ଭାରତୀୟ ଶିଖ୍‌ ତୀର୍ଥଯାତ୍ରୀଙ୍କ ପାଇଁ ଖୋଲିଲା ପାକିସ୍ତାନର ୫୦୦ ବର୍ଷର ପୁରୁଣା ଗୁରୁଦ୍ୱାର

Advertisment
ଭାରତୀୟ ଶିଖ୍‌ ତୀର୍ଥଯାତ୍ରୀଙ୍କ ପାଇଁ ଖୋଲିଲା ପାକିସ୍ତାନର ୫୦୦ ବର୍ଷର ପୁରୁଣା ଗୁରୁଦ୍ୱାର

(Photo| YouTube)

ଲହୋର: ପାକିସ୍ତାନର ପଞ୍ଜାବ ପ୍ରାନ୍ତ ସିଆଲ୍‌କୋଟରେ ଥିବା ୫୦୦ ବର୍ଷ ପୁରୁଣା ଗୁରୁଦ୍ୱାରର ଦ୍ୱାର ଏବେ ଭାରତୀୟ ଶିଖ୍‌ ତୀର୍ଥଯାତ୍ରୀମାନଙ୍କ ପାଇଁ ଖୋଲି ଦିଆଯାଇଛି ବୋଲି ସୋମବାର ଏକ ଗଣମାଧ୍ୟମ ରିପୋର୍ଟରୁ ଜାଣିବାକୁ ମିଳିଛି।

ପୂର୍ବରୁ ଭାରତୀୟମାନଙ୍କୁ ଭାରତରୁ ୧୪୦ କିଲୋମିଟର ଦୂରରେ ଅବସ୍ଥିତ ପାକିସ୍ତାନର ସିଆଲ୍‌କୋଟ ସହରରେ ଥିବା ବାବେ-ଦି-ବେର ଗୁରୁଦ୍ୱାର ଭିତରକୁ ପ୍ରବେଶ ପାଇଁ ଅନୁମତି ଦିଆଯାଇ ନଥିଲା।

ପାକିସ୍ତାନର ପଞ୍ଜାବଠାରେ ରହିଥିବା ଅନେକଗୁଡ଼ିଏ ଶିଖ ତୀର୍ଥସ୍ଥାନକୁ ପାକିସ୍ତାନ ସମେତ ୟୁରୋପ, କାନ୍ନାଡା ଓ ଆମେରିକା ଆଦି ଦେଶର ତୀର୍ଥଯାତ୍ରୀମାନଙ୍କୁ ଯାତ୍ରା କରିବାର ଅନୁମତି ରହଛି।

publive-image dawn.com

ପଞ୍ଜାବ ଗଭର୍ଣ୍ଣର ମହମ୍ମଦ ସରଓ୍ଵାର ନିକଟରେ ଏହି ତାଲିକାରେ ଭାରତୀୟ ଶିଖ୍‌ ତୀର୍ଥଯାତ୍ରୀଙ୍କୁ ସାମିଲ୍‌ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ଏଣିକି ଭାରତୀୟମାନେ ସିଆଲ୍‌କୋଟ ଗୁରୁଦ୍ୱାରକୁ ଯାତ୍ରା କରିପାରିବେ।

ପ୍ରତିବର୍ଷ ଶିଖ୍‌ ଧର୍ମର ପ୍ରବର୍ତ୍ତକ ଗୁରୁ ନାନକଙ୍କ ଜୟନ୍ତୀ ଓ ମୃତ୍ୟୁ ବାର୍ଷିକୀରେ ହଜାର ହଜାର ଭାରତୀୟ ଶିଖ୍‌ ତୀର୍ଥଯାତ୍ରୀମାନେ ପାକିସ୍ତାନ ଯାତ୍ରା କରିଥାନ୍ତି।

ଶିଖ୍‌ ପରମ୍ପରା ଅନୁଯାୟୀ, ଷୋଡ଼ଶ ଶତାବ୍ଦୀରେ ଗୁରୁ ନାନକ କଶ୍ମୀରରୁ ଯାଇ ସିଆଲ୍‌କୋଟଠାରେ ପହଞ୍ଚିଥିଲେ। ସେଠାରେ ଦୀର୍ଘ ଦିନ ଧରି ସେ ଏକ ଗଛ ତଳେ ରହୁଥିଲେ। ଗୁରୁ ନାନକଙ୍କ ଉପସ୍ଥିତିକୁ ସବୁବେଳେ ଅନୁଭବ କରିବା ପାଇଁ ସେହି ସ୍ଥାନରେ ପରବର୍ତ୍ତୀ ମୁହୂର୍ତ୍ତରେ ସର୍ଦ୍ଦାର ନାଥ ସିଂହ ଗୁରୁଦ୍ୱାର ନିର୍ମାଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe