Advertisment

ବୈଷ୍ଣୋଦେବୀ ଯିବା ରାସ୍ତାରେ ଭୂସ୍ଖଳନ, ୫ ମୃତ

Advertisment

ଜମ୍ମୁ କାଶ୍ମୀରର ରିଆସି ଜିଲ୍ଲା ସ୍ଥିତ ତ୍ରିକୂଟ ପାହାଡ଼ ଉପରେ ଅବସ୍ଥିତ ମାତା ବୈଷ୍ଣୋ ଦେବୀ ମନ୍ଦିରକୁ ଯିବା ରାସ୍ତାରେ ମଙ୍ଗଳବାର ଭୂସ୍ଖଳନ ହୋଇଛି। ଏଥିରେ ପାଞ୍ଚ ଜଣ ଭକ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ୧୪ ଜଣ ଆହତ ହୋଇଛନ୍ତି।

ଜମ୍ମୁ କାଶ୍ମୀରର ରିଆସି ଜିଲ୍ଲା ସ୍ଥିତ ତ୍ରିକୂଟ ପାହାଡ଼ ଉପରେ ଅବସ୍ଥିତ ମାତା ବୈଷ୍ଣୋ ଦେବୀ ମନ୍ଦିରକୁ ଯିବା ରାସ୍ତାରେ ମଙ୍ଗଳବାର ଭୂସ୍ଖଳନ ହୋଇଛି। ଏଥିରେ ପାଞ୍ଚ ଜଣ ଭକ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ୧୪ ଜଣ ଆହତ ହୋଇଛନ୍ତି।

Screenshot 2025-08-26 220549

ଜମ୍ମୁ : ଜମ୍ମୁ କାଶ୍ମୀରର ରିଆସି ଜିଲ୍ଲା ସ୍ଥିତ ତ୍ରିକୂଟ ପାହାଡ଼ ଉପରେ ଅବସ୍ଥିତ ମାତା ବୈଷ୍ଣୋ ଦେବୀ ମନ୍ଦିରକୁ ଯିବା ରାସ୍ତାରେ ମଙ୍ଗଳବାର ଭୂସ୍ଖଳନ ହୋଇଛି। ଅର୍ଦ୍ଧକୁମ୍ବାରୀରେ ଅବସ୍ଥିତ ଇନ୍ଦ୍ରପ୍ରସ୍ଥ ଭୋଜନାଳୟ ନିକଟରେ ଏହି ଭୂସ୍ଖଳନ ଘଟିଥିଲା, ଯେଉଁଥିରେ ପାଞ୍ଚ ଜଣ ଭକ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ୧୪ ଜଣ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆହୁରି କିଛି ଭକ୍ତ ପୋତି ହୋଇରହିଥିବା ଆଶଙ୍କା କରାଯାଉଛି । ମଙ୍ଗଳବାରକୁ ମିଶାଇ ଲଗାତାର ତୃତୀୟ ଦିନ ପାଇଁ ଜମ୍ମୁ କାଶ୍ମୀରର ଅନେକ ସ୍ଥାନରେ ପ୍ରବଳ ବର୍ଷା ହେଉଛି, ଯାହା ଯୋଗୁଁ ତ୍ରିକୂଟ ପାହାଡ଼ ଉପରେ ଭୂସ୍ଖଳନର ଏହି ଘଟଣା ଘଟିଛି।

ଜମ୍ମୁ ଡିଭିଜନରେ ପ୍ରବଳ ବର୍ଷା ଯୋଗୁଁ ଏପର୍ଯ୍ୟନ୍ତ ଆଠ ଜଣଙ୍କର ମୃତ୍ୟୁ ହୋଇଛି। ଏଥିମଧ୍ୟରୁ ପାଞ୍ଚ ଜଣ ଭକ୍ତ ହେଉଛନ୍ତି ଯେଉଁମାନେ ମାତା ବୈଷ୍ଣୋ ଦେବୀଙ୍କୁ ଦର୍ଶନ କରିବାକୁ ଆସିଥିଲେ। ୨୪ ରୁ ଅଧିକ ଘର ଏବଂ ସେତୁ କ୍ଷତିଗ୍ରସ୍ତ ହୋଇଛି। ଜମ୍ମୁର ପ୍ରାୟ ସମସ୍ତ ଜଳଭଣ୍ଡାର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି, ଯାହା ଯୋଗୁଁ ସହର ଏବଂ ଅନ୍ୟାନ୍ୟ ସ୍ଥାନରେ ଅନେକ ତଳିଆ ଅଞ୍ଚଳ ଏବଂ ରାସ୍ତା ଜଳପୂର୍ଣ୍ଣ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା କହିଛନ୍ତି ଯେ ଜମ୍ମୁ ଡିଭିଜନର ଅନେକ ସ୍ଥାନରେ ପରିସ୍ଥିତି ବହୁତ ଗମ୍ଭୀର ରହିଛି। ପରିସ୍ଥିତି ଉପରେ ନଜର ରଖିବା ପାଇଁ ସେ ନିଜେ ଶ୍ରୀନଗରରୁ ପରବର୍ତ୍ତୀ ଉପଲବ୍ଧ ବିମାନରେ ଜମ୍ମୁ ଆସିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe