ବିଧାନସଭା ନିର୍ବାଚନ ପୂର୍ବରୁ ଆରଜେଡିକୁ ବଡ ଝଟକା, ଦଳ ଛାଡିଲେ ୫ ଜଣ ବିଧାନପରିଷଦ ସଦସ୍ୟ

ବିଧାନସଭା ନିର୍ବାଚନ ପୂର୍ବରୁ ଆରଜେଡିକୁ ବଡ ଝଟକା, ଦଳ ଛାଡିଲେ ୫ ଜଣ ବିଧାନପରିଷଦ ସଦସ୍ୟ

ପାଟନା: ଚଳିତ ବର୍ଷ ବିହାରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଆଉ ରାଜନୀତି ତାତି ମଧ୍ୟରେ ନେତାଙ୍କ ଦଳ ପରିବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦଳ ଜନତା ଦଳ ୟୁନାଇଟେଡ (ଜେଡିୟୁ) ଆରଜେଡିକୁ ଏକ ବଡ଼ ଝଟକା ଦେଇଛି। ଆରଜେଡିରୁ ଇସ୍ତଫା ଦେବା ପରେ ପାଞ୍ଚ ଜଣ ଏମଏଲସି(ବିଧାନପରିଷଦ ସଦସ୍ୟ) ଶାସକ ଶିବିରରେ ଯୋଗ ଦେଇଛନ୍ତି । ବିଧାନସଭା ନିର୍ବାଚନ ପୂର୍ବରୁ ଏହା ନୀତୀଶ କୁମାରଙ୍କ ମାଷ୍ଟର ଷ୍ଟ୍ରୋକ ବୋଲି କୁହାଯାଉଛି ।


ଜେଡିୟୁରେ ଯୋଗ ଦେଇଥିବା ଏହି ପାଞ୍ଚ ଜଣ ସଦସ୍ୟ ହେଉଛନ୍ତି ସଞ୍ଜୟ ପ୍ରସାଦ, ଦିଲ୍ଲୀପ ରାୟ, ରାଧାଚରଣ ସେଠ, ରଣବିଜୟ ସିଂହ ଓ କମରେ ଆଲମ | ସେମାନେ ବିଧାନ ପରିଷଦର ଅଧ୍ୟକ୍ଷ ଅବଧେସ ନାରାୟଣ ସିଂଙ୍କୁ ଇସ୍ତଫା ଦେବା ପରେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଞ୍ଚି ନୀତୀଶ କୁମାରଙ୍କୁ ଭେଟିଥିଲେ।

ନୀତୀଶଙ୍କ ଉପସ୍ଥିତିରେ ଏହି ପାଞ୍ଚଜଣ ନେତା ଜେଡିୟୁ ସଦସ୍ୟତା ଗ୍ରହଣ କରିଥିଲେ। କୁହାଯାଉଛି ଯେ ଆରଜେଡି ଛାଡିଥିବା ଏହି ନେତାମାନେ ଦଳର ସଭାପତି ଲାଲୁ ପ୍ରସାଦ ଯାଦବଙ୍କ ନିକଟତର ହୋଇଥିବାବେଳେ ତେଜସ୍ୱୀ ଯାଦବଙ୍କ କାର୍ଯ୍ୟ ଶୈଳୀରେ ଅସନ୍ତୁଷ୍ଟ ଥିଲେ | ଯେଉଁଥିପାଇଁ ସେମାନେ ଆରଜେଡିକୁ ଛାଡି ଜେଡିୟୁରେ ସାମିଲ ହୋଇଛନ୍ତି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe