୫ ଲକ୍ଷ ୫୦ ହଜାର ଟପିଗଲା କରୋନା ମୃତ୍ୟୁ

କୋଭିଡ୍‌ ସୁପରସ୍ପ୍ରେଡର ଥିବା ଗ୍ରାମରେ କେରଳ ମୁତୟନ କରିଛି କମାଣ୍ଡୋ

ବିଶ୍ବରେ ‌କରୋନା ସଂକ୍ରମଣ ଲଗାତାର କମୁଛି: ‘ହୁ’ ୨ ମାସରେ ସବୁଠୁ କମ୍‌ ସଂକ୍ରମଣ

FREE NEWS

ନୂଆଦିଲ୍ଲୀ: ବିଶ୍ବରେ କରୋନା ମୃତ୍ୟୁସଂଖ୍ୟା ୫ ଲକ୍ଷ ୫୦ ହଜାର ଟପିଯାଇଛି। ଗତକାଲି ବିଶ୍ବରେ ମୋଟ୍‌ ୫ ହଜାର ୫ ଶହରୁ ଅଧିକ ମୃତ୍ୟୁ ରେକର୍ଡ କରାଯାଇଛି। ୱାର୍ଲ୍ଡମିଟର ତଥ୍ୟ ଅନୁଯାୟୀ ବିଶ୍ବରେ ମୋଟ୍‌ କରୋନା ମୃତ୍ୟୁସଂଖ୍ୟା ୫ ଲକ୍ଷ ୫୩ ହଜାର ୧୯୫ରେ ପହଞ୍ଚିଛି। ଅନ୍ୟପକ୍ଷେ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୨୧ ଲକ୍ଷ ୧୩ ହଜାର ରହିଛି। ଗତକାଲି ପୁଣି ବିଶ୍ବରେ ୨ ଲକ୍ଷ ୧୩ ହଜାରରୁ ଅଧିକ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ବିଶ୍ବରେ ସଂକ୍ରମଣ ବଢ଼ିଚାଲିଛି। ଆମେରିକା ଏବଂ ଭାରତରେ ଲଗାତାର ସଂକ୍ରମଣ ବଢ଼ୁଛି। ଆଗକୁ ଭାରତ ବିଶ୍ବରେ ନୂଆ ହଟ୍‌ସ୍ପଟ୍‌ ପାଲଟିବ ବୋଲି କୁହାଯାଉଛି। ଆମେରିକାରେ ଆକ୍ରାନ୍ତ ସଂଖ୍ୟା ୩୧ ଲକ୍ଷ ୫୮ ହଜାର ଟପିଯାଇଛି। ଗତକାଲି ଆମେରିକାରେ ପୁଣି ୫୮ ହଜାରରୁ ଅଧିକ ନୂଆ ମାମଲା ଚିହ୍ନଟ ହୋଇଥିଲା। ତେବେ ୭ଟି ଲାଟିନ୍‌ ଆମେରିକୀୟ ରାଷ୍ଟ୍ରରେ ନୂଆ ସଂକ୍ରମଣ ବଢ଼ିଚାଲିଛି।

ବ୍ରାଜିଲ୍‌, ମେକ୍ସିକୋ ଏବଂ ପେରୁରେ ଦୈନିକ ସଂକ୍ରମଣ ବଢ଼ୁଛି। ବ୍ରାଜିଲ୍‌‌ରେ ଜୁଲାଇ ୮ ତାରିଖରେ ପୁଣି ୧ ହଜାର ୪୭ ଜଣଙ୍କ ମୃତ୍ୟୁ ହୋଇଛି। ଗତ ଗୋଟିଏ ସପ୍ତାହ ମଧ୍ୟରେ ଏହ‌ା ସର୍ବାଧିକ ମୃତ୍ୟୁ। ଜୁନ୍‌‌ ଶେଷ ସପ୍ତାହରୁ ବ୍ରାଜିଲ୍‌ରେ ଦୈନିକ ସଂକ୍ରମଣ ହାରାହାରି ୩୭ ହଜାର ରହୁଛି। କିନ୍ତୁ ବ୍ରାଜିଲ୍‌ରେ ଏବେ ବି ସଂକ୍ରମଣ ଶୀର୍ଷରେ ପହଞ୍ଚିନଥିବା କୁହାଯାଉଛି। ମେକ୍ସିକୋରେ ଦୈନିକ ହାରାହାରି ନୂଆ ମାମଲା ଚଳିତ ସପ୍ତାହରେ ୬ ହଜାରରୁ ଅଧିକ ରହୁଛି। କଲମ୍ବିଆରେ ମଧ୍ୟ ସଂକ୍ରମଣ ବଢ଼ୁଛି। କିନ୍ତୁ ବ୍ରାଜିଲ୍‌ ଏବଂ ମେକ୍ସିକୋ ତୁଳନାରେ ପେରୁରେ ସଂକ୍ରମଣ ମାମଲା ବହୁତ କମ୍‌ ରହିଛି। ତେବେ ବ୍ରାଜିଲ୍‌‌ରେ ମୋଟ୍‌ ସଂକ୍ରମଣ ସଂଖ୍ୟା ୧୭ ଲକ୍ଷ ୧୬ ହଜାର ଟପିଯାଇଛି। ଅଷ୍ଟ୍ରେଲିଆର ମେଲ୍‌ବୋର୍ନ‌୍ ସହରରେ ସଂକ୍ରମଣ ବଢ଼ିବାରୁ ଏଠାରେ କଡ଼ା ଲକ୍‌ଡାଉନ୍‌ ଜାରି ହୋଇଛି। ବିନା କାରଣରେ ଘରୁ ବାହାରିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଉଛ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe