ଫେରିବ ୨୦୧୨ରେ ତାମିଲନାଡୁରୁ ଚୋରି ହୋଇଥିବା ୫୦୦ ବର୍ଷ ପୁରୁଣା ହନୁମାନ ପ୍ରତିମା

ଫେରିବ ୨୦୧୨ରେ ତାମିଲନାଡୁରୁ ଚୋରି ହୋଇଥିବା ୫୦୦ ବର୍ଷ ପୁରୁଣା ହନୁମାନ ପ୍ରତିମା

Image Courtesy of NDTV

ନୂଆଦିଲ୍ଲୀ: ପ୍ରାୟ ଏକ ଦଶନ୍ଧି ତଳେ ତାମିଲନାଡୁରୁ ଚୋରି ହୋଇ ବିଦେଶକୁ ଚୋରାଚାଲାଣ ହୋଇଥିବା ଗୋଟାଏ ପୁରାତନ ହନୁମାନ ପ୍ରତିମାକୁ ଖୁବ୍‌ ଶୀଘ୍ର ଭାରତକୁ ହସ୍ତାନ୍ତର କରାଯିବ ବୋଲି ବୁଧବାର ଦିନ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି. କିଷନ୍‌ ରେଡ୍ଡୀ କହିଛନ୍ତି।

ବିଜୟନଗର ଅମଳର ୧୪ଶ-୧୫ଶ ଶତାବ୍ଦୀର ଉକ୍ତ ପ୍ରତିମାଟିକୁ କିଛି ଦିନ ତଳେ ଅଷ୍ଟ୍ରେଲିଆରେ ଜଣେ କ୍ରେତାଙ୍କ ନିକଟରୁ ଆବିଷ୍କାର କରାଯାଇଥିଲା।

ଏ ସଂକ୍ରାନ୍ତରେ ଟୁଇଟ୍‌ କରି ସଂସ୍କୃତି ମନ୍ତ୍ରୀ କହିଛନ୍ତି: ତାମିଲନାଡୁ ମନ୍ଦିରରୁ ଚୋରି ହୋଇଯାଇଥିବା ୫୦୦ ବର୍ଷ ତଳର ପ୍ରଭୁ ହନୁମାନଙ୍କ କାଂସ୍ୟ ପ୍ରତିମାଟିକୁ ପୁନଶ୍ଚ ଭାରତକୁ ଫେରସ୍ତ କରାଯିବ। ଚୋରି ହୋଇଯାଇଥିବା ଉକ୍ତ ପ୍ରତିମାଟିକୁ ‘ୟୁଏସ୍‌ ହୋମ୍‌ଲାଣ୍ଡ୍‌ ସିକ୍ୟୁରିଟି’ଦ୍ବାରା ଉଦ୍ଧାର କରାଯିବା ‘ୟୁଏସ୍‌ ସିଡିଏ’ ତାହାକୁ ‘ଏଚ୍‌ସିଆଇସି କ୍ୟାନ୍‌ବେରା’କୁ ହସ୍ତାନ୍ତର କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଆମ ଐତିହ୍ୟ ସବୁକୁ ଫେରସ୍ତ ଅଣାଯାଉଛି।

publive-image Image Courtesy of NDTV

ମଙ୍ଗଳବାର ଦିନ ଅଷ୍ଟ୍ରେଲୀୟ ‘ଚାର୍ଜ ଡି ଆଫେୟାର୍ସ’ ମାଇକେଲ୍‌ ଗୋଲଡ୍‌ମ୍ୟାନ୍‌ ଉକ୍ତ ପ୍ରତିମାଟିକୁ କ୍ୟାନ୍‌ବେରାରେ ଥିବା ଭାରତୀୟ ହାଇକମିସନର୍‌ ମନ୍‌ପ୍ରୀତ୍‌ ବୋରାଙ୍କୁ ଫେରାଇ ଦେଇଥିଲେ।

‘ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ’ କହିବା ଅନୁସାରେ, ୨୦୧୨ ଏପ୍ରିଲ୍‌ ୯ ତାରିଖ ଦିନ ଆରିୟାଲୁର୍‌ ଜିଲ୍ଲା ଅନ୍ତର୍ଗତ ବେଲ୍ଲୁର୍‌ ଗ୍ରାମରେ ଥିବା ବରଧାରାଜା ପେରୁମଲ ମନ୍ଦିରରୁ ଶ୍ରୀଦେବୀ ଓ ଭୂଦେବୀଙ୍କ ପ୍ରତିମାଙ୍କ ସହ ହନୁମାନଙ୍କ ପ୍ରତିମାଟି ଚୋରି ହୋଇଯାଇଥିଲା। ୨୦୧୪ ମାର୍ଚରେ ହନୁମାନଙ୍କ ପ୍ରତିମାଟିକୁ ଅଷ୍ଟ୍ରେଲିଆର ଜଣେ କ୍ରେତା ନିଲାମ ଧରି କିଣିଥିଲେ। ପରେ ଏହାକୁ ସେଠାରୁ ଆବି‌ଷ୍କାର ଆବଶ୍ୟକ ତଦନ୍ତ କରିବା ପରେ ଜଣାପଡ଼ିଲା ଯେ, ଏହା ହେଉଛି ଭାରତରୁ ଚୋରି ହୋଇଥିବା ଉକ୍ତ ହନୁମାନ ପ୍ରତିମା। ଏହି ପ୍ରତିମାଟି ଚୋରି ହୋଇ ଆସିଥିବା କଥା ଯୁକ୍ତରାଷ୍ଟ୍ର ଆମେରିକାରେ ଅବସ୍ଥିତ ନିଲାମକାରୀ ସଂସ୍ଥାନ ଏବଂ କ୍ରେତାଙ୍କୁ ଜଣା ନ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe