Maoists Surrender: ରାମଧରଙ୍କ ସମେତ ଆତ୍ମସମର୍ପଣ କଲେ ୫୦ ମାଓବାଦୀ; ଚଳିତ ମାସ ସଂଖ୍ୟା ପହଞ୍ଚିଲା ୩୫୦

ଚଳିତ ମାସରେ ଲଗାତାର ମହାରାଷ୍ଟ୍ରର ଗଡଚିରୋଲି ଏବଂ ବସ୍ତରରେ ୩୦୦ ନକ୍ସଲଙ୍କର ଆତ୍ସମର୍ପଣ ସଂଗଠନକୁ ଦୋହଲାଇ ଦେଇଥିବା ବେଳେ ଆଜି ପୁଣି ଏହି କ୍ରମରେ ୫୦ ନକ୍ସଲ ଆତ୍ମସମର୍ପଣ କରିଛନ୍ତି।

Untitled-14

About 50 maoists inculding Ramdhar surrender before Chhattisgarh police. Photograph: (sambad.in)

ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ମାଓବାଦୀ ସଂଗଠନ ଭୁଶୁଡ଼ିବାରେ ଲାଗିଛି। ଚଳିତ ମାସରେ ଲଗାତାର ମହାରାଷ୍ଟ୍ରର ଗଡଚିରୋଲି ଏବଂ ବସ୍ତରରେ ୩୦୦ ନକ୍ସଲଙ୍କର ଆତ୍ସମର୍ପଣ ସଂଗଠନକୁ ଦୋହଲାଇ ଦେଇଥିବା ବେଳେ ଆଜି ପୁଣି ଏହି କ୍ରମରେ ୫୦ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ନେତୃତ୍ବ ନେଇଥିଲେ କେନ୍ଦ୍ରୀୟ କମିଟି ମେମ୍ବର ରାମଧର ଓରଫ ମାଝି ଦେବେ।

ରାମଧର ନାମରେ ୫୦ ଲକ୍ଷ ପୁରସ୍କାର ଘୋଷଣା ଥିଲା

ସୂଚନାଯୋଗ୍ୟ, ରାମଧର ନାମରେ ସରକାର ୫୦ ଲକ୍ଷ ଟଂକାର ପୁରସ୍କାର ଘୋଷଣା କରିଥିଲେ। ପୁଖାଞ୍ଜର ଜିଲ୍ଲାର ମହଲା କ୍ୟାମ୍ପରେ ଏହି ନକ୍ସଲମାନେ ଆଜି ସକାଳେ ଆତ୍ମସମର୍ପଣ କରିଛନ୍ତି। ସଂଗଠନର ସିସି ମେମ୍ବରମାନେ ନିଜର ଚିନ୍ତାଧାରାକୁ ଆଗକୁ ନେଇ ମୁଖ୍ୟସ୍ରୋତରେ ସାମିଲ ହେବା ପରେ ସେମାନଙ୍କର ପଥକୁ ଅନୁସରଣ କରିଛନ୍ତି ଅନ୍ୟ ନକ୍ସଲମାନେ। ତେବେ ହାତଗଣତି ଆଉ ୩ ଶହରୁ ୪ ଶହ ନକ୍ସଲ ଛତିଶଗଡରେ ରହିଥିବା ବେଳେ ୫ରୁ ୭ ଜଣ ସିସି ମେମ୍ବର ରହିଛନ୍ତି। 

ସରକାର ଓ ପୁଲିସ ପାଇଁ ଶୁଭ ବାର୍ତ୍ତା

ଛତିଶଗଡ଼ରେ ପୁଣି ନକ୍ସଲ ସଂଗଠନକୁ ବୃଦ୍ଧି କରିବା ପାଇଁ ଝାଡ଼ଖଣ୍ଡ, ତେଲଙ୍ଗାନା ଓ ଆନ୍ଧ୍ରପ୍ରଦେଶରୁ ନକ୍ସଲଙ୍କୁ ଅଣାଯାଉଥିବା କୁହାଯାଇଛି। ଲଗାତାର ସଂଗଠନରୁ କ୍ୟାଡର ନକ୍ସଲମାନେ ମୁଖ୍ୟସ୍ରୋତରେ ସାମିଲ ହେବା ପରେ କେନ୍ଦ୍ରୀୟ ସମିତି ହଡବଡେଇ ପ୍ରେସ୍‌ ବିଜ୍ଞପ୍ତି ଜାରି କରି ଏମାନଙ୍କୁ ସଂଗଠନରୁ ବହିଷ୍କୃତ କରାଯାଇଥିବା ସଫେଇ ଦେଇଛନ୍ତି। ଏଥିସହ ଏମାନଙ୍କୁ ଜନତା କେବେ ମଧ୍ୟ କ୍ଷମା ଦେବେ ନାହିଁ ବୋଲି କହିଛନ୍ତି। ଏତେ ସଂଖ୍ୟାରେ ନକ୍ସଲ ସଂଗଠନ ଛାଡ଼ି ମୁଖ୍ୟସ୍ରୋତରେ ସାମିଲ ହେବା ଛତିଶଗଡ଼ ପୁଲିସ ଏବଂ ସରକାରଙ୍କ ପାଇଁ ଶୁଭ ବାର୍ତ୍ତା ବୋଲି କୁହାଯାଇପାରେ।

କ’ଣ କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ?

ଆସନ୍ତା ମାର୍ଚ୍ଚ ୨୦୨୬ ସୁଦ୍ଧା ଦେଶରୁ ନକ୍ସଲ ମୂଳପୋଛ ହେବା ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଯେଉଁ ଚରମ ବାଣୀ ଶୁଣାଇଛନ୍ତି ତାହା ସତ ହେବାକୁ ଲାଗିଛି। କେନ୍ଦ୍ରୀୟ କମିଟି ରୁପେଶ ଓ ଭୁପତିଙ୍କ ଆତ୍ମସମର୍ପଣ ସଂଗଠନକୁ ବେଶି ବାଧିଛି। ଏମାନେ ହିଁ ସଂଗଠନକୁ ଆଗକୁ ବଢିବାରେ ସମସ୍ତ ପ୍ରକାର ବ୍ଲୁ ପ୍ରିଣ୍ଟ ତିଆରି କରୁଥିଲେ। ଏବେ ଯେଉଁ ସିସି ମେମ୍ବରମାନେ ରହିଛନ୍ତି ସେମାନେ ନିଷ୍ପତ୍ତି ନେବାରେ ସିଦ୍ଧ ହସ୍ତ ନଥିବା କୁହାଯାଇଛି। ତେଣୁ ଜୀବନକୁ ନହାରି ବାକି ଜୀବନ ପରିବାର ଲୋକଙ୍କ ସହ ଖୁସିରେ କଟାଇବାକୁ ଚାହୁଁଥିବା ଏମାନେ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe