ଇସ୍ରାଏଲ ସମର୍ଥନରେ ମିଳିତ ବିବୃତି ଜାରି କଲେ ୫ ରାଷ୍ଟ୍ର

Advertisment
ଇସ୍ରାଏଲ ସମର୍ଥନରେ ମିଳିତ ବିବୃତି ଜାରି କଲେ ୫ ରାଷ୍ଟ୍ର

ନୂଆଦିଲ୍ଲୀ: ଇସ୍ରାଏଲକୁ ଦୃଢ଼ ସମର୍ଥନ ଏବଂ ହମାସକୁ କଡ଼ା ନିନ୍ଦା କରି ୫ ରାଷ୍ଟ୍ର ବ୍ରିଟେନ, ଆମେରିକା, ଫ୍ରାନ୍ସ, ଜର୍ମାନୀ ଏବଂ ଇଟାଲି ଏକ ମିଳିତ ବିବୃତି ଜାରି କରିଛନ୍ତି। ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ, ଜର୍ମାନ ଚାନ୍ସେଲର ଓଲାଫ୍‌ ସ୍କଲ୍‌ଜ ଏବଂ ଇଟାଲି ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ପରସ୍ପର ସହ ଆଲୋଚନା କରିବାପରେ ଇସ୍ରାଏଲ ସମର୍ଥନରେ ମିଳିତ ବିବୃତି ଜାରି କରିଛନ୍ତି। ବିବୃତିରେ କୁହାଯାଇଛି, 'ଆମେ ଏହା ସ୍ପଷ୍ଟ କରୁଛୁ ଯେ ହମାସ ଆତଙ୍କବାଦୀ ଆକ୍ରମଣର କୌଣସି ଯଥାର୍ଥତା ନାହିଁ କି କୌଣସି ବୈଧତା ନାହିଁ। ଏହାକୁ ସର୍ବସାଧାରଣରେ ନିନ୍ଦା କରାଯିବା ଉଚିତ। ଆତଙ୍କବାଦ ପାଇଁ କୌଣସି ଯୁକ୍ତି ଗ୍ରହଣୀୟ ହେବନାହିଁ। ବର୍ବର ହମାସ ଆକ୍ରମଣକୁ ସାରା ବିଶ୍ବ ଦେଖୁଛି। ଏଭଳି ଅତ୍ୟାଚାରରୁ ଲୋକଙ୍କୁ ରକ୍ଷା କରିବାକୁ ଆମ ରାଷ୍ଟ୍ର ଇସ୍ରାଏଲକୁ ସମର୍ଥନ କରିବ ବୋଲି ଏହି ମିଳିତ ବିବୃତିରେ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe