ଲଦାଖରେ ୫ଟି ନୂଆ ଜିଲ୍ଲା ଗଠନ କଲେ କେନ୍ଦ୍ର ସରକାର

ଲଦାଖରେ ୫ଟି ନୂଆ ଜିଲ୍ଲା ଗଠନ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ୫ଟି ନୂଆ ଜିଲ୍ଲା ଗଠନ ସହିତ ଲଦାଖକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ପାଇବା ଦିଗରେ ଏକ ପଦକ୍ଷେପ ଭାବେ ବିବେଚନା କରାଯାଉଛି।

ladakh

ନୂଆଦିଲ୍ଲୀ: କେନ୍ଦ୍ର ସରକାର ୩୧ ଅକ୍ଟୋବର ୨୦୧୯ରେ ଜମ୍ମୁ-କଶ୍ମୀର ରାଜ୍ୟର ଏକ ଅଂଶ ଲଦାଖକୁ ଏକ ଅଲଗା କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ମାନ୍ୟତା ଦେଇଥିଲେ। ସେବେଠାରୁ ଲଦାଖକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦେବା ପାଇଁ ଲଗାତାର ଦାବି ହୋଇଆସୁଛି। ଏବେ ଲଦାଖରେ ୫ଟି ନୂଆ ଜିଲ୍ଲା ଗଠନ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ୫ଟି ନୂଆ ଜିଲ୍ଲା ଗଠନ ସହିତ ଲଦାଖକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ପାଇବା ଦିଗରେ ଏକ ପଦକ୍ଷେପ ଭାବେ ବିବେଚନା କରାଯାଉଛି।

ଲଦାଖରେ ୫ଟି ନୂଆ ଜିଲ୍ଲା ଗଠନ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ୫ଟି ନୂଆ ଜିଲ୍ଲା ଗଠନ ସହିତ ଲଦାଖକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ପାଇବା ଦିଗରେ ଏକ ପଦକ୍ଷେପ ଭାବେ ବିବେଚନା କରାଯାଉଛି।

ନୂଆ ଜିଲ୍ଲା ଗଠନ ନେଇ ନିଜେ ଗୃହମନ୍ତ୍ରୀ ଅମିତ ଶାହା ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ଏକ ପୋଷ୍ଟ କରିଛନ୍ତି। “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିକଶିତ ଓ ସମୃଦ୍ଧ ଲଦାଖକୁ ଦୃଷ୍ଟିରେ ରଖି କେନ୍ଦ୍ରଶାସିତ ଅଞ୍ଚଳରେ ୫ଟି ନୂଆ ଜିଲ୍ଲା ଗଠନ କରିବାକୁ ଗୃହ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ଏହି ପାଞ୍ଚଟି ଜିଲ୍ଲାଜାନସ୍କର, ଦ୍ରାସ, ଶାମ, ନୁବ୍ରା ଏବଂ ଚାଙ୍ଗଥାଙ୍ଗ ନାମରେ ଗଠନ କରାଯାଇଛି । ଏହା ପ୍ରଶାସନକୁ ସୁଦୃଢ଼ କରିବା ସହ ସରକାରୀ ସୁବିଧା କୁ ଲୋକଙ୍କ ଦ୍ୱାରଦ୍ୱାରରେ ପହଞ୍ଚାଇବାରେ ସହାୟକ ହେବ ।“

ସୂଚନାଯୋଗ୍ୟ, ଏହା ପୂର୍ବରୁ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ଘୋଷଣା ହୋଇସାରିଛି।

ଆହୁରି ପଢନ୍ତୁ : ଆତ୍ମଘାତୀ ଡ୍ରୋନ୍ ପରୀକ୍ଷା କଲା ଉତ୍ତର କୋରିଆ

ଆହୁରି ପଢନ୍ତୁ : ପରବର୍ତ୍ତୀ ଶାନ୍ତି ଆଲୋଚନା ପାଇଁ ଭାରତ ଉପଯୁକ୍ତ ସ୍ଥାନ ହୋଇପାରେ : ଜେଲେନସ୍କି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe