ଯାତ୍ରା ସମୟ ହ୍ରାସ ପାଇଁ ନିର୍ମାଣ କରାଯିବ ୫ଟି ନୂଆ ରାଜପଥ

Advertisment
୨୪ ନିର୍ବାଚନ ପୂର୍ବରୁ ଭିତ୍ତିଭୂମି ପ୍ରକଳ୍ପ ମାଧ୍ୟମରେ ଲୋକଙ୍କୁ ଆକୃଷ୍ଟ କରିବାକୁ ବିଜେପିର ଯୋଜନା  

ନୂଆଦିଲ୍ଲୀ: ପ୍ରମୁଖ ଶିଳ୍ପ ଓ ନିର୍ମାଣ ପେଣ୍ଠଗୁଡ଼ିକ ମଧ୍ୟରେ ସଡ଼କ ପଥରେ ଯୋଗାଯୋଗର ସମୟ ଓ ଦୂରତ୍ୱ ହ୍ରାସ ପାଇଁ ରାଜପଥ ମନ୍ତ୍ରାଳୟ ଅନ୍ୟୂନ ୫ଟି ରାସ୍ତା ନିର୍ମାଣ କରିବାକୁ ନୂଆ ଜମି ଚିହ୍ନଟ କରିଛି। ଏହାଦ୍ୱାରା ସାମ୍ପ୍ରତିକ ଦୂରତ୍ୱ ପ୍ରାୟ ୨୦୦ କିଲୋମିଟର କମି ଯିବ। ଗୁରୁଗ୍ରାମ ଓ ମୁମ୍ବାଇ ମଧ୍ୟରେ ପ୍ରାୟ ୨୦୦ କିଲୋମିଟର ଦୂରତ୍ୱ ହ୍ରାସ କରିବାପୂର୍ବକ ଅନ୍ୟ ଏକ ଗ୍ରିନ୍‌ଫିଲ୍‌ଡ୍‌ ଏକ୍ସ୍‍ପ୍ରେସ୍‌େଓ୍ଵ କାମ ଆରମ୍ଭ କରାଯାଇଥିବା କଥା ଗତମାସରେ ସରକାର ଘୋଷଣା କରିଥିଲେ।

ନୂତନ ସଡ଼କରେ ସାମିଲ କରାଯିବାକୁ ଭତିଣ୍ଡା-କଣ୍ଡାଲା, ଭତିଣ୍ଡା-ଆଜମେର୍‌, ରୟପୁର-ବିଶାଖାପଟ୍ଟନମ୍‌, ଚେନ୍ନାଇ-ସାଲେମ୍‌ ଏବଂ ଅମ୍ବାଲା-କାଟପୁତଲି ଆଦିକୁ ଚିହ୍ନଟ କରାଯାଇଛି। ଗୁରୁତ୍ୱପୂର୍ଣ୍ଣ ସହରମାନଙ୍କ ମଧ୍ୟରେ ପରିବହନର ଉନ୍ନତିକଳ୍ପେ ଆଉ ଦୁଇଟି ରାସ୍ତା ଫିଟାଇବାକୁ ନୂଆ ଜମି ଚିହ୍ନଟ କରାଯାଇଛି। ଏ ଦୁଇ ସହର ହେଉଛି ଛତିଶଗଡ଼ର ଦୁର୍ଗ-ଔରଙ୍ଗ ଏବଂ କର୍ଣ୍ଣାଟକର ମାଙ୍ଗାଲୋର୍‌-ଚିତ୍ରଦୁର୍ଗା।

publive-image

ସଂପ୍ରତି ପରିବହନ ପାଇଁ ଉଦ୍ଦିଷ୍ଟ ରାସ୍ତାଗୁଡ଼ିକୁ ପ୍ରଶସ୍ତ କରିବା ପରିବର୍ତ୍ତେ ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ଯଥା ସମ୍ଭବ ସିଧାସଳଖ ଗ୍ରିନ୍‌ଫିଲ୍‌ଡ୍‌ ହାଇେଓ୍ଵ ନିର୍ମାଣ ପାଇଁ ରାଜପଥ ମନ୍ତ୍ରାଳୟ ନିଷ୍ପତ୍ତି ନେଇଛି। ପୁରୁଣା ରାସ୍ତାଗୁଡ଼ିକୁ ପ୍ରଶସ୍ତ କରିବା ପାଇଁ ଜମି ଅଧିଗ୍ରହଣ, ପୁଣି ସେଥିପାଇଁ ଅଧିକ ମୂଲ୍ୟ ଦେବା ଓ ଜବରଦଖଲ ଉଚ୍ଛେଦ ଆଦି ଝମ୍ବିଲାରେ ପଶିବାକୁ ପଡୁଥିବାରୁ ଅଧିକରୁ ଅଧିକ ନୂଆ ରାସ୍ତା ନିର୍ମାଣ କରାଯିବ।

ଉଦାହରଣ ସ୍ୱରୂପ ଭତିଣ୍ଡା ଓ କଣ୍ଡାଲା ମଧ୍ୟରେ ସଳଖ ରାସ୍ତାଟି ରାଜସ୍ଥାନର ହନୁମାନଗଡ଼, ବିକାନେର, ଯୋଧପୁର, ବାରମର୍‌ ଏବଂ ସାଙ୍କୋର ମଧ୍ୟ ଦେଇ ଯିବା ଦ୍ୱାରା ଦୂରତ୍ୱ ପ୍ରାୟ ୨୦୦ କିଲୋମିଟର କମିଯିବ। ଏହି ଚାରିଥାକିଆ ରାସ୍ତା ନିର୍ମାଣ ହେବା ପାଇଁ ଖର୍ଚ୍ଚ କମ୍‌ ପଡ଼ିବ ଏବଂ ନୂତନ ଅଞ୍ଚଳ ବିକଶିତ ହୋଇ ପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe