ରାଜସ୍ଥାନରେ ୫୦ ପ୍ରତିଶତ ଦୁଷ୍କର୍ମ ମାମଲା ମିଥ୍ୟା: ମୁଖ୍ୟମନ୍ତ୍ରୀ ଗେହଲଟ

Advertisment
ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବା ପାଇଁ ମୁଁ ରାଜି, କିନ୍ତୁ ମୁଖ୍ୟମନ୍ତ୍ରୀ ପଦ ମୋତେ ଛାଡ଼ୁନି: ଗେହଲଟ

ଜୟପୁର: ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନସିଆରବି) ମହିଳାମାନଙ୍କ ବିରୋଧରେ ସର୍ବାଧିକ ଅପରାଧ ହାର ଥିବା ରାଜ୍ୟମାନଙ୍କ ମଧ୍ୟରେ ରାଜସ୍ଥାନକୁ ସ୍ଥାନିତ କରଛି। ଏପ୍ରଙ୍ଗରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଶୁକ୍ରବାର ଦିନ କହିଛନ୍ତି ଯେ ପ୍ରତ୍ୟେକ କ୍ଷେତ୍ରରେ ପ୍ରଥମ ସୂଚନା ରିପୋର୍ଟ (ଏଫଆଇଆର)ର ବାଧ୍ୟତାମୂଳକ ପଞ୍ଜୀକରଣ ହେତୁ ଏହି ସଂଖ୍ୟା ବଢ଼ିଛି। ତେବେ, ଏହା ମଧ୍ୟରୁ ଅଧା ପରେ ମିଥ୍ୟା ବୋଲି ତଦନ୍ତରୁ ଜଣାପଡିଛି।

ଉଲ୍ଲେଖଯୋଗ୍ୟ, ଏନସିଆରବି- ୨୦୨୧ ରିପୋର୍ଟ ଅନୁଯାୟୀ, ମହିଳାମାନଙ୍କ ବିରୋଧରେ ସାମଗ୍ରିକ ଅପରାଧରେ ରାଜସ୍ଥାନ ଉତ୍ତରପ୍ରଦେଶ ପରେ ଦ୍ୱିତୀୟ ସ୍ଥାନରେ ଥିବାବେଳେ ଦୁଷ୍କର୍ମ ମାମଲାରେ ଏହା ତାଲିକାର ଶୀର୍ଷରେ ରହିଛି। ତେବେ, ନାବାଳିକାଙ୍କ ସୁରକ୍ଷା ଦୃଷ୍ଟିରୁ ରାଜ୍ୟ ତୁଳନାତ୍ମକ ଭାବରେ ‘ଉନ୍ନତ ସ୍ଥିତିରେ’ ଅଛି।

ମୁଖ୍ୟମନ୍ତ୍ରୀ ଗେହଲଟ୍‌ କିନ୍ତୁ କହିଛନ୍ତି ଯେ ରିପୋର୍ଟରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇଛି ଯେ ‘ଅପରାଧ ବୃଦ୍ଧି’ ଏବଂ ‘ପୁଲିସ ଦ୍ୱାରା ଅପରାଧ ପଞ୍ଜିକରଣ ବୃଦ୍ଧି’ ହେଉଛି ‘ଦୁଇଟି ଭିନ୍ନ ଜିନିଷ’। ସେ ଅନ୍ୟ ରାଜ୍ୟମାନଙ୍କୁ ମଧ୍ୟ ଏଫଆଇଆରର ବାଧ୍ୟତାମୂଳକ ପଞ୍ଜୀକରଣ ନୀତି ଅନୁସରଣ କରିବାକୁ ଅନୁରୋଧ କରଛନ୍ତି।

ରାଜ୍ୟ ପୁଲିସକୁ ପ୍ରଶଂସା କରି ଗୃହ ବିଭାଗକୁ ନିଜ ହାତରେ ରଖିଥିବା ମୁଖ୍ୟମନ୍ତ୍ରୀ ଗେହଲଟ କହିଛନ୍ତି ଯେ ପୂର୍ବରୁ ଲୋକମାନେ ପୁଲିସ ଷ୍ଟେସନ ଆସିିବାକୁ କୁଣ୍ଠାବୋଧ କରୁଥିଲେ। କିନ୍ତୁ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଏହା ବଦଳି ଯାଇଛି। ସେ କହିଛନ୍ତି, ରାଜସ୍ଥାନର ପୁଲିସ ଷ୍ଟେସନରେ ବର୍ତ୍ତମାନ ଅଭ୍ୟର୍ଥନା କୋଠରୀ ଅଛି ଏବଂ ଅଭିଯୋଗକାରୀଙ୍କୁ ଭଲ ବ୍ୟବହାର କରାଯାଉଛି।

ରାଜସ୍ଥାନ ପୁଲିସ ଚମତ୍କାର କାର୍ଯ୍ୟ କରୁଛି। ରାଜସ୍ଥାନରେ ଅପରାଧ ଅନ୍ୟ ରାଜ୍ୟ ତୁଳନାରେ ବହୁତ କମ୍‌ କାରଣ ଆମେ ସେହି ପରିବେଶକୁ ସଂଶୋଧନ କରିଛୁ। ପୁଲିସ ଷ୍ଟେସନ ଭିତରେ ମଧ୍ୟ ବାତାବରଣ ବଦଳୁଛି। ବାଧ୍ୟତାମୂଳକ ଏଫଆଇଆର ପଞ୍ଜିକରଣ କରିବା ଏକ ଅତ୍ୟନ୍ତ ବୈପ୍ଳବିକ ନିଷ୍ପତ୍ତି। ଏହି ବୈପ୍ଳବିକ ପଦକ୍ଷେପ ପ୍ରତ୍ୟେକ ରାଜ୍ୟରେ କରାଯିବା ଉଚିତ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe