ଶିରିଡି ସାଇଙ୍କ ହୁଣ୍ଡିକୁ ଦାନ ଆକାରରେ ମିଳିଛି ୩ କୋଟିର ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ

Advertisment
ଶିରିଡି ସାଇଙ୍କ ହୁଣ୍ଡିକୁ ଦାନ ଆକାରରେ ମିଳିଛି ୩ କୋଟିର ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ

Zee News

ଶିରିଡି: ଶିରିଡିର ସାଇ ସଂସ୍ଥାନ ସଂପ୍ରତି ଏକ ଅଜବ ଅସୁବିଧାର ସମ୍ମୁଖୀନ ହେଉଛି। ନୋଟବନ୍ଦୀକୁ ୫ ବର୍ଷରୁ ଅଧିକ ସମୟ ହେଲାଣି ତଥାପି ଦାନବାକ୍ସରେ ପୁରୁଣା ୫ ଶହ ଓ ହଜାରେ ଟଙ୍କିଆ ନୋଟ ଲୋକେ ପକାଉଛନ୍ତି। କ୍ରମାଗତ ଭାବେ ଏହି ପୁରୁଣା ଟଙ୍କାର ପରିମାଣ ବଢି ଚାଲିଥିବାରୁ ସାଇ ସଂସ୍ଥାନର ଅସୁବିଧା ମଧ୍ୟ ବଢି ଚାଲିଛି। ଖବର ଅନୁସାରେ ସାଇ ସଂସ୍ଥାନ ଏ ବିଷୟରେ କେନ୍ଦ୍ର ସରକାରଙ୍କୁ ଜଣାଇଛି ତଥାପି କୌଣସି ଫଳ ମିଳିନାହିଁ।

୨୦୧୬ ନଭେମ୍ବର ୮ରେ ଦେଶରେ ନୋଟବନ୍ଦୀ ଘୋଷଣା କରାଯାଇଥିଲା। ଏହାପରେ ୩୧ ଡିସେମ୍ବର ୨୦୧୬ ପର୍ଯ୍ୟନ୍ତ ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ ବଦଳାଇ ନୂଆ ନୋଟ ନେବାକୁ କୁହାଯାଇଥିଲା। ସାଇ ସଂସ୍ଥାନ ଅନୁସାରେ ସେମାନଙ୍କ ପାଖରେ ୩ କୋଟି ଟଙ୍କାର ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ ଜମା ହୋଇଛି। ପୁରୁଣା ନୋଟ ନିଜ ପାଖରେ ରଖିବା ଓ ଏହାର ବ୍ୟବହାର କରିବା ଆଇନ୍ ଅନୁଯାୟୀ ଅପରାଧ। ତେଣୁ ଏତେ ପରିମାଣର ଟଙ୍କାର କ’ଣ କରାଯିବ ବୋଲି ସାଇ ସଂସ୍ଥାନ ଚିନ୍ତାରେ ପଡିଯାଇଛି।

publive-image DNAIndia

ସାଇ ସଂସ୍ଥାନର ସିଇଓ ଭାଗ୍ୟଶ୍ରୀ କହିଛନ୍ତି, ହୁଣ୍ଡିରେ ଯେଉଁ ଟଙ୍କା ଦିଆଯାଇଥାଏ ସେହି ଟଙ୍କାକୁ ସପ୍ତାହରେ ଥରେ ଗଣା ଯାଇଥାଏ। ଯେବେଠାରୁ ନୋଟବନ୍ଦୀ ଆରମ୍ଭ ହୋଇଛି ସେବେଠାରୁ ଆମର ଦାନବାକ୍ସରେ ପୁରୁଣା ନୋଟ ସଂଖ୍ୟା ବଢି ଚାଲିଛି। ଆମେ ପୁରୁଣା ନୋଟଗୁଡିକୁ ଅଲଗା ରଖୁଛୁ। ଆମେ  ଅର୍ଥ ମନ୍ତ୍ରାଳୟ, ଗୃହ ମନ୍ତ୍ରାଳୟ ଓ ଆରବିଆଇ ସହିତ କ୍ରମାଗତ ଭାବେ ଯୋଗାଯୋଗରେ ଅଛୁ। ଗତ ସପ୍ତାହରେ ଗୃହ ମନ୍ତ୍ରାଳୟ ସକାରାତ୍ମକ ଜବାବ ଦେଇ କହିଛି ଆରବିଆଇ ଆମକୁ ସାହାଯ୍ୟ କରିବ। ଏହାପରେ ଆମେ ଆରବିଆଇକୁ ଯୋଗାଯୋଗ କରିଥିଲୁ, ଆଶା କରୁଛୁ ଆରବିଆଇ କିଛି ବ୍ୟବସ୍ଥା କରିବ। ଭାଗ୍ୟଶ୍ରୀ ପୁଣି କହିଛନ୍ତି, ୩୧ ଡିସେମ୍ବର ୨୦୧୬ ପର୍ଯ୍ୟନ୍ତ ଦାନବାକ୍ସ ଗୁଡିକୁ ସବୁଦିନ ଖୋଲାଯାଉଥିଲା ଓ ଦାନ ସୂତ୍ରରେ ମିଳୁଥିବା ଅର୍ଥକୁ ବ୍ୟାଙ୍କରେ ଜମା କରାଯାଉଥିଲା। ୩୧ ଡିସେମ୍ଵର ପରେ ବ୍ୟାଙ୍କଗୁଡିକ ପୁରୁଣା ନୋଟ ନେବାକୁ ମନା କରିଦେଇଥିଲେ। ଭକ୍ତମାନେ ଯାହା ବି ଶ୍ରଦ୍ଧାର ସହ ଦାନ କରିଛନ୍ତି ତାହା ତାଙ୍କ କାମରେ ହିଁ ଲଗାଯିବ। ତେଣୁ ଆମେ ଚାହୁଁଛୁ ଏହାର ସମାଧାନ ଶୀଘ୍ର କରାଯାଉ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe