ନୂଆଦିଲ୍ଲୀ: ହଠାତ୍ ଘୋଟିଆସିଲା କଳାହାଣ୍ଡିଆ ମେଘ । ଅଚାନକ ଛେଚିଲା, କଳସୀରେ ପାଣି ଢାଳିବା ପରି ଢାଳିଲା, ପବନ ୫୦ କି.ମି ବେଗରେ ବହିଲା... ବିଜୁଳିରେ କିଟିମିଟି ଅନ୍ଧାର ରାତିଟା ଆଲୋକିତ ହେଇଯାଉଥିଲା ଆଉ ଘଡ଼ିଘଡ଼ି ଶବ୍ଦରେ କାନ ତାବଦା ହେଇଯାଉଥିଲା...
ରାସ୍ତାରେ ମାଳମାଳ ଗାଡ଼ିର କେଁ କାଁ ଶବ୍ଦ ବର୍ଷାର ବିତ୍ପାତ ଆଉ କାଳବୈଶାଖୀର ତାଣ୍ଡବ ଆଗରେ କୁଆଡେ ହଜିଯାଉଥିଲା । ଖାଲି କଣ ବର୍ଷା ପବନ... ନା ବଡ଼ ବଡ଼ କୁଆପଥର ବି ଆକାଶରୁ ବର୍ଷିଥିଲା । ଗତ ସଂଧ୍ୟାରୁ ରାତି ଯାଏଁ ଦିଲ୍ଲୀରେ ପୂରା ତାଣ୍ଡବ ରଚିଥିଲା ବର୍ଷା-ପବନ ।
ଗତକାଲି ବର୍ଷାରେ ବେହାଲ ହୋଇଛି ରାଜଧାନୀ ଦିଲ୍ଲୀ । ଭୟଙ୍କର ବର୍ଷା । ବିଶେଷକରି ଏନସିଆର୍ ଅଞ୍ଚଳରେ ବୁଧବାର ସଂଧ୍ୟାରେ ପ୍ରବଳ ଝଡ଼ତୋଫାନ ହୋଇଛି । ସଫଦରଜଙ୍ଗ ଅଞ୍ଚଳରେ ଘଣ୍ଟାକୁ ୮୦ କିଲୋମିଟର ବେଗରେ ପବନ ବହିବା ରେକର୍ଡ ହୋଇଛି । କିଛି ଜାଗାରେ ବିଦ୍ୟୁତ ସେବା ବାଧାପ୍ରାପ୍ତ ହୋଇଛି । ଝଡ଼ତୋଫାନାରେ ଗଛ ଉପୁଡ଼ିଛି । ହୋଡିଂ ଭାଙ୍ଗି ରାସ୍ତା ଉପରେ ପଡ଼ିଛି । ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି ।
ଅଧିକ ପଢନ୍ତୁ:
ଆରବ ସାଗରରେ ଲଘୁଚାପ କ୍ଷେତ୍ର: ଡିପ୍ରେସନରେ ପରିଣତ ହେବା ସମ୍ଭାବନା
ପ୍ରବଳ ବର୍ଷା ପରେ ରାସ୍ତାରେ ପାଣି ଜମିଛି ଫଳରେ ଟ୍ରାଫିକ ଜାମ୍ ହୋଇଛି ଆଉ ବର୍ଷା ପବନ ପାଇଁ ମେଟ୍ରୋ ସେବା ମଧ୍ୟ ଅଟକିଯାଇଥିଲା । ଦିଲ୍ଲୀ ଅଗ୍ନିଶମ ବାହିନୀକୁ ୨୫ରୁ ଅଧିକ ଫୋନ୍ କଲ୍ ଆସିଥିଲା । ବିଶେଷକରି ବିଭିନ୍ନ ଜାଗାରେ ଗଛ ଭାଙ୍ଗି ପଡ଼ିବା ନେଇ ଏଥିରେ ଲୋକମାନେ ଜଣାଇଥିଲେ । ଖାଲି ସଡ଼କପଥରେ ଯାତାୟତ ବାଧାପ୍ରାପ୍ତ ହୋଇନି, ବରଂ ବିମାନ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି । ବହୁ ଉଡ଼ାଣକୁ ବାତିଲ କରାଯାଇଥିଲା, ବା ବିଳମ୍ବରେ ଉଡ଼ାଣ ପାଇଁ ଅନୁମତି ମିଳିଥିଲା । କିଛି ଦିନ ତାତିରେ ସନ୍ତୁଳି ହେବା ପରେ ଏହି ବର୍ଷାରୁ ଦିଲ୍ଲୀବାସୀଙ୍କୁ କିଛିଟା ଆଶ୍ବସ୍ତି ମିଳିଥିଲେ ହେଁ ଝଡ଼ତୋଫାନ ବିଭିନ୍ନ ଜାଗାରେ କ୍ଷୟକ୍ଷତି କରିଛି ।
ଅଧିକ ପଢନ୍ତୁ:
ଭୂକମ୍ପରେ ଥରହର ଗ୍ରୀସ୍: ବଡ଼ ଧରଣର ଭୂମିକମ୍ପ ଝଟକା ପରେ ସୁନାମୀ ଆଶଙ୍କା, ଲୋକେ ଆତଙ୍କିତ...
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/05/22/GTv6aayvf2Ng1QkwmmZ5.jpg)