ସ୍ବାମୀ-ସନ୍ତାନଙ୍କୁ ଛାଡ଼ି ୩୦ବର୍ଷୀୟ ସମ୍ପର୍କୀୟ ନାତିଙ୍କୁ ବିବାହ କଲେ ମହିଳା

uy

ଅମ୍ବେଦକରନଗର: ଉତ୍ତରପ୍ରଦେଶର ବଦାୟୁଁରେ ଶାଶୁ ଏବଂ ଜ୍ୱାଇଁଙ୍କ ପ୍ରେମ କାହାଣୀର ଚର୍ଚ୍ଚା ଏପର୍ଯ୍ୟନ୍ତ ଶେଷ ହୋଇ ନଥିବା ବେଳେ ଏବେ ଅମ୍ବେଦକରନଗରରୁ ଆହୁରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ରହୁଥିବା ଜଣେ ୫୦ ବର୍ଷୀୟ ମହିଳା ତାଙ୍କ ସମ୍ପର୍କୀୟ ନାତି ୩୦ ବର୍ଷୀୟ ଯୁବକଙ୍କୁ ମନ୍ଦିରରେ ବିବାହ କରିଥିବା ଜଣାଯାଇଛି। ତାଙ୍କର ୪ପିଲା ଏବଂ ସ୍ୱାମୀଙ୍କୁ ଛାଡି ମହିଳା ‌ନାତିକୁ ବିବାହ କରିଥିବା ଜଣାଯାଇଛି। ଘଟଣାଟି ଘଟିଛି ଟାଣ୍ଡା ତହସିଲର ବସଖାରୀ ଥାନା ଅଞ୍ଚଳରେ ଥିବା ପ୍ରତାପପୁର ବେଲୱରିଆ ଗାଁରେ। 

ଗାଁର ଦଳିତ ବସ୍ତିରେ ରହୁଥିବା ୫୦ ବର୍ଷୀୟା ଇନ୍ଦ୍ରାବତୀଙ୍କର ଘର ପାଖରେ ରହୁଥିବା ତାଙ୍କ ନାତି ଆଜାଦଙ୍କ ସହ ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ବୟସର ପାର୍ଥକ୍ୟ ଏବଂ ପାରିବାରିକ ସମ୍ପର୍କର କାନ୍ଥ ମଧ୍ୟ ସେମାନଙ୍କ ପ୍ରେମକୁ ରୋକିପାରିଲା ନାହିଁ। ଧୀରେ ଧୀରେ, ଦୁହିଁଙ୍କ ମଧ୍ୟରେ ଘନିଷ୍ଠତା ଏତେ ବଢ଼ିଗଲା ଯେ ସେମାନେ ପରିବାରକୁ ପର କରି ଏକାଠି ବଞ୍ଚିବା ଏବଂ ମରିବା ପାଇଁ ଶପଥ ନେଲେ।

ସୂଚନା ଅନୁଯାୟୀ, ଇନ୍ଦ୍ରାବତୀଙ୍କର ଚାରିଟି ସନ୍ତାନ, ଦୁଇ ପୁଅ ଏବଂ ଦୁଇ ଝିଅ ଅଛନ୍ତି। ୪ଜଣକ  ମଧ୍ୟରୁ ଜଣକର ବିବାହ ସରିଛି। ସ୍ୱାମୀ ଏବଂ ପିଲା ଥିଲେ ମଧ୍ୟ, ଇନ୍ଦ୍ରାବତୀ ତାଙ୍କ ପ୍ରେମିକ ଆଜାଦଙ୍କ ସହିତ ଫେରାର ହୋଇ ଗୋବିନ୍ଦ ସାହେବ ମନ୍ଦିରରେ ସାତ୍ ଫେରା ନେଇଥିଲେ। ବିବାହ ପରେ, ଦୁହେଁ ଗାଁ ଛାଡି ପଳାଇଯାଇଥିଲେ। କୁହାଯାଉଛି ଯେ ଫେରାର୍ ହେବାର କିଛି ଦିନ ପୂର୍ବରୁ, ଇନ୍ଦ୍ରାବତୀଙ୍କ ସ୍ୱାମୀ ଚନ୍ଦ୍ରଶେଖର ଉଭୟଙ୍କୁ ଆପତ୍ତିଜନକ ଅବସ୍ଥାରେ ଧରିଥିଲେ। ବିରୋଧ ସତ୍ତ୍ୱେ, ଦୁହେଁ ଅଲଗା ହୋଇନଥିଲେ।

ଚନ୍ଦ୍ରଶେଖର କହିଛନ୍ତି ଯେ, ଇନ୍ଦ୍ରାବତୀ, ମୋତେ ଏବଂ ପିଲାମାନଙ୍କୁ ମାରିବା ପାଇଁ ଖାଦ୍ୟରେ ବିଷ ମିଶାଇବାକୁ ଯୋଜନା କରିଥିଲା। ହେଲେ ସେ ସଫଳ ହେଲା ନାହିଁ। ଉଭୟ ପ୍ରାପ୍ତବୟସ୍କ ଥିବାରୁ ଇଦ୍ରାବତୀ ଓ ଆଜାଦଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେବାକୁ ମନା କଲା ପୁଲିସ। ଏବେ ସେ ଫେରାର ହେବା ପରେ ମୁଁ ତାଙ୍କୁ ମୃତ ମାନି ନେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe