ବିପର୍ଯ୍ୟୟ ରିଲିଫ୍‌ ବାବଦକୁ ୩, ୦୦୦ କୋଟିରୁ ଅଧିକ ଟଙ୍କା ପାଇବେ ୫ଟି ରାଜ୍ୟ: କେନ୍ଦ୍ର ସରକାର

Advertisment
ବିପର୍ଯ୍ୟୟ ରିଲିଫ୍‌ ବାବଦକୁ ୩, ୦୦୦ କୋଟିରୁ ଅଧିକ ଟଙ୍କା ପାଇବେ ୫ଟି ରାଜ୍ୟ: କେନ୍ଦ୍ର ସରକାର

ନୂଆଦିଲ୍ଲୀ: ୨୦୨୦ରେ ପ୍ରାକୃତିକ ବିପର୍ଯ୍ୟୟ ଏବଂ କୀଟପତଙ୍ଗ ଆକ୍ରମଣର ସରବ୍ୟ ହୋଇଥିବା ୫ ରାଜ୍ୟ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ନେତୃତ୍ୱାଧୀନ ଏକ ଉଚ୍ଚସ୍ତରୀୟ କମିଟି ଶନିବାର ଦିନ ପ୍ରାୟ ୩,୧୧୩ କୋଟି ଟଙ୍କା ମଞ୍ଜୁର କରିଛି।

‘ନ୍ୟାସ୍‌ନାଲ୍‌ ଡିଜାଷ୍ଟର୍‌ ରିସ୍କ୍‌ ମ୍ୟାନେଜ୍‌ମେଣ୍ଟ୍‌ ଫଣ୍ଡ୍‌’ରୁ ଏହି ଅତିରିକ୍ତ କେନ୍ଦ୍ରୀୟ ସହାୟତା ପାଇବାକୁ ଥିବା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ହେଉଛି, ଆନ୍ଧ୍ର ପ୍ରଦେଶ, ବିହାର, ତାମିଲନାଡୁ, ପୁଦ୍ଦୁଚେରୀ ଏବଂ ମଧ୍ୟପ୍ରଦେଶ ବୋଲି ଗୃହମନ୍ତ୍ରାଳୟ ଜାରି କରିଥିବା ବିବୃତିରୁ ଜଣାପଡ଼ିଛି।

୨୦୨୦ରେ ବନ୍ୟା, ବାତ୍ୟା (ନିବାର ଓ ବୁରେଓ୍ଵି) ଏବଂ କୀଟପତଙ୍ଗଦ୍ୱାରା ପ୍ରଭାବିତ ୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ନିମନ୍ତେ ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟି ଅତିରିକ୍ତ କେନ୍ଦ୍ରୀୟ ସହାୟତା ଅନୁମୋଦନ କରିଛି।

publive-image Image Courtesy of NDTV

ଦକ୍ଷିଣ-ପଶ୍ଚିମ ମୌସୁମୀ ବୃଷ୍ଟିଜନିତ ବର୍ଷା ଯୋଗୁଁ ବନ୍ୟା ପ୍ରଭାବିତ ଆନ୍ଧ୍ର ପ୍ରଦେଶ ୨୮୦.୭୮ କୋଟି ଟଙ୍କା ଏବଂ ବିହାର ୧,୨୫୫.୨୭ କୋଟି ଟଙ୍କା ପାଇବେ।

ସେହିଭଳି ନିଓ୍ଵାର ବାତ୍ୟାଜନିତ କ୍ଷତି ନିମନ୍ତେ ୬୩.୧୪ କୋଟି ଓ ବୁରେଓ୍ଵି ବାତ୍ୟାଜନିତ କ୍ଷତି ନିମନ୍ତେ ୨୨୩.୭୭ କୋଟି ଟଙ୍କା ସହ ତାମିଲନାଡୁ ସମୁଦାୟ ୨୮୬.୯୧ କୋଟି ଟଙ୍କା କେନ୍ଦ୍ରୀୟ ସହାୟତା ପାଇବ।

ନିଓ୍ଵାର ବାତ୍ୟା ନିମନ୍ତେ କେନ୍ଦ୍ରଶାସିତ ଅଞ୍ଚଳ ପୁଦ୍ଦୁଚେରୀ ପାଇବ ୯.୯୧ କୋଟି ଟଙ୍କା।

ସେହିଭଳି, ଖରିଫ୍‌ ଋତୁରେ କୀଟପତଙ୍ଗ ଆକ୍ରମଣରେ ସରବ୍ୟ ମଧ୍ୟପ୍ରଦେଶ ପାଇବ ୧,୨୮୦.୧୮ କୋଟିର ଆର୍ଥିକ ସହାୟତା।

କେବଳ ସେତିକି ନୁହେଁ, ୨୦୨୦-୨୧ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ‘ଷ୍ଟେଟ୍‌ ଡିଜାଷ୍ଟର୍‌ ରିସ୍କ୍‌ ମ୍ୟାନେଜ୍‌ମେଣ୍ଟ୍‌ ଫଣ୍ଡ୍‌’ରୁ ଆଜି ପର୍ଯ୍ୟନ୍ତ ୨୮ଟି ରାଜ୍ୟ ଲାଗି ୧୯,୦୩୬.୩୬ କୋଟି ଟଙ୍କା ରିଲିଜ୍‌ କରିଛନ୍ତି। ଏହାଛଡ଼ା, ‘ଷ୍ଟେଟ୍‌ ଡିଜାଷ୍ଟର୍‌ ରିସ୍କ୍‌ ମ୍ୟାନେଜ୍‌ମେଣ୍ଟ୍‌ ଫଣ୍ଡ୍‌’ରୁ ୧୧ଟି ରାଜ୍ୟକୁ ୪,୪୦୯.୭୧ କୋଟି ଟଙ୍କା ଯୋଗାଇ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe