ଚୀନ୍‌ର ଉଇଘର ଦମନକୁ ୫୦ ଦେଶର ନିନ୍ଦା

Advertisment
ଚୀନ କମ୍ପାନିଙ୍କ ସହ ଏମଓୟୁ କରିପାବେନି ଭାରତୀୟ ଶିକ୍ଷାନୁଷ୍ଠାନ !

Image Courtesy of NDTV

ୱାସିଂଟନ: ପୂର୍ବ ତୁର୍କିସ୍ତାନର ଉଇଘର ଓ ଅନ୍ୟ ତୁର୍କୀ ଜନସାଧାରଣଙ୍କ ଉପରେ ଚୀନ୍ ଦମନଲୀଳା ଚଳାଇଥିବାରୁ ଏହାକୁ ଜାତିସଂଘର ସଦସ୍ୟ ଥିବା ୫୦ଟି ଦେଶ ନିନ୍ଦା କରିଛନ୍ତି। ସେମାନେ ଏ ନେଇ ଏକ ମିଳିତ ବିବୃତି ଜାରି କରିଛନ୍ତି। ଉକ୍ତ ମିଳିତ ବିବୃତିରେ ସ୍ବାକ୍ଷର କରିଥିବା ଦେଶଗୁଡ଼ିକ ଭିତରେ ଅଷ୍ଟ୍ରେଲିଆ, ଅଷ୍ଟ୍ରିଆ, ବେଲଜିୟମ୍, ବୁଲଗେରିଆ, କାନାଡ଼ା, କ୍ରୋସିଆ, ଡେନମାର୍କ, ଫିନଲାଣ୍ଡ, ଫ୍ରାନ୍ସ, ଜର୍ମାନୀ, ଇସ୍ରାଏଲ, ଇଟାଲି, ଜାପାନ, ପୋଲାଣ୍ଡ, ନରୱେ, ରୋମାନିଆ, ପର୍ତ୍ତୁଗାଲ, ସ୍ପେନ, ‌ସ୍ବିଡେନ, ସ୍ବିଜରଲାଣ୍ଡ, ତୁର୍କୀ, ୟୁକ୍ରେନ୍, ଇଂଲଣ୍ଡ ଓ ଆମେରିକା ଆଦି ରହିଛନ୍ତି। ଭାରତ ଏଥିରେ ନାହିଁ। ଜାତିସଂଘ ସାଧାରଣ ସଭାର ତୃତୀୟ କମିଟି ଦ୍ବାରା ମାନବାଧିକାର ଉପରେ ବୈଠକ ଚାଲିଥିବା ବେଳେ କାନାଡ଼ା ଦ୍ବାରା ଏହି ମିଳିତ ବିବୃତି ସମସ୍ତ ସଦସ୍ୟ ରାଷ୍ଟ୍ର ପ୍ରତିନିଧିଙ୍କୁ ପ୍ରଦାନ କରାଯାଇଥିଲା। ପୂର୍ବ ତୁର୍କିସ୍ତାନରେ ଚୀନ୍ ଜାତିସଂଘ ମାନବାଧିକାର ଉଚ୍ଚାୟୁକ୍ତଙ୍କ ସୁପାରିସ ଅନୁଯାୟୀ ମାନବାଧିକାରର ପାଳନ କରିବାକୁ ମିଳିତ ବିବୃତିରେ କୁହାଯାଇଛି।

ଏହି ବିବୃତିରେ କୁହାଯାଇଛି, ଚୀନ୍ ସିଞ୍ଜିୟାଂଗ ଅଞ୍ଚଳରେ ଲୋକଙ୍କୁ ବଞ୍ଚିବାର ସର୍ବନିମ୍ନ ଅଧିକାର ପ୍ରଦାନ କରୁ। ଯେଉଁମାନଙ୍କୁ ମନଇଚ୍ଛା ଗିରଫ କରି ଅଟକ ରଖାଯାଇଛି ସେମାନଙ୍କୁ ମୁକ୍ତ କରୁ। ନିଖୋଜଙ୍କ ସଂପର୍କରେ ଚୀନ୍ ସ୍ପଷ୍ଟୀକରଣ ଦେଉ। ଚୀନ୍ ସେ ଅଞ୍ଚଳରେ ନରସଂହାର ବନ୍ଦ କରୁ। ଉଇଘର ମୁସଲମାନମାନେ ଜାତିସଂଘର ଏ ମିଳିତ ବିବୃତିକୁ ପ୍ରଶଂସା କରିଛନ୍ତି। ଗତ ଅଗଷ୍ଟ ୩୧ ତାରିଖରେ ଜାତିସଂଘ ମାନବାଧିକାର ବିଭାଗ ପକ୍ଷରୁ କୁହାଯାଇଥିଲା ଯେ ପୂର୍ବ ତୁର୍କିସ୍ତାନରେ ଚୀନ୍ ଯେଉଁଭଳି ଭାବେ ଲୋକଙ୍କୁ ନିର୍ଯାତନା ଦେଉଛି ତାହାକୁ ‘ମାନବତା ବିରୋଧରେ ଅପରାଧ’ ବୋଲି କୁହାଯାଇପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe