୧୦ରେ ୫ ରାଜ୍ୟର ବିଧାନସଭା ଭୋଟଗଣନା: ଓଡ଼ିଶାର ୫୦ ଅଧିକାରୀ ଭୋଟଗଣନା ପର୍ଯ୍ୟବେକ୍ଷକ

୧୦ରେ ୫ ରାଜ୍ୟର ବିଧାନସଭା ଭୋଟଗଣନା: ଓଡ଼ିଶାର ୫୦ ଅଧିକାରୀ ଭୋଟଗଣନା ପର୍ଯ୍ୟବେକ୍ଷକ

Image Courtesy of Zee News

ନୂଆଦିଲ୍ଲୀ : ଚଳିତ ମାସ ୧୦ ରେ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାମ, ଗୋଆ ଓ ମଣିପୁର ବିଧାନସଭା ନିର୍ବାଚନର ଭୋଟ ଗଣତି ହେବ। ଭୋଟ ଗଣନା କାର୍ଯ୍ୟର ତଦାରଖ ପାଇଁ ଭାରତୀୟ ନିର୍ବାଚନ ଆୟୋଗ ଓଡ଼ିଶାର ୫୦ ଜଣ ପ୍ରଶାସନିକ ଅଧିକାରୀଙ୍କୁ ଉପରୋକ୍ତ ରାଜ୍ୟ ପାଇଁ ଭୋଟ ଗଣନା ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ବ ଦେଇଛନ୍ତି। ଆୟୋଗଙ୍କ ସୂଚନା ଅନୁସାରେ ଓଡ଼ିଶା କ୍ୟାଡର୍‌ ୨୬ ଜଣ ଆଇଏଏସ୍‌ଙ୍କୁ ଉତ୍ତରପ୍ରଦେଶ ଭୋଟ ଗଣନା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଛନ୍ତି। ସେମାନେ ହେଲେ, ବିଜୟ କେତନ ଉପାଧ୍ୟାୟ, ଏନ୍‌. ତିରୁମଲା ନାଏକ, ନିତିନ ଭାନୁଦାସ ଜୱାଲେ, ରାମକୃଷ୍ଣ ସାହୁ, ୟାଦୁଲା ବିଜୟ, ଅରିନ୍ଦମ ଡାକୁଆ, ବେଣୁଧର ବେହେରା, ଭୂପେନ୍ଦ୍ର ସିଂହ ପୁନିଆ, ଦୟାନିଧି ନାୟକ, ଧନଞ୍ଜୟ ହେମ୍ବ୍ରମ, ଗଣେଷ ଚନ୍ଦ୍ର ପାତ୍ର, ମୁରଲୀଧର ମଲ୍ଲିକ, ପବିତ୍ର ମଣ୍ଡଳ, ରଘୁ ଜି, ସଦାନନ୍ଦ ନାୟକ, ସିଦ୍ଧାର୍ଥ ଦାସ, ଶ୍ରୀକାନ୍ତ ପୃଷ୍ଟି, ସୁନୀଲ କୁମାର ନାୟକ, ସୁଶାନ୍ତ କୁମାର ବାରିକ, ଉଦୟ ନାରାୟଣ ଦାସ, ଉମ‌ାକାନ୍ତ ତ୍ରିପାଠୀ, ଭାରତୀ ହରିଚନ୍ଦନ, ମଧୁସ୍ମିତା ସାହୁ, ମେରି ଲାକ୍ରା ଓ ଡି.ଭି. ସ୍ବାମୀ।

ଉତ୍ତରାଖଣ୍ଡ ରାଜ୍ୟ ପାଇଁ ନିଯୁକ୍ତ ୨୦ ଅଧିକାରୀ ହେଲେ ପାର୍ଥ ସାରଥୀ ମିଶ୍ର, ଅଶୋକ କୁମାର ବେହେରା, ଅଶୋକ କୁମାର ପଣ୍ଡା, ଅସିତ କୁମାର ପଣ୍ଡା, ବ୍ରହ୍ମାନନ୍ଦ ବେହେରା, ଚିତ୍ତରଂଜନ ସାହୁ, ହରିଶ ଚନ୍ଦ୍ର ନାୟକ, ଜ୍ୟୋତିରଂଜନ ମିଶ୍ର, ଏମ. ମୁଥୁକୁମାର, ଏମକ୍ୟୁ ହକ, ମାନସ ରଂଜନ ସାମଲ, ନରହରି ସେଠି, ପ୍ରଦୀପ କୁମାର ନାୟକ, ପ୍ରମୋଦ କୁମାର ମିଶ୍ର, ପ୍ରେମଜିତ ନାୟକ, ସନ୍ତୋଷ କୁମାର ନାୟକ, ଶ୍ରୀଧର ନାୟକ, ସୁବାସ ଚନ୍ଦ୍ର ଦାସ, ସୁବ୍ରତ କୁମାର ପଣ୍ଡା ଓ ସୁରେନ୍ଦ୍ର କୁମାର ପଣ୍ଡା। ପଂଜାବ ବିଧାନସଭା ନିର୍ବାଚନ ଭୋଟ ଗଣନ‌ା ପର୍ଯ୍ୟବେକ୍ଷକ ଭାବେ ଆଇଏଏସ୍‌ ସୁରେନ୍ଦ୍ର କୁମାର ମିନା ଓ ସୁଜାତା ସାହୁ ନିଯୁକ୍ତ ହୋଇଛନ୍ତି। ଗୋଆ ପାଇଁ ମାନସୀ ନିମଭାଲଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ମଣିପୁର ପାଇଁ ଆଇଏଏସ୍‌ ମନୀଷ ଅଗ୍ରୱାଲଙ୍କୁ ନିଯୁକ୍ତ କରାଯାଇଛି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe