indiatoday
ନୂଆଦିଲ୍ଲୀ: କରୋନା ଟିକା ଆସିବା ନେଇ ଏବେ ସମସ୍ତେ ଅପେକ୍ଷା କରି ରହିଥିବା ବେଳେ ସେରମ ଇନଷ୍ଟିଚ୍ୟୁଟର ମୁଖ୍ୟ ଅଦର ପୁନାୱାଲା ଏକ ବଡ଼ ଘୋଷଣା କରିଛନ୍ତି। ଜାନୁଆରି ସୁଦ୍ଧା ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା କରୋନା ଟିକାକୁ ବ୍ରିଟେନରେ ଅନୁମତି ମିଳିବ ବୋଲି କହିଛନ୍ତି ଅଦର ପୁନାୱାଲା। ବ୍ରିଟେନରେ ଅନୁମତି ମିଳିବା ପରେ ଆମକୁ ଭାରତରେ ମଧ୍ୟ ଅକ୍ସଫୋର୍ଡ ଟିକା ବ୍ୟବହାର ନେଇ ଅନୁମତି ମିଳିଯିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।
ତାଙ୍କ କହିବା ମୁତାବକ, କୋଭିସିଲ୍ଡ ଟିକାର ସମସ୍ତ ପରୀକ୍ଷା ତଥ୍ୟ ଭାରତ ଏବଂ ବ୍ରିଟେନ ସରକାରଙ୍କୁ ଦିଆଯାଇସାରିଛି। ଲୋକଙ୍କ ସୁରକ୍ଷା ଆମ ପାଇଁ ଜରୁରୀ। ଆଉ କିଛି ଦିନ ମଧ୍ୟରେ ଆମେ ତିଆରି କରିଥିବା ଟିକାକୁ ସରକାର ଅନୁମତି ଦେବେ ବୋଲି ଆମେ ଆଶା ରଖିଛୁ। କାରଣ ସରକାର ଚାହୁଁଥିବା ସମସ୍ତ ତଥ୍ୟ ଆମେ ଦେଇସାରିଛୁ। ସବୁଠାରୁ ବଡ଼ କଥା ହେଲା ଆମେ ଉତ୍ପାଦିତ କରୁଥିବା ଟିକାର ୫୦ପ୍ରତିଶତ ଭାରତ ପାଇଁ ଉପଲବ୍ଧ ହେବ। ଜୁଲାଇ ୨୦୨୧ସୁଦ୍ଧା ଆମେ ପ୍ରାୟ ୩୦୦ନିୟୁତ ଡୋଜ ଉତ୍ପାଦନ କରିବୁ।
Business Todayତେବେ ଏହା ପୂର୍ବରୁ ଆଷ୍ଟ୍ରାଜେନେକା ଦ୍ବାରା ପ୍ରସ୍ତୁତ କରୋନା ଟିକା ଭାଇରସରୁ ୯୫ ପ୍ରତିଶତ ସୁରକ୍ଷା ଦେବ ବୋଲି କମ୍ପାନି ଦାବି କରିଥିଲା। ଏହା ଫାଇଜର ଏବଂ ମଡର୍ଣ୍ଣା ଟିକାର ସମକକ୍ଷ ଏବଂ ସମାନ ଭାବେ ପ୍ରଭାବଶାଳୀ ବୋଲି ଆଷ୍ଟ୍ରାଜେନେକା ସିଇଓ ପାସ୍କଲ ସୋରିଏଟ୍ କହିଥିଲେ। ଫାଇଜର, ଭାରତ ବାୟୋଟେକ ଏବଂ ସେରମ ଇନଷ୍ଟିଚ୍ୟୁଟ ତିଆରି କରୁଥିବା କରୋନା ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମାଗିଛନ୍ତି। ୩ଟି କମ୍ପାନିକୁ ଟିକା ବିଷୟରେ ଅଧିକ ତଥ୍ୟ ଦେବାକୁ କହିଥିଲେ ଭାରତ ସରକାର। ଏହା ପରେ ଡିସେମ୍ବର ୨୩ରେ ସେରମ୍ ଇନଷ୍ଟିଚ୍ୟୁଟ ତିଆରି କରୁଥିବା ଅକ୍ସଫୋର୍ଡ ଟିକା ବିଷୟରେ ଅଧିକ ତଥ୍ୟ ଭାରତ ସରକାରଙ୍କୁ ଦେଇଥିଲା। ସେରମ ଇନଷ୍ଟିଚ୍ୟୁଟ ଅଧିକ ତଥ୍ୟ ଦେଇ ସାରିଥିବାରୁ ଖୁବ ଶୀଘ୍ର ଅକ୍ସଫୋର୍ଡ ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିପାରେ ବୋଲି ଚର୍ଚ୍ଚା ହେଉଛି।
Follow Us