ପାଣି ଜମିଛି ଫଳରେ ଟ୍ରାଫିକ ଜାମ୍ ହୋଇଥିଲା ଆଉ ବର୍ଷା ପବନ ପାଇଁ ମେଟ୍ରୋ ସେବା ମଧ୍ୟ ଅଟକିଯାଇଥିଲା । ବିଭିନ୍ନ ଜାଗାରେ ଗଛ ଭାଙ୍ଗି ପଡ଼ିଥିବା ନେଇ ଖବର ମିଳିବା ପରେ ରାସ୍ତାରୁ ଗଛ ହଟାଯାଇଥିଲା । ଖାଲି ସଡ଼କପଥରେ ଯାତାୟତ ବାଧାପ୍ରାପ୍ତ ହୋଇନି, ବରଂ ବିମାନ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଥିଲା । ବହୁ ଉଡ଼ାଣକୁ ବାତିଲ କରାଯାଇଥିଲା, ବା ବିଳମ୍ବରେ ଉଡ଼ାଣ ପାଇଁ ଅନୁମତି ମିଳିଥିଲା । କହିବାକୁ ଗଲେ ଏକପ୍ରକାର ଦିଲ୍ଲୀ ଝଡତୋଫାନ ଏବଂ କୁଆପଥର ବର୍ଷାରେ ବେହାଲ ହୋଇଥିଲା । 

ଅଧିକ ପଢନ୍ତୁ-

ହଠାତ୍ ଘୋଟିଆସିଲା କଳାହାଣ୍ଡିଆ ମେଘ: ପ୍ରବଳ ବର୍ଷିଲା, ପବନ ବହିଲା, କୁଆପଥର ଖସିଲା... ରାତିରେ ରାଜଧାନୀ ବେହାଲ ହେଲା