ନୂଆଦିଲ୍ଲୀ: ଦେଶର ଶିକ୍ଷାନୀତିରେ ବ୍ୟାପକ ପରିବର୍ତ୍ତନ ହେବାକୁ ଯାଉଛି ଏବଂ ପ୍ରତ୍ୟେକ ଶ୍ରେଣୀର ପାଠ୍ୟକ୍ରମରେ ପ୍ରାୟ ୫୦ ପ୍ରତିଶତ ହ୍ରାସ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ଆଜି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡ଼େକର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ସରକାର ଏ ବାବଦରେ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି ଏବଂ ପ୍ରତି ବର୍ଷ ୧ରୁ ୧୫ ପ୍ରତିଶତ ପାଠ୍ୟକ୍ରମ କମାଇବା ଦିଗରେ ପଦକ୍ଷେପ ନିଆଯାଉଛି । ମନୁଷ୍ୟର ମସ୍ତିଷ୍କକୁ କେବଳ ଡାଟା ବ୍ୟାଙ୍କ୍ ଭାବେ ବିବେଚନା କରି ବୋଝ ଲଦିବା ସପକ୍ଷରେ ସରକାର ନାହାନ୍ତି ବୋଲି ଜାଭଡ଼େକର ସ୍ପଷ୍ଟ କରିଛନ୍ତି। ସର୍ବଶିକ୍ଷା ଅଭିଯାନ ମାଧ୍ୟମରେ ଏଣିକି ବିଦ୍ୟାଳୟଗୁଡ଼ିକରେ କ୍ରୀଡ଼ା ସାମଗ୍ରୀ କ୍ରୟ କରିବା ଦିଗରେ ପଦକ୍ଷେପ ନିଆଯିବ ଏବଂ କ୍ରୀଡ଼ା ଉପରେ ମଧ୍ୟ ବିଶେଷ ଗୁରୁତ୍ବାରୋପ କରାଯିବ ବୋଲି ସେ କହିଛନ୍ତି।
ପାଠ୍ୟକ୍ରମ ୫୦ ପ୍ରତିଶତ କମିବ
Advertisment
Follow Us