ମାସିକ ଋତୁସ୍ରାବ କାଳରେ ୧୫-୨୪ ବର୍ଷ ମଧ୍ୟରେ ୫୦% ମହିଳା ଏବେବି କପଡା ବ୍ୟବହାର କରନ୍ତି

ମାସିକ ଋତୁସ୍ରାବ କାଳରେ ୧୫-୨୪ ବର୍ଷ ମଧ୍ୟରେ ୫୦% ମହିଳା ଏବେବି କପଡା ବ୍ୟବହାର କରନ୍ତି

Image Courtesy: Toi

ନୂଆଦିଲ୍ଲୀ: ସର୍ବଶେଷ ଜାତୀୟ ପାରିବାରିକ ସ୍ୱାସ୍ଥ୍ୟ ସର୍ବେକ୍ଷଣ (ଏନଏଫଏଚଏସ) ରିପୋର୍ଟ ଅନୁଯାୟୀ ୧୫-୨୪ ବର୍ଷ ବୟସର ପ୍ରାୟ ୫୦ ପ୍ରତିଶତ ମହିଳା ଏପର୍ଯ୍ୟନ୍ତ ଋତୁସ୍ରାବ କାଳରେ ସୁରକ୍ଷା ପାଇଁ କପଡା ବ୍ୟବହାର କରନ୍ତି ବୋଲି ଜାଣିବାକୁ ମିଳିଛି। ବିଶେଷଜ୍ଞମାନେ ଏହାକୁ ସଚେତନତାର ଅଭାବ ଏବଂ ଋତୁସ୍ରାବକୁ ନେଇ ରହିଥିବା ବିଭିନ୍ନ ପ୍ରକାରର ଅଜ୍ଞତା ଓ ଅନ୍ଧବିଶ୍ୱାସ ଦାୟୀ ବୋଲି କହିଛନ୍ତି।

ବିଶେଷଜ୍ଞମାନେ ଏହା ମଧ୍ୟ କହିଛନ୍ତି ଯେ ଏ କ୍ଷେତ୍ରରେ ଯଦି ଏକ ଅପରିଷ୍କାର କପଡା ପୁନଃ ବ୍ୟବହାର କରାଯାଏ, ତେବେ ଏହା ଏକାଧିକ ସ୍ଥାନୀୟ ସଂକ୍ରମଣର ସଂସ୍ପର୍ଶରେ ଆସି ଶରୀର ମଧ୍ୟରେ ଏକାଧିକ ରୋଗର କାରଣ ହୋଇଥାଏ।

ନିକଟରେ ପ୍ରକାଶିତ ଏନଏଫଏଚଏସର ଏକ ସର୍ଭେ ରିପୋର୍ଟରେ କୁହାଯାଇଛି ଯେ ରିପୋର୍ଟ ପ୍ରସ୍ତୁତି କାଳରେ ୧୫-୨୪ ବର୍ଷ ବୟସର ମହିଳାମାନଙ୍କୁ ପଚରା ଯାଇଥିଲା ଯେ ସେମାନେ ଋତୁସ୍ରାବ ସୁରକ୍ଷା ପାଇଁ କେଉଁ ପଦ୍ଧତି ଏବଂ କ’ଣ ବ୍ୟବହାର କରନ୍ତି? ଭାରତରେ ୬୪ ପ୍ରତିଶତ ମହିଳା ବିଭିନ୍ନ କମ୍ପାନି ଦ୍ୱାରା ପ୍ରସ୍ତୁତ ସାନିଟାରି ନାପକିନ୍‌ ବ୍ୟବହାର କରୁଥିବା ବେଳେ, ୫୦ ପ୍ରତିଶତ କପଡା ବ୍ୟବହାର କରନ୍ତି ଏବଂ ୧୫ ପ୍ରତିଶତ ସ୍ଥାନୀୟ ଭାବରେ ପ୍ରସ୍ତୁତ ନାପକିନ୍‌ ବ୍ୟବହାର କରନ୍ତି ବୋଲି ରିପୋର୍ଟରେ ଦର୍ଶାଯାଇଛି।

ମୋଟାମୋଟି ଭାବେ, ଏହି ବୟସ ଗୋଷ୍ଠୀର ୭୮ ପ୍ରତିଶତ ମହିଳା ଋତୁସ୍ରାବ ସୁରକ୍ଷାର ଏକ ସ୍ୱଚ୍ଛ ପଦ୍ଧତି ବ୍ୟବହାର କରନ୍ତି ସ୍ଥାନୀୟ ଭାବରେ ପ୍ରସ୍ତୁତ ନାପକିନ୍‌, ସାନିଟାରି ନାପକିନ୍‌, ଟାମ୍ପୋନ୍‌ ଏବଂ ଋତୁସ୍ରାବ କପ୍‌ ଋତୁସ୍ରାବ ସୁରକ୍ଷାର ସ୍ୱଚ୍ଛ ପଦ୍ଧତି ବୋଲି ବିବେଚନା କରାଯାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe