ବିମାନବନ୍ଦରରେ ଏହି ୫ ଟି ଶବ୍ଦ ବ୍ୟବହାର କରିବା ପୂର୍ବରୁ ହୋଇଯାଆନ୍ତୁ ସତର୍କ

Advertisment

ବିମାନବନ୍ଦରେ କିମ୍ବା ବିମାନରେ ଥିବା ସମୟରେ ୫ଟି ଶବ୍ଦ ବ୍ୟବହାର ପ୍ରତି ସତର୍କ ହୋଇ ଯାଆନ୍ତୁ। ଥଟ୍ଟାରେ ବି ଆତଙ୍କବାଦୀ, ମିସାଇଲ, ବୋମା, ବନ୍ଧୁକ ଓ ଫାୟର ଶବ୍ଦର କରନ୍ତୁ ନାହିଁ ବ୍ୟବହାର।

ବିମାନବନ୍ଦରେ କିମ୍ବା ବିମାନରେ ଥିବା ସମୟରେ ୫ଟି ଶବ୍ଦ ବ୍ୟବହାର ପ୍ରତି ସତର୍କ ହୋଇ ଯାଆନ୍ତୁ। ଥଟ୍ଟାରେ ବି ଆତଙ୍କବାଦୀ, ମିସାଇଲ, ବୋମା, ବନ୍ଧୁକ ଓ ଫାୟର ଶବ୍ଦର କରନ୍ତୁ ନାହିଁ ବ୍ୟବହାର।

୫୬୬

ନୂଆଦିଲ୍ଲୀ: ପୂର୍ବଅପେକ୍ଷା ଆଜିକା ସମୟରେ ଲୋକେ ନିଜନିଜ ଜୀବନରେ ଖୁବ ବ୍ୟସ୍ତ । ସମସ୍ତଙ୍କ ପାଖରେ ସମୟର ଅଭାବ। ଏଭଳି କ୍ଷେତ୍ରରେ ଅନେକଲୋକ ଯାତ୍ରାବେଳେ ସମୟ ସଞ୍ଚୟ କରିବା ପାଇଁ ଟ୍ରେନ୍ ଅପେକ୍ଷା ବିମାନରେ ଯାତ୍ରା କରିବାକୁ ପସନ୍ଦ କରନ୍ତି । ତେବେ ଆପଣ ବି ଯଦି ବିମାନରେ ଯାତ୍ରା କରିବା ପ୍ରତି ରୁଚି ରଖିଛନ୍ତି ଏଥିପାଇଁ ବିମାନବନ୍ଦରେ କିମ୍ବା ବିମାନରେ ଥିବା ସମୟରେ ୫ଟି ଶବ୍ଦ ବ୍ୟବହାର ପ୍ରତି ସତର୍କ ହୋଇ ଯାଆନ୍ତୁ। 

ତେବେ ଆସନ୍ତୁ ଜାଣିବା ଏହି ୫ ଟି ଶବ୍ଦ କ’ଣ କ’ଣ
ବଢ଼ୁଥିବା ଅପରାଧକୁ ଦୃଷ୍ଟିରେ ରଖି ବିମାନବନ୍ଦରରେ କଡ଼ା ସୁରକ୍ଷା ବ୍ୟବସ୍ଥା ରହିଛି। ତେଣୁ ବିମାନବନ୍ଦରରେ ସୁରକ୍ଷାକର୍ମୀମାନେ ପ୍ରତ୍ୟେକ ଯାତ୍ରୀଙ୍କ ଉପରେ ତନତନ କରି ନଜର ରଖିଛନ୍ତି। ଏଭଳି କ୍ଷେତ୍ରରେ  ଯଦି ଆପଣ ବିମାନବନ୍ଦରରେ ଥଟ୍ଟାରେ ବି ଆତଙ୍କବାଦୀ ଶବ୍ଦର ବ୍ୟବହାର କରୁଛନ୍ତି ତେବେ  ଆପଣଙ୍କୁ ସୁରକ୍ଷାକର୍ମୀମାନେ ଧରି ନେଇ ପାରନ୍ତି। ସେ ସମୟରେ ସେମାନେ ବିଶ୍ବାସ କରିବେ ନାହିଁ ଯେ ଆପଣ ଥଟ୍ଟାରେ କହୁଥିଲେ ବୋଲି। 

ସେହିପରି ବିମାନବନ୍ଦରରେ ବୋମା ଶବ୍ଦର ବ୍ୟବହାର କରିବା ଆଇନ ବିରୁଦ୍ଧ ଅଟେ। ଯଦି ଆପଣଙ୍କ ମୁହଁରେ ଏଭଳି ଶବ୍ଦ ବାହାରୁଛି ତେବେ ସୁରକ୍ଷାକର୍ମୀମାନେ ଆପଣଙ୍କୁ ଅଟକ ରଖି ଦେଇ ପାରନ୍ତି। ଯେଉଁ କାରଣରୁ ଆପଣଙ୍କ ବିମାନ ଯାତ୍ରା ବି ସ୍ଥଗିତ ହୋଇପାରେ। 

କେବଳ ଏତିକି ନୁହେଁ କଥା ହେବା ପ୍ରସଙ୍ଗରେ ଆପଣ ବିମାନବନ୍ଦରରେ ମିସାଇଲ୍, ବନ୍ଧୁକ, ଫାୟର ଶବ୍ଦର ଉଚ୍ଚାରଣ ଠାରୁ ଦୂରେଇ ରହୁନ୍ତି। କାରଣ ପ୍ରତିଦିନ ବିମାନବନ୍ଦରରୁ ଅନେକ ଅପରାଧୀ ଓ ଆତଙ୍କବାଦୀଙ୍କୁ ଗିରଫ କରାଯାଉଛି। ଏଭଳି କ୍ଷେତ୍ରରେ ସୁରକ୍ଷାକର୍ମୀମାନେ ଆପଣଙ୍କ ମୁଖରୁ ମିସାଇଲ୍, ବନ୍ଧୁକ, ଫାୟର ଶବ୍ଦର ଶୁଣନ୍ତୁ ତୁରନ୍ତ ଆପଣଙ୍କୁ କାବୁ କରି ଯାଞ୍ଚ ପାଇଁ ନେଇଯାଇପାରନ୍ତି। ଯେପର୍ଯ୍ୟଦ୍ତ ଯାଞ୍ଚ ଶେଷ ହୋଇନାହିଁ ଆପଣଙ୍କୁ ସେଠାରେ ହିଁ ରହିବାକୁ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe