ଆମେରିକୀୟ ମଡେଲ୍‌ ବୋଲି କହି ୭୦୦ରୁ ଅଧିକ ମହିଳାଙ୍କୁ ଧୋକା ଦେଲେ ଭାରତୀୟ ଯୁବକ

Advertisment

ଅନ୍‌ଲାଇନ୍‌ ସାଇଟ୍‌ରେ ବନ୍ଧୁତା କରିବା ଆଜିକାଲି ଅନେକଙ୍କୁ ମହଙ୍ଗା ପଡୁଛି। ଅନ୍‌ଲାଇନ୍‌ ସାଇଟ୍‌ରେ ବନ୍ଧୁତା କରି ଜଣେ ଯୁବକ ପ୍ରାୟ ୭୦୦ ମହିଳାଙ୍କୁ ଧୋକା ଦେଇଥିବା ଅଭିଯୋଗ ହୋଇଛି।

ଅନ୍‌ଲାଇନ୍‌ ସାଇଟ୍‌ରେ ବନ୍ଧୁତା କରିବା ଆଜିକାଲି ଅନେକଙ୍କୁ ମହଙ୍ଗା ପଡୁଛି। ଅନ୍‌ଲାଇନ୍‌ ସାଇଟ୍‌ରେ ବନ୍ଧୁତା କରି ଜଣେ ଯୁବକ ପ୍ରାୟ ୭୦୦ ମହିଳାଙ୍କୁ ଧୋକା ଦେଇଥିବା ଅଭିଯୋଗ ହୋଇଛି।

ବ୍ଲାକ୍‌ମେଲ୍‌

ନୂଆଦିଲ୍ଲୀ: ଅନ୍‌ଲାଇନ୍‌ ସାଇଟ୍‌ରେ ବନ୍ଧୁତା କରିବା ଆଜିକ‌ାଲି ଅନେକଙ୍କୁ ମହଙ୍ଗା ପଡୁଛି। ଅନ୍‌ଲାଇନ୍‌ ସାଇଟ୍‌ରେ ବନ୍ଧୁତା କରି ଜଣେ ଯୁବକ ପ୍ରାୟ ୭୦୦ ମହିଳାଙ୍କୁ ଧୋକା ଦେଇଥିବା ଅଭିଯୋଗ ହୋଇଛି। ଯୁବକ ଜଣକ ଦିନରେ ଉତ୍ତରପ୍ରଦେଶର ନୋଏଡାସ୍ଥିତ ଏକ ଘରୋଇ କମ୍ପାନିରେ ଚାକିରି କରନ୍ତି ଓ ରାତିରେ ନିଜକୁ ଜଣେ ଆମେରିକୀୟ ମଡେଲ୍‌ ବୋଲି କହି ମହିଳାମାନଙ୍କୁ ଠକନ୍ତି। ଦିନରେ କରୁଥିବା ଚାକିରିରେ ସେ ନିଜ କ୍ୟାରିୟର୍‌କୁ ସୁରକ୍ଷିତ ରଖନ୍ତି ଓ ଅଧିକ ଅର୍ଥ ଉପାର୍ଜନ ପାଇଁ ରାତିର ଉପାୟ ଆପଣାନ୍ତି। 

ଡେଟିଂ ପ୍ଲାଟ୍‌ଫର୍ମ ବମ୍ବଲରେ ସେ ପ୍ରାୟ ୫୦୦ ମହିଳା ଓ ସ୍ନାପ୍‌ଚାଟ୍‌ରେ ୨୦୦ ମହିଳାଙ୍କୁ ଫସାଇ ସେମାନଙ୍କୁ ବ୍ଲାକ୍‌ମେଲ୍‌ କରିବା ସହ ଟଙ୍କା ଦାବି କରୁଥିଲେ। ୭୦୦ରୁ ଅଧିକ ମହିଳାଙ୍କୁ ଠକିବା ଅଭିଯୋଗରେ ଶୁକ୍ରବାର ଦିନ ପୂର୍ବ ଦିଲ୍ଲୀର ଶାକରପୁର ଅଞ୍ଚଳରୁ ୨୩ ବର୍ଷୀୟ ତୁଷାର ସିଂହ ବିଷ୍ଟଙ୍କୁ ଗିରଫ କରାଯାଇଛି। 

ଦିଲ୍ଲୀର ବାସିନ୍ଦା ତୁଷାର ବ୍ୟବସାୟ ପ୍ରଶାସନ (ବିବିଏ) ରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ଗତ ତିନିବର୍ଷ ଧରି ସେ ନୋଏଡାର ଏକ ଘରୋଇ କମ୍ପାନିରେ  ନିଯୁକ୍ତି ପାଇଥିଲେ।

ତାଙ୍କ ବାପା ଜଣେ ଡ୍ରାଇଭର ଓ ମା ଜଣେ ଗୃହିଣୀ। ତୁଷାରଙ୍କ ଭଉଣୀ ଗୁରୁଗ୍ରାମରେ ଚାକିରି କରନ୍ତି। ଏକ ସ୍ଥାୟୀ ଚାକିରିରେ ରହି ସତ୍ତ୍ୱେ ତୁଷାର ସାଇବର ଅପରାଧ ଜଗତକୁ ଆସିଥିଲେ, ମୁଖ୍ୟତ ମହିଳାମାନଙ୍କୁ ଫସାଇ ବ୍ଲାକ୍‌ମେଲ୍‌ କରି ଅର୍ଥ ଉପାର୍ଜନ କରୁଥିଲେ।

ଏକ ଭର୍ଚୁଆଲ୍ ଆନ୍ତର୍ଜାତୀୟ ମୋବାଇଲ୍ ନମ୍ବର ବ୍ୟବହାର କରି ତୁଷାର ଲୋକପ୍ରିୟ ଡେଟିଂ ଆପ୍‌ ବମ୍ପଲ ଓ ସ୍ନାପଚେଟ୍ ଭଳି ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ନକଲି ପ୍ରୋଫାଇଲ୍ ସୃଷ୍ଟି କରିଥିଲେ। ସେ ମଡେଲମାନଙ୍କ ଫଟୋ ବ୍ୟବହାର କରି ନିଜକୁ ମଡେଲ୍‌‌ ବୋଲି କହୁଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe