ପୁଲିସ ଗୁଳିରେ ୫ ମାଓବାଦୀ ମୃତ

Advertisment
ପୁଲିସ ଗୁଳିରେ ୫ ମାଓବାଦୀ ମୃତ

ମାଲକାନଗିରି: ଛତିଶଗଡ଼ରେ ପୁଲିସ ଗୁଳିରେ ୫ ମାଓବାଦୀ ମୃତ। ଦୁଇଟି ଭିନ୍ନ ଭିନ୍ନ ଘଟଣାରେ ୫ କ୍ୟାଡର୍ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି। ତେଲେଙ୍ଗାନା ସୀମାବର୍ତ୍ତୀ ବିଜାପୁର ଜିଲ୍ଲା ଇଲମିଡି ଓ ଉସୁର ଜଂଗଲରେ ମାଓବାଦୀଙ୍କ ଶିବିର ଚାଲିଥିବା ନେଇ ତେଲେଙ୍ଗାନା ଗ୍ରେହାଉଣ୍ଡ ଓ ଛତିଶଗଡ଼ ଡିଆରଜି ଯବାନଙ୍କ ପଷରୁ ଏକ ଅପରେସନ ଲଞ୍ଚ କରା ଯାଇଥିଲା।

ତେବେ ଆଜି ସକାଳୁ ଘଞ୍ଚ ଜଂଗଲରେ ଯବାନ ମାଓବାଦୀ ମୁହାଁମୁହିଁ ହୋଇ ଥିବା ବେଳେ ଗ୍ରେହାଉଣ୍ଡ ଯବାନଙ୍କ ଗୁଳିରେ ୪ ମାଓବାଦୀ ଟଳି ପଡିଛି। ମୃତଙ୍କ ମଧ୍ୟ ଡିଭିସି ମେମ୍ବର ସୁଧାକର ଥିବା ଜଣାପଡିଛି। ଘଟଣା ସ୍ଥଳରୁ ଏଲଏମଜି ଓ ଏସଏଲଆର ବନ୍ଧୁକ ସହ ବହୁ ମାରଣାସ୍ତ୍ର ଜବତ ହୋଇଛି। ସେହିପରି ସୁକମା ଜିଲ୍ଲା ତୋଙ୍ଗପାଲ ଥାନା ଅନ୍ତର୍ଗତ ମୁରଜୁମ ଜଂଗଲରେ ଡିଆରଜି ଯବାନଙ୍କ ଗୁଳିରେ ଜଣେ ମହିଳା ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ସୁକିମା ଏସପି ସୁନିଲ ଶର୍ମା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe