ସେରମ ଇନଷ୍ଟିଚ୍ୟୁଟରେ ନିଆଁ ଲାଗିବା ଘଟଣା: ୫ମୃତ, ୪ଜଣ ଉଦ୍ଧାର

ସେରମ ଇନଷ୍ଟିଚ୍ୟୁଟରେ ନିଆଁ ଲାଗିବା ଘଟଣା: ୫ମୃତ, ୪ଜଣ ଉଦ୍ଧାର

ପୁଣେ: ଆଜି ଅପରାହ୍ନ ୩ଟାରେ ପୁଣେସ୍ଥିତ ସେରମ୍ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ‌ରେ ନିଆଁ ଲାଗିଥିଲା। ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବିଭାଗର ୧୦ଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଏବେ ୫ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। ନିଆଁକୁ ଆୟତ୍ତ କରି ୪ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ୫ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ନେଇ ସୂଚନା ଦେଇଛନ୍ତି ପୁଣେର ମେୟର ମୁରଲୀଧର ମୋହର। ପ୍ରଥମେ ଭିତରେ କେହି ଫସି ନଥିବା ନେଇ ସୂଚନା ମିଳିଥିବା ବେଳେ ପରେ ଭିତରେ ୪ଜଣ ଫସିରହିଥିବା ନେଇ ଖବର ମିଳିଥିଲା। ଏବେ ସମସ୍ତ ୪ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୫ଜଣଙ୍କ ମୃତଦେହ ମିଳିଛି। ତେବେ କରୋନା ଟିକା କୋଭିସିଲ୍ଡ ରଖାଯାଇଥିବା କୋଠାଟି ନିଆଁ ଲାଗିଥିବା କୋଠା ପାଖରେ ଥିଲେ ମଧ୍ୟ ଟିକା ଉପରେ କୌଣସି ପ୍ରଭାବ ପଡ଼ିନଥିବା ଜଣାପଡ଼ିଛି।

serum institute fire covishiled vaccine indiatoday

ଏବେ ନିଆଁକୁ ଆୟତ୍ତକୁ ଅଣାଯିବା ପରେ ଶୀତଳୀକରଣ ପ୍ରକ୍ରିୟା ଚାଲୁ ରହିଛି। ପ୍ରାଥମିକ ତଦନ୍ତ ଅନୁସାରେ ବୈଦୁତିକ ତ୍ରୁଟି ପାଇଁ ନିଆଁ ଲାଗିଥିବା ଜଣାପଡ଼ିଛି। ନିର୍ମାଣାଧୀନ କୋଠାରେ ଚାଲିଥିବା ‌ୱେଲଡିଂ କାମ ପାଇଁ ଏହି ନିଆଁ ଲାଗିଥିବା କୁହାଯାଉଛି। ୫ ଜଣଙ୍କ ମୃତ୍ୟୁ ଖବର ପାଇଁ ସେରମ୍ ଇନଷ୍ଟିଚ୍ୟୁଟ୍ ସିଇଓ ଅଦର ପୁନାୱାଲା କହିଛନ୍ତି ଯେ, ଆମେ ବର୍ତ୍ତମାନ ଏକ ଦୁଃଖଦାୟକ ଖବର ପାଉଛୁ। ପରବର୍ତ୍ତୀ ଅନୁସନ୍ଧାନ ପରେ ଆମେ ଜାଣିବାକୁ ପାଇଛୁ ଯେ, ଦୁର୍ଭାଗ୍ୟବଶତଃ ୫ ଜଣଙ୍କ ଜୀବନ ହାନି ହୋଇଛି । ଏ ନେଇ ଆମେ ଗଭୀର ଦୁଃଖିତ ଏବଂ ମୃତକଙ୍କ ପରିବାର ସଦସ୍ୟଙ୍କୁ ଆମର ଗଭୀର ସମବେଦନା ଜଣାଉଛୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe