ଆଜି ଲିଭିଭ୍‌ ସହରରେ ୫ଟି ଶକ୍ତିଶାଳୀ ରୁଷୀୟ କ୍ଷେପଣାସ୍ତ୍ର ପଡ଼ିଛି: ୟୁକ୍ରେନ୍‌

Advertisment
ଆଜି ଲିଭିଭ୍‌ ସହରରେ ୫ଟି ଶକ୍ତିଶାଳୀ ରୁଷୀୟ କ୍ଷେପଣାସ୍ତ୍ର ପଡ଼ିଛି: ୟୁକ୍ରେନ୍‌

Image Courtesy of The Telegraph India

କିବ୍: ୟୁକ୍ରେନ୍‌ର ପଶ୍ଚିମାଞ୍ଚଳରେ ଥିବା ଲିଭିଭ୍ ନଗରୀରେ ଆଜି ୫ଟି ଶକ୍ତିଶାଳୀ ରୁଷୀୟ ‌କ୍ଷେପଣାସ୍ତ୍ର ପଡ଼ିଥିବା କଥା ମେୟର୍ ଆଣ୍ଡ୍ରି ସାଦୋଭି ଫେସ୍‌ବୁକ୍‌ ପୋଷ୍ଟ୍‌ରେ ଉଲ୍ଲେଖ କରିଛନ୍ତି।

ସେ କହିଛନ୍ତି, ପରିସ୍ଥିତିର ମୁକାବିଲା ନିମନ୍ତେ କ୍ଷେପଣାସ୍ତ୍ର ପଡ଼ିଥିବା ସ୍ଥାନରେ ଜରୁରୀକାଳୀନ ସେବା ଟିମ୍‌ ପହଞ୍ଚିଛନ୍ତି। କ୍ଷେପଣାସ୍ତ୍ର ମାଡ଼ ଜନିତ ବିସ୍ଫୋରଣ ସଂକ୍ରାନ୍ତର ଅଧିକ ବିବରଣୀ ପରେ ପରେ ଦିଆଯିବ।

କେତେକ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ସୋମବାର ପ୍ରତ୍ୟୁଷରେ ଲିଭିଭ୍‌ରେ ରୁଷୀୟ କ୍ଷେପଣାସ୍ତ୍ର ମାଡ଼ ହେବା ପରି ମନେହୋଇଥିଲା। କେତେକ ଫ୍ଲାଟ୍‌ ବ୍ଲକ୍‌ ଉପରେ ଧୂଆଁ ଉଠୁଥିବା ଦେଖାଯାଉଥିଲା।

publive-image Image Courtesy of NDTV

ସୂଚନାଯୋଗ୍ୟ, ୟୁକ୍ରେନ୍‌ର ଅନ୍ୟ ପ୍ରାନ୍ତ ଅପେକ୍ଷା ରୁଷୀୟ ଆକ୍ରମଣରେ ଲିଭିଭ୍‌ ଏବଂ ବାକି ପଶ୍ଚିମାଞ୍ଚଳ କମ୍‌ ପ୍ରଭାବିତ ହୋଇଥିଲା। ଅଧିକୃତ ନଗରୀ ମାରିୟୁପୋଲ୍‌ ଏବଂ ଉତ୍ତରପଶ୍ଚିମ ନଗରୀଗୁଡ଼ିକ ଉପରେ ରୁଷ୍‌ ଆକ୍ରମଣ ତୀବ୍ରତର କରିଥିବାରୁ ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଦିମିର୍‌ ଜେଲେନ୍‌ସ୍କି ମସ୍କୋକୁ କଟୁ ସମାଲୋଚନା କରି କହିଛନ୍ତି, ସାଧାରଣ ନାଗରିକମାନଙ୍କ ପ୍ରତି ରୁଷ୍‌ ଜାଣିଶୁଣି ଆତଙ୍କ ସୃଷ୍ଟି କରୁଛି।

ୟୁକ୍ରେନ୍‌ ଉପରେ ରୁଷ୍‌ର ଆକ୍ରମଣ ତୀବ୍ରତର ହେବାରୁ ଶୁକ୍ରବାର ଦିନ ମଧ୍ୟ ଜେଲେନ୍‌ସ୍କି କହିଥିଲେ, ମୁଁ ଦୁନିଆରେ କାହାକୁ ବିଶ୍ବାସ କରି ପାରୁନାହିଁ। କାହାରି କଥାକୁ ବିଶ୍ବାସ କରିପାରୁନୁ। ରୁଷ୍‌ ଆକ୍ରମଣ ତୀବ୍ରତର ହେବା ପରେ ଆମେ ଆମ ପଡ଼ୋଶୀ ଦେଶମାନଙ୍କୁ ବି ବିଶ୍ବାସ କରୁନାହୁଁ। କେବଳ ନିଜ ଉପରେ, ୟୁକ୍ରେନବାସୀଙ୍କ ଉପରେ ଏବଂ ସଶସ୍ତ୍ର ସେନା ଉପରେ ଯାହା କିଛି ବିଶ୍ବାସ ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe