ମମତାଙ୍କ ହାତ ଛାଡ଼ି ବିଜେପିରେ ଯୋଗ ଦେଇପାରନ୍ତି ଟିଏମସିର ୫ ଜଣ ସାଂସଦ, ବିଜେପି ସାଂସଦଙ୍କ ଦାବି

Advertisment
ମମତାଙ୍କ ହାତ ଛାଡ଼ି ବିଜେପିରେ ଯୋଗ ଦେଇପାରନ୍ତି ଟିଏମସିର ୫ ଜଣ ସାଂସଦ, ବିଜେପି ସାଂସଦଙ୍କ ଦାବି

photo-indian express

କୋଲକାତା: ଆସନ୍ତାବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବ। କିନ୍ତୁ ଏବେଠାରୁ ରାଜନୈତିକ ଅଙ୍କକଷା ଆରମ୍ଭ ହୋଇଗଲାଣି । ବିଜେପି ସାଂସଦ ଅର୍ଜୁନ ସିଂ ଦାବି କରିଛନ୍ତି ଯେ ବରିଷ୍ଠ ଟିଏମସି ସାଂସଦ ସୌଗାତ ରାୟଙ୍କ ସମେତ ୫ ଜଣ ସାଂସଦ ଖୁବ ଶୀଘ୍ର ବିଜେପିରେ ଯୋଗ ଦେଇପାରନ୍ତି। ବିଜେପି ରାଜ୍ୟ ଉପାଧ୍ୟକ୍ଷ ତଥା ବାରାକପୁର ସାଂସଦ ଅର୍ଜୁନ ସିଂ ଦାବି କରିଛନ୍ତି ଯେ ପଶ୍ଚିମବଙ୍ଗର ଦମଦମ ସାଂସଦ ସୌଗାତ ରାୟଙ୍କ ସହ ଅନ୍ୟ ଚାରିଜଣ ସାଂସଦ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇପାରନ୍ତି ।

ସୂଚନା ଥାଉ କି ପ୍ରଫେସର ସୌଗାତ ରାୟ ଲୋକସଭାର ସଦସ୍ୟ ହୋଇଥିବାବେଳେ, ମନମୋହନ ସିଂଙ୍କ ସରକାରରେ କେନ୍ଦ୍ର ମନ୍ତ୍ରୀ ଥିଲେ । ସେ ଚତୁର୍ଥ ଥର ପାଇଁ ସାଂସଦ ହୋଇଥିବାବେଳେ, ଏହାପୂର୍ବରୁ ସେ ୫ ଥର ବିଧାୟକ ମଧ୍ୟ ରହିଛନ୍ତି। ଅର୍ଜୁନ ସିଂ କହିଛନ୍ତି, 'ମୁଁ ସବୁବେଳେ କହୁଛି ଯେ ଟିଏମସିର ୫ ଜଣ ସାଂସଦ ଯେକୌଣସି ସମୟରେ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇପାରନ୍ତି ।

ମମତା ବାନାର୍ଜୀ ଯଦି ଆଜି ବଡ ନେତ୍ରୀ ହୋଇପାରିଛନ୍ତି, ଏଥିପାଇଁ ଅନେକ ବରିଷ୍ଠ ନେତା ପରିଶ୍ରମ କରିଛନ୍ତି | ନିଜର ରକ୍ତ ଦେଇ ଦଳକୁ ମଜଭୁତ ସ୍ଥାନରେ ପହଞ୍ଚାଇଛନ୍ତି | କିନ୍ତୁ ବର୍ତ୍ତମାନ ମମତା ବାନାର୍ଜୀ ତାଙ୍କ ବଳିଦାନକୁ ଭୁଲିଯାଇ ପୁତୁରାକୁ ଆସନରେ ବସାଇବାକୁ ଚାଁହୁଛନ୍ତି | ଯାହାକୁ ବରିଷ୍ଠ ନେତାମାନେ ଗ୍ରହଣ କରିପାରିବେ ନାହିଁ' |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe