୫ ଓଡ଼ିଆଙ୍କୁ ପଦ୍ମଶ୍ରୀ ପୁରସ୍କାର

୫ ଓଡ଼ିଆଙ୍କୁ ପଦ୍ମଶ୍ରୀ ପୁରସ୍କାର

ନୂଆଦିଲ୍ଲୀ : କେନ୍ଦ୍ର ସରକାର ୨୦୧୮ ପାଇଁ ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି। ଏଥିରେ ଓଡ଼ିଶାରୁ ପଦ୍ମଶ୍ରୀ ପୁରସ୍କାର ପାଇଁ ୫ ଜଣଙ୍କୁ ଚୟନ କରାଯାଇଛି। ସେମାନେ ହେଲେ ଭବାନୀ ଚରଣ ପଟ୍ଟନାୟକ-ଜନସେବା, ଚନ୍ଦ୍ରଶେଖର ରଥ-ସାହିତ୍ୟ ଓ ଶିକ୍ଷା, ଶିଶିର ମିଶ୍ର - ସିନେମା, ଗୋବର୍ଦ୍ଧନ ପାଣିକା - କଳା ଓ ହସ୍ତତନ୍ତ ଓ ପ୍ରଭାକର ମହାରଣା - ସ୍ଥାପତ୍ୟ।

ଏଥିସହିତ ଚଳିତ ବର୍ଷ ମୋଟ ୮୫ ଜଣଙ୍କୁ ପଦ୍ମ ସମ୍ମାନ ଦିଆଯାଇଥିବା ବେଳେ ୭୩ ଜଣଙ୍କୁ ପଦ୍ମଶ୍ରୀ, ୯ ଜଣଙ୍କୁ ପଦ୍ମଭୂଷଣ ଓ ୩ ଜଣଙ୍କୁ ପଦ୍ମବିଭୂଷଣରେ ସମ୍ମାନିତ କରାଯାଇଛି। ଏହାବ୍ୟତୀତ ୧୪ ଜଣ ବିଦେଶୀଙ୍କୁ ମଧ୍ୟ ପଦ୍ମଶ୍ରୀ ପୁରସ୍କାର ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe