୨୦୨୦‌ରେ ବାଲ୍ୟ ବିବାହରେ ୫୦% ବୃଦ୍ଧି, କର୍ଣ୍ଣାଟକରେ ସର୍ବାଧିକ

ଏନସିଆରବି ରିପୋର୍ଟ ତଥ୍ୟ: ଦୁଇ ବର୍ଷରେ ବାଲ୍ୟ ବିବାହ ୫୦% ବୃଦ୍ଧି

iPleaders

ନୂଆଦିଲ୍ଲୀ : ୨୦୨୦ରେ ଦେଶରେ ବାଲ୍ୟ ବିବାହରେ ୫୦ ପ୍ରତିଶତ ବୃଦ୍ଧି ହୋଇଛି। ଏନ୍‌ସିଆରବି ରିପୋର୍ଟ ଅନୁଯାୟୀ ୨୦୨୦ରେ ବାଲ୍ୟ ବିବାହ ନିରାକରଣ ଆଇନ ଅଧୀନରେ ୭୮୫ ମାମଲା ରୁଜୁ ହୋଇଛି। କର୍ଣ୍ଣାଟକରେ ବାଲ୍ୟ ବିବାହ ବିରୋଧରେ ସର୍ବାଧିକ ୧୮୪ ମାମଲା ରୁଜୁ ହୋଇଥିବାବେଳେ ଆସାମରେ ୧୩୮, ପଶ୍ଚିମବଙ୍ଗରେ ୯୮, ତାମିଲନାଡ଼ୁରେ ୭୭ ଏବଂ ତ‌େଲେଙ୍ଗାନାରେ ୬୨ ମାମଲା ରୁଜୁ ହୋଇଛି। ତେବେ ୨୦୧୯ରେ ୫୨୩ ମାମଲା ଏବଂ ୨୦୧୮ରେ ୫୦୧ , ୨୦୧୭ରେ ୩୯୫, ୨୦୧୬ରେ ୩୨୬ ଏବଂ ୨୦୧୫ରେ ୨୯୩ ମାମଲା ରୁଜୁ ହୋଇଥିଲା। ଭାରତୀୟ ଆଇନ ଅନୁଯାୟୀ ୧୮ ବର୍ଷରୁ କମ୍‌ ମହିଳା ଏବଂ ୨୧ ବର୍ଷରୁ କମ୍‌ ପୁରୁଷଙ୍କୁ ବାଲ୍ୟ ବିବାହ କୁହାଯାଉଛି। ଅନ୍ୟପକ୍ଷେ ପ୍ରେମ ପାଇଁ ଦେଶରେ ୧୦ ପ୍ରତିଶତ ହତ୍ୟା ହୋଇଛି। ଅର୍ଥାତ୍‌ ଦେଶରେ ମୋଟ୍‌ ହତ୍ୟା ମାମଲାର ୧୦ ପ୍ରତିଶତ କେବଳ ପ୍ରେମ ପାଇଁ ହୋଇଛି। ଏନ୍‌ସିଆରବି ରିପୋର୍ଟ ଅନୁଯାୟୀ ୨୦୨୦ରେ ହୋଇଥିବା ମୋଟ୍‌ ୨୯,୧୯୩ ହତ୍ୟାରୁ ୩,୦୩୧ ହତ୍ୟା ପ୍ରେମ ପାଇଁ ହୋଇଛି। ୨୦୧୦-୨୦୧୪ ମଧ୍ୟରେ ଏହି ସଂଖ୍ୟା ୮ ପ୍ରତିଶତ ଥିଲା। କିନ୍ତୁ ୨୦୧୬-୨୦ ମଧ୍ୟରେ ଏହା ୮-୧୦ ପ୍ରତିଶତ ବୃଦ୍ଧି ପାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe