ଜୋତାରେ ଲୁଚେଇ ରଖିଥିଲା ୫୦ ଲକ୍ଷର ସୁନା, ବିମାନବନ୍ଦରରେ ଧରାପଡ଼ିଲା

ଜୋତାରେ ଲୁଚେଇ ରଖିଥିଲା ୫୦ ଲକ୍ଷର ସୁନା, ବିମାନବନ୍ଦରରେ ଧରାପଡ଼ିଲା

IndiaToday

ନୂଆଦିଲ୍ଲୀ: ଦିଲ୍ଲୀ ବିମାନବନ୍ଦରରେ ବହିର୍ଶୁଳ୍କ ବିଭାଗ ୫୦ ଲକ୍ଷ ୭୮ ହଜାର ଟଙ୍କାର ସୁନା ଚାଲାଣ କରୁଥିବା ଜଣେ ବ୍ୟକ୍ତିକୁ ଗିରଫ କରିଛି। ଅଭିଯୁକ୍ତ ଜଣକ ଜୋତା ଭିତରେ ଏକ ଥଳିରେ ଏହି ସୁନା ଲୁଚାଇ ରଖିଥିଲା।

ବହିର୍ଶୁଳ୍କ ବିଭାଗ ଅନୁସାରେ, ଘଟଣାଟି ଜାନୁଆରି ୨୫ ତାରିଖର। ପୁଲିସକୁ ଗୁପ୍ତ ସୂଚନା ମିଳିଥିଲା ଯେ ଶାରଜାରୁ ଦିଲ୍ଲୀକୁ ଆସୁଥିବା ଏକ ବିମାନରେ ଜଣେ ଚୋରା ଚାଲାଣକାରୀ ଆସୁଛି। ଏହାକୁ ନଜରରେ ରଖି ବହିର୍ଶୁଳ୍କ ବିଭାଗ ଆଇଏକ୍ସ୍ ୧୩୬ ନମ୍ବର ବିମାନରେ ଟର୍ମିନାଲ୍-୩ରୁ ଓହ୍ଲାଇଥିବା ଯାତ୍ରୀମାନଙ୍କୁ ଟିକିନିଖି ଯାଞ୍ଚ ଆରମ୍ଭ କରିଥିଲା। ଅଧିକ ଯାଞ୍ଚ କରିବା ପରେ ଅଭିଯୁକ୍ତର ଦୁଇ ପାଦର ଏଡି ପାଖରୁ ଦୁଇଟି ଥଳି ମିଳିଥିଲା। ଥଳିରେ ସୁନାର ପେଷ୍ଟ ଲୁଚାଇ ରଖାଯାଇଥିଲା। ଏଥିରୁ ୧୧୫୧ ଗ୍ରାମ ସୁନା ଜବତ କରାଯାଇଛି।

ବହିର୍ଶୁଳ୍କ ବିଭାଗ କହିଛି, ଅଭିଯୁକ୍ତ ଜଣକ ଭାରତୀୟ । ତାର ପୁରୁଣା ତଥ୍ୟ ଖୋଜା ଚାଲିଛି। ଏହା ପୂର୍ବରୁ ସେ କେଉଁଠାକୁ ଯାଇଥିଲା, କେବେ ଭାରତ ଆସିଥିଲା ଏହାର ଯାଞ୍ଚ ଚାଲିଛି। ଏହା ସହିତ ଏହି ଅଭିଯୁକ୍ତ ସହ କେଉଁମାନେ ସାମିଲ ଅଛନ୍ତି ତାହା ମଧ୍ୟ ଯାଞ୍ଚ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe