ବିଷ ଦେଇ ୫୦ ମାଙ୍କଡଙ୍କୁ ହତ୍ୟା

Advertisment
ବିଷ ଦେଇ ୫୦ ମାଙ୍କଡଙ୍କୁ ହତ୍ୟା

image source-sciencemag.org

ହାଇଦ୍ରାବାଦ: ତେଲେଙ୍ଗାନାର ମେହବୁବ୍‌ବାଦ ଜିଲ୍ଲାର ସାନିଗାପୁରମ୍‌ ଗାଁରେ ବିଷ ପ୍ରୟୋଗ କରି ୫୦ ମାଙ୍କଡ଼ଙ୍କୁ ହତ୍ୟା କରାଯାଇଛି। ତେବେ କିଏ ଏବଂ କାହିଁକି ମାଙ୍କଡଙ୍କୁ ବିଷ ଦେଇ ଏଭଳି ନିର୍ମମ ଭାବେ ହତ୍ୟା କରିଛି ପୁଲିସ ତାହାର ଅନୁସନ୍ଧା‌ନ ଜାରି ରଖିଛି। ସାନିଗାପୁରମ୍‌ ନିକଟରେ ଥିବା ଏକ ପାହାଡ଼ ଢାଲୁରେ ପଚା ଗନ୍ଧ ଜଣାପଡ଼ିବା ପରେ ସ୍ଥାନୀୟ ଲୋକେ ଦୁର୍ଗନ୍ଧର ଉତ୍ପତ୍ତି ସ୍ଥଳ ଖୋଜିଥିଲେ। ଏହାପରେ ପାହାଡ ଢାଲୁରେ ୫୦ ମାଙ୍କଡ଼ ମରି ପଡ଼ିଥିବାର ଜଣାପଡ଼ିଥିଲା। ପୁଲିସ ଏ ନେଇ ଏକ ମାମଲା ରୁଜୁ କରିଛି। ପ୍ରାୟ ୫/୬ ଦିନ ତଳୁ ମାଙ୍କଡ଼ମାନଙ୍କୁ ବିଷ ଦେଇ ହତ୍ୟା କରାଯାଇଛି ବୋଲି ପୁଲିସ ସୂଚନା ଦେଇଛି। ତେବେ ଏଭଳି ଏକ ଜଘନ୍ୟ ଘଟଣା ତାଙ୍କୁ ଗଭୀର ଭାବେ ଆଘାତ ଦେଇଛି ବୋଲି ଜିଲ୍ଲା ଜଙ୍ଗଲ ଅଧିକାରୀ ପି. କ୍ରିଷ୍ଣାମ୍‌ଚାର୍ଯ୍ୟଲୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe