ପ୍ରତି ଆକ୍ରମଣର ଜବାବ ଦେଉଛି ୟୁକ୍ରେନ: ୫୦ ଋଷୀୟ ଯବାନଙ୍କ ମୃତ୍ୟୁ ହେବା ସହ ୬ଟି ଯୁଦ୍ଧ ବିମାନ ହେଲା ଧ୍ବଂସ

Advertisment
ପ୍ରତି ଆକ୍ରମଣର ଜବାବ ଦେଉଛି ୟୁକ୍ରେନ: ୫୦ ଋଷୀୟ ଯବାନଙ୍କ ମୃତ୍ୟୁ ହେବା ସହ ୬ଟି ଯୁଦ୍ଧ ବିମାନ ହେଲା ଧ୍ବଂସ

malayalam.indiatoday.in

ନୂଆଦିଲ୍ଲୀ: ସମୟ ବଢ଼ିବା ସହ ବଢ଼ୁଛି ୟୁକ୍ରେନବାସୀଙ୍କ ଚିନ୍ତା। ଋଷ ସେନା ଏବେ ଆକ୍ରମଣ ଆରମ୍ଭ କରିସାରିଥିବା ବେଳେ ୟୁକ୍ରେନ ମଧ୍ୟ ଏହାର କଡ଼ା ଜବାବ ଦେବା ଆରମ୍ଭ କରିଛି। ୟୁକ୍ରେନ ଭିତରକୁ ପଶି ଆସୁଥିବା ଋଷୀୟ ଯବାନଙ୍କୁ ଅଟକାଇବାକୁ ଯାଇ ୟୁକ୍ରେନ ଯେଉଁ ଆକ୍ରମଣ କରୁଛି, ସେହି ଆକ୍ରମଣରେ ୫୦ ଋଷୀୟ ଯବାନଙ୍କ ମୃତ୍ୟୁ ହୋଇଥିବା କହିଛି ୟୁକ୍ରେନ। ଏହା ସହ ମୋଟ ୬ଟି ଯୁଦ୍ଧ ବିମାନକୁ ୟୁକ୍ରେନ ଧ୍ବଂସ କରିଦେଇଥିବା ଦାବି କରିଛି। ୟୁକ୍ରେନ ସେନା ଦାବି କରିଛି ଯେ ଶସ୍ତିଆ ଅଞ୍ଚଳକୁ ଏବେ ୟୁକ୍ରେନ ଅଧୀନକୁ ଅଣାଯାଇଛି ଏବଂ ୫୦ ଋଷୀୟ ସୈନିକ ନିହତ ହୋଇଛନ୍ତି। ଏହା ସହ ଋଷ ପୂର୍ବ ୟୁକ୍ରେନର ଡୋନେସ୍କ ଅଞ୍ଚଳରେ ଥିବା ଦ୍ୱିତୀୟ ବୃହତ୍ତମ ସହର ମାରିଅପୋଲର ବିମାନବନ୍ଦରରେ ବିସ୍ଫୋରଣ କରିଥିବାର ସୂଚନା ମିଳିଛି।

ଏହା ପୂର୍ବରୁ ଭାରତରେ ଥିବା ୟୁକ୍ରେନୀୟ ରାଷ୍ଟ୍ରଦୂତ ଆଇଗୋର୍‌ ପୋଲିଖା ପ୍ରଧାନମନ୍ତ୍ରୀ ମ‌ୋଦୀଙ୍କ ହସ୍ତକ୍ଷେପ ଲୋଡ଼ିଥିଲ। ସେ କହିଥିଲେ ‌ଯେ, ଋଷ୍‌ ସହ ଭାରତର ଉତ୍ତମ ସମ୍ପର୍କ ଅଛି। ଋଷ୍‌-ୟୁକ୍ରେନ୍‌ ସଙ୍କଟ ନିୟନ୍ତ୍ରଣ କରିବାରେ ନୂଆଦିଲ୍ଲୀ ଅଧିକ ସକ୍ରିୟ ଭୂମିକା ଗ୍ରହଣ କରିପାରିବ। ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁତିନ୍‌ ଏବଂ ଆମ ରାଷ୍ଟ୍ରପତି ଭୋଲୋଦିମିର୍‌ ଜେଲେନ୍‌ସ୍କିଙ୍କୁ ଅବିଳମ୍ବେ ଯୋଗାଯୋଗ କରିବା ପାଇଁ ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁରୋଧ କରୁଛୁ।

Ukraine Says Killed "Around 50 Russian Occupiers": 5 Latest Facts ndtv

ତେବେ ଆଜି ୟୁକ୍ରେନ୍‌ ବିରୋଧରେ ଯୁଦ୍ଧ ଘୋଷଣା କରିବା ପରେ ରୁଷ୍‌ର ସଶସ୍ତ୍ରବାହିନୀ ଭିନ୍ନ ଭିନ୍ନ ପ୍ରାନ୍ତରୁ ଶାନ୍ତିପୂର୍ଣ୍ଣ ୟୁକ୍ରେନୀୟ ସହରଗୁଡ଼ିକ ଉପରେ ଆକ୍ରମଣ ଆରମ୍ଭ କରିଛି । କୌଣସି ଅଜ୍ଞାତ ସ୍ଥାନରୁ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଉଥିବା କଥା କହିଛି ୟୁକ୍ରେନ୍‌। ୟୁକ୍ରେନ୍‌ ସରକାର ଦେଶରେ ସାମରିକ ଆଇନ ଜାରି କରିବା ସହ ସୁରକ୍ଷା ପ୍ରତି ବିପଦ ଥିବାରୁ ବେସାମରିକ ବିମାନ ଚଳାଚଳ ନିମନ୍ତେ ଆକାଶ ପଥ ବନ୍ଦ କରି ଦେଇଛନ୍ତି। ଏ‌ବେ ସ୍ବଦେଶ ଫେରିବା ପାଇଁ କିଏଭ୍‌ ବିମାନ ବନ୍ଦରରେ ପହଞ୍ଚିଥିବା ଯାତ୍ରୀ ଏବଂ କର୍ମଚାରୀମାନଙ୍କୁ ସ୍ଥାନାନ୍ତର କରାଯାଉଛି। ରୁଷ୍‌ ମଧ୍ୟ ୟୁକ୍ରେନ୍‌ ସୀମାନ୍ତ ଚାରିପଟରୁ ବାଣିଜ୍ୟିକ ବିମାନ ନିମନ୍ତେ ଆକାଶପଥ ବନ୍ଦ କରି ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe