କର୍ଣ୍ଣାଟକରେ ବିଜେପି ବିପର୍ଯ୍ୟୟର ୫ ପ୍ରମୁଖ କାରଣ: ୨୦୧୮ କର୍ଣ୍ଣାଟକ ନିର୍ବାଚନ ଫଳ ମୋଟ ଆସନ ୨୨୪

ଜୁଲାଇ ୨୪ରେ ୩ ରାଜ୍ୟରେ ରାଜ୍ୟସଭା ନିର୍ବାଚନ

Image Courtesy of India Today

ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସଭରାଜ ବୋମାଇ କର୍ଣ୍ଣାଟକରେ ପରାଜୟ ସ୍ବୀକାର କରିଛନ୍ତି। କଂଗ୍ରେସକୁ କର୍ଣ୍ଣାଟକରେ ବିପୁଳ ବିଜୟ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପିର ଅନ୍ୟ ବରିଷ୍ଠ ନେତାଙ୍କ ପ୍ରଭାବଶାଳୀ ନିର୍ବାଚନ ପ୍ରଚାର ସତ୍ତ୍ବେ ବିଜେପି କର୍ଣ୍ଣାଟକରେ ବିଫଳ ହେଲା। ‌ କର୍ଣ୍ଣାଟକରେ ବିଜେପି ହାରିବାର ଅନେକ କାରଣ ରହିଛି। ଏଥି ମଧ୍ୟରୁ ୫ଟି ପ୍ରମୁଖ କାରଣ ହେଉଛି-

ଦୁର୍ନୀତି: କଂଗ୍ରେସ ଦୁର୍ନୀତି ପ୍ରସଙ୍ଗରେ ବିଜେପି ବିରୋଧରେ ଏହାର ନିର୍ବାଚନ ପ୍ରଚାର ଜୋରଦାର କରିଥିଲା। ୨୦୨୨ ରୁ କଂଗ୍ରେସ ବିଜେପି ବିରୋଧରେ ‘ପେ ସିଏମ୍‌’ ଏବଂ ‘୪୦ ପ୍ରତିଶତ କମିନ ସରକାର’ ସ୍ଲୋଗାନ ଦେଇ ନିର୍ବାଚନ ପ୍ରଚାର କରି ଆସୁଥିଲା। ବିଜେପି ସରକାରରେ ଥିବା ମନ୍ତ୍ରୀ ଏବଂ ନେତାମାନେ ସରକାରୀ ପ୍ରକଳ୍ପ ପାଇଁ ୪୦ ପ୍ରତିଶତ କମିସନ ନେଉଥିବା କଂଗ୍ରେସ ଅଭିଯୋଗ କରିଛି। କଂଗ୍ରେସର ଏହି ୪୦ ପ୍ରତିଶତ କମିସନ ସ୍ଲୋଗାନକୁ ଲୋକମାନେ ଗ୍ରହଣ କରିଛନ୍ତି।

ସରକାର ବିରୋଧରେ ଅସନ୍ତୋଷ: ୨୦୧୮ ବିଧାନସଭା ନିର୍ବାଚନ ପରେ କଂଗ୍ରେସ ଏବଂ ଜେଡିଏସ୍‌ ଦ୍ବାରା ଗଠନ ହୋଇଥିବା ମେଣ୍ଟ ସରକାର ୨୦୧୯ରେ ଅସ୍ବାଭାବିକ ଭାବେ ଭାଙ୍ଗି ଯାଇଥିଲା। ତେବେ ୧୯୮୫ ମସିହାରୁ କର୍ଣ୍ଣାଟକ କୌଣସି ଦଳକୁ ଲଗାତାର ଦ୍ବିତୀୟ ଥର ପାଇଁ କ୍ଷମତାକୁ ଫେରାଇନି। ଜେପି ଏହି ଧାରା ବଦଳାଇବାକୁ ଚେଷ୍ଟା କରିଥିଲା। ସରକାର ବିରୋଧୀ ଜନମତ ବିଜେପି ପାଇଁ ଅନୁକୂଳ ହେଲାନାହିଁ। ସଂରକ୍ଷଣ ଏବଂ ଧ୍ରୁବୀକରଣ : ବସବରାଜ ବୋମାଇ ସରକାର ସରକାରୀ ଚାକିରି ‌ଏବଂ ଶିକ୍ଷା କ୍ଷେତ୍ରରେ ଓିବିସି ଶ୍ରେଣୀରେ ମୁସଲିମଙ୍କ ପାଇଁ ଥିବା ୪ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥାକୁ ହଟାଇ ଏହାକୁ ପ୍ରମୁଖ ସମ୍ପ୍ରଦାୟ ମଧ୍ୟରେ ସମାନ ଭାବେ ବିଭାଜନ କରିଛନ୍ତି। କଂଗ୍ରେସ ଏହି ପ୍ରସଙ୍ଗକୁ ନେଇ ବିଜେପି ବିରୋଧରେ ପ୍ରଚାର କରିଛି। ଭୋକ୍କାଲିଗା ଏବଂ ଲିଙ୍ଗାୟତ ସଂପ୍ରଦାୟକୁ ନେଇ ମଧ୍ୟ ବିରୋଧୀ ନେତାମାନେ ବିଜେପିକୁ ଘେରିଥିଲେ। କଂଗ୍ରେସ ୭୫ ପ୍ରତିଶତ ସଂରକ୍ଷଣ ପ୍ରତିଶ୍ରୁତି ସହ ସଂଖ୍ୟାଲଘୁଙ୍କ ପାଇଁ ଥିବା ୪ ପ୍ରତିଶତ ସଂରକ୍ଷଣ ପୂନର୍ବାର ଫେରାଇବ ବୋଲି ପ୍ରତିଶ୍ରୁତି ଦେଇଥିଲା। ଏଥିସହ ଲିଙ୍ଗାୟତଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ବୃଦ୍ଧି କରିବାପାଇଁ କହିଥିଲା।

publive-image

ଦରବୃଦ୍ଧି: ପେଟ୍ରୋଲ ଡିଜେଲ୍‌ ଦର ବୃଦ୍ଧି, ଗ୍ୟାସ୍‌ ଦର ବୃଦ୍ଧି ଏବଂ ବେକାରୀ ସମସ୍ୟାକୁ କଂଗ୍ରେସ ମୁଖ୍ୟ ପ୍ରସଙ୍ଗ କରିଥିଲା। ଦରବୃଦ୍ଧି ନେଇ କଂଗ୍ରେସ ବିଜେପି ବିରୋଧରେ ଏହାର ନିର୍ବାଚନ ପ୍ରଚାର ଜୋରଦାର କରିଥିଲା। କଂଗ୍ରେସ ପ୍ରତି ଘରକୁ ୨୦୦ ୟୁନିଟ୍‌ ପର୍ଯ୍ୟନ୍ତ ମାଗଣା ବିଜୁଳି ଦେବ ବୋଲି ପ୍ରତିଶ୍ରୁତି ଦେଇଥିଲା। ଗୃହଲକ୍ଷ୍ମୀ ଯୋଜନା ଅଧୀନରେ କଂଗ୍ରେସ ପ୍ରତି ପରିବାରର ମହିଳାଙ୍କୁ ୨ ହଜାର ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଛି। ଅନ୍ନ ଭାଗ୍ୟ ଯୋଜନା ଅଧୀନରେ ଏହା ପ୍ରତି ବିପିଏଲ୍‌ ପରିବାରକୁ ୧୦ କିଲୋ ଖାଦ୍ୟଶସ୍ୟ ଦେବାକୁ ପ୍ରତିଶ୍ରୁତି ଦେଇଛି। ଗ୍ୟାସ୍‌ ଦର କମାଇବାକୁ କଂଗ୍ରେସର ପ୍ରତିଶ୍ରୁତି ଲୋକଙ୍କୁ ବେଶୀ ପ୍ରଭାବିତ କରିଛି ବୋଲି କୁହାଯାଉଛି।

ବରିଷ୍ଠ ନେତା ଦଳ ଛାଡ଼ିଦେଲେ : ବିଜେପି ଚଳିତ ବିଧାନସଭା ନିର୍ବାଚନରେ ଅନେକ ବରିଷ୍ଠଙ୍କୁ ବାଦ୍‌ ଦେଇଥିଲା। ନୂଆ ପିଢ଼ିଙ୍କୁ ସୁଯୋଗ ଦେବାପାଇଁ ବିଜେପି ଅନେକ ବରିଷ୍ଠ ନେତାଙ୍କୁ ଟିକେଟ ଦେଇନଥିଲା। ତେବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ସେଟ୍ଟାର ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ ସବାଡ଼ିଙ୍କ ସମେତ ଅନେକ ବରିଷ୍ଠ ନେତା ବିଜେପିର ଏହି ନିଷ୍ପତ୍ତିକୁ ବିରୋଧ କରି କଂଗ୍ରେସରେ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe