ରମ୍‌ଜାନ ଅବସରରେ ବୈଷ୍ଣୋଦେବୀ ମନ୍ଦିର ପ୍ରଶାସନ ପକ୍ଷରୁ ୫୦୦ ମୁସ୍‌ଲିମ୍‌ଙ୍କୁ ଦିଆଗଲା ଶେହରି ଓ ଇଫ୍‌ତାରି

ରମ୍‌ଜାନ ଅବସରରେ ବୈଷ୍ଣୋଦେବୀ ମନ୍ଦିର ପ୍ରଶାସନ ପକ୍ଷରୁ ୫୦୦ ମୁସ୍‌ଲିମ୍‌ଙ୍କୁ ଦିଆଗଲା ଶେହରି ଓ ଇଫ୍‌ତାରି

ନୂଆଦିଲ୍ଲୀ: ପବିତ୍ର ରମ୍‌ଜାନ ଅବସରରେ ପ୍ରସିଦ୍ଧ ହିନ୍ଦୁ ଦେବୀ ପୀଠ ବୈଷ୍ଣୋଦେବୀ ମନ୍ଦିର ପ୍ରଶାସନ ପକ୍ଷରୁ କାତ୍ରାସ୍ଥିତ କ୍ବାରାଣ୍ଟିନ କେନ୍ଦ୍ରରେ ଥିବା ୫୦୦ ମୁସ୍‌ଲିମଙ୍କୁ ଶେହରି ଓ ଇଫ୍‌ତାରି ପ୍ରଦାନ କରାଯାଇଛି। ଭାରତର ପ୍ରସିଦ୍ଧ ହିନ୍ଦୁ ଦେବୀ ପୀଠ ପକ୍ଷରୁ ମୁସ୍‌ଲିମମାନଙ୍କୁ ଏଭଳି ଶେହରି ଓ ଇଫ୍‌ତାରି ପ୍ରଦାନ କରାଯାଇ ଭାଇଚାରାର ଏକ ଉଦାହରଣ ସୃଷ୍ଟି କରାଯାଇଛି।

publive-image The Logical Indian

ସୂଚନାଯୋଗ୍ୟ, କୋଭିଡ-୧୯ ଲକ୍‌ଡାଉନ ଯୋଗୁଁ ଏହି ୫୦୦ ମୁସ୍‌ଲିମ ବର୍ତ୍ତମାନ କାତ୍ରାରେ କ୍ବାରାଣ୍ଟିନ୍‌ କେନ୍ଦ୍ରରେ ଅଛନ୍ତି। ଭାରତର ସବୁଠୁ ଧନୀ ମନ୍ଦିର ପ୍ରଶାସନ ତିରୁମାଲା ତିରୁପତି ଦେବସ୍ଥାନମ୍‌ ପରେ ବୈଷ୍ଣୋଦେବୀ ମନ୍ଦିର ହେଉଛି ଭାରତର ଦ୍ବିତୀୟ ଧନୀ ମନ୍ଦିର। କୋଭିଡ-୧୯ ଚିକିତ୍ସା ଓ ପ୍ରତିକାର ନିମନ୍ତେ ବୈଷ୍ଣୋଦେବୀ ମନ୍ଦିର ପ୍ରଶାସନ ପକ୍ଷରୁ ଦେଢ କୋଟି ଟଙ୍କା ଖର୍ଚ୍ଚ ହୋଇ ସାରିଲାଣି। କାତ୍ରାର ବିଭିନ୍ନ କ୍ବାରାଣ୍ଟିନ୍‌ କେନ୍ଦ୍ରମାନଙ୍କରେ ବୈଷ୍ଣୋଦେବୀ ମନ୍ଦିର ପ୍ରଶାସନ ପକ୍ଷରୁ ୮୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରାଯାଇଛି। ଗତ ମାର୍ଚ୍ଚ ୨୦ ପରଠାରୁ କରୋନା ଭାଇରସ ମୁକାବିଲା ନିମନ୍ତେ ମନ୍ଦିର ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ବୈଷ୍ଣୋଦେବୀ ପୀଠ ସାଧାରଣ ଭକ୍ତଙ୍କ ନିମନ୍ତେ ବନ୍ଦ ଥିବାବେଳେ ଜମ୍ମୁ-କାଶ୍ମୀରର କାତ୍ରାର ଆଶୀର୍ବାଦ ଭବନକୁ ଅସ୍ଥାୟୀ କ୍ବାରାଣ୍ଟିନ କେନ୍ଦ୍ର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe