ଭାରତୀୟ ରେଳରେ ଖାଲି ଥିବା ୯୦୦୦ରୁ ଊର୍ଧ୍ୱ ପଦବୀର ୫୦ ପ୍ରତିଶତ ସ୍ଥାନ ମହିଳାଙ୍କ ପାଇଁ ସଂରକ୍ଷିତ

Advertisment
ଭାରତୀୟ ରେଳରେ ଖାଲି ଥିବା ୯୦୦୦ରୁ ଊର୍ଧ୍ୱ ପଦବୀର ୫୦ ପ୍ରତିଶତ ସ୍ଥାନ ମହିଳାଙ୍କ ପାଇଁ ସଂରକ୍ଷିତ

(Photo Credits: PTI)

ନୂଆଦିଲ୍ଲୀ: ରେଳ ମନ୍ତ୍ରୀ ପିୟୂଷ ଗୋଏଲ୍‌ ଶୁକ୍ରବାର ଘୋଷଣା କରିଛନ୍ତି ଯେ ଭାରତୀୟ ରେଳର କନ୍‌ଷ୍ଟେବଲ୍‌ ଓ ସବ୍‌-ଇନ୍‌ସ୍ପେକ୍ଟର ପଦବୀ ପାଇଁ ବାହାରିଥିବା ୯ ହଜାରରୁ ଊର୍ଧ୍ୱ ଖାଲି ସ୍ଥାନ ପାଇଁ ୫୦ ପ୍ରତିଶତ ସ୍ଥାନ ମହିଳାଙ୍କ ପାଇଁ ସଂରକ୍ଷିତ। ଶ୍ରୀ ଗୋଏଲ୍‌ ତାଙ୍କ ଟ୍ଵିଟର୍‌ ଆକାଉଣ୍ଟ୍‌ରେ ଏହି ସୂଚନା ଦେଇଛନ୍ତି।

ସେ ଟ୍ଵିଟ୍‌ କରି ଲେଖିଛନ୍ତି, ‘୯୦୦୦ରୁ ଊର୍ଧ୍ୱ କନ୍‌ଷ୍ଟେବଲ୍‌ ଓ ସବ୍‌-ଇନ୍‌ସ୍ପେକ୍ଟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ରହିବ। ଏହାଛଡ଼ା ରେଳବାଇ ଭିତ୍ତିଭୂମି, ଟ୍ରେନ୍‌ ଓ ଷ୍ଟେସନ୍‌ ଆଦି ନିର୍ମାଣ କାର୍ଯ୍ୟର ଦାୟିତ୍ୱ ରେଳବାଇ ସୁରକ୍ଷା ବଳ(ଆର୍‌ପିଏଫ୍‌) ବହନ କରିବ।’

ସରକାରୀ ରେଳବାଇ ପୁଲିସ୍‌(ଜିଆର୍‌ପି) ରାଜ୍ୟ ସରକାରୀଙ୍କ ଅଧୀନସ୍ଥ। ଗତ ଦୁଇ ବର୍ଷ ହେବ ମହିଳାଙ୍କ ସୁରକ୍ଷାକୁ ନେଇ ଅନେକ ସଫଳ କାର୍ଯ୍ୟ ଆମେ କରିଛୁ। କେବଳ ସେତିକି ନୁହେଁ, କୁନି କୁନି ପିଲାଙ୍କ ସହ  କୌଣସି ଅଘଟଣ ନଘଟୁ ସେନେଇ ବି ଯଥେଷ୍ଟ ସଚେତନତା ଅବଲମ୍ବନ କରାଯାଇଛି ବୋଲି ଶ୍ରୀ ଗୋଏଲ୍‌ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe