ବରଫଚଟା‌ଣ ତଳୁ ମିଳିଲା ୫୦ ହଜାର ବର୍ଷ ତଳର ଭାଇରସ୍‌

Advertisment
ବରଫଚଟା‌ଣ ତଳୁ ମିଳିଲା ୫୦ ହଜାର ବର୍ଷ ତଳର ଭାଇରସ୍‌

Zee News

ନୂଆଦିଲ୍ଲୀ: ବିଶେଷଜ୍ଞମାନେ ୫୦ ହଜାର ବର୍ଷ ତଳର ଏକ ଭାଇରସ୍‌କୁ ପୁନର୍ଜୀବିତ କରିଛନ୍ତି। ସାଇବେରିଆରର ଏକ ବରଫଚଟାଣ ତଳେ ଚିହ୍ନଟ ହୋଇଥିବା ଏହି ଭାଇରସ୍‌ର ନାମ ଜୋମ୍ବି ଭାଇରସ୍‌। ତେବେ ବିଶେଷଜ୍ଞମାନେ ଏହି ଭାଇରସ୍‌ର ନୂଆ ନାମ ରଖିଛନ୍ତି ପାଣ୍ଡୋରାଭାଇରସ ୟେଡୋମା। ତେବେ ଏହା ପ୍ରଥମ ଥର ନୁହେଁ, ବିଶେଷଜ୍ଞମା‌ନେ ପୂର୍ବରୁ ମଧ୍ୟ ଏଭଳି ଅନେକ ଭାଇରସ୍‌ ଚିହ୍ନଟ କରିଛନ୍ତି। ଜୋମ୍ବି ଭାଇରସ୍‌ ଲୋକଙ୍କ ପାଇଁ ଅତି ବିପଜ୍ଜନକ ବୋଲି ବିଶେଷଜ୍ଞମାନେ ସତର୍କ କରିଛନ୍ତି। ଏ ଜଳବାୟୁ ପରିବର୍ତ୍ତନ ଯୋଗୁଁ ପୁରୁଣା ଭାଇରସ୍‌ ପୁଣିଥରେ ଚିହ୍ନଟ ହୋଇଛି। ରୁଷ୍‌ର ସାଇବେରିଆ ଅଞ୍ଚଳରେ ବରଫ ଚଟାଣ ତଳେ ଥିବା ଭାଇରସ୍‌ଗୁଡ଼ିକ ଉପରେ ୟୁରୋପୀୟ ବିଶେଷଜ୍ଞ ଅନୁଧ୍ୟାନ କରୁଛନ୍ତି। ଉକ୍ତ ଭାଇରସ୍‌ ଠାବ କରିବାପରେ ଏହା ଉପରେ ଅଧ୍ୟୟନ କରିବାପାଇଁ ବୈଜ୍ଞାନିକମାନେ ଏହି ଭାଇରସ୍‌କୁ ପୁନର୍ଜୀବିତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe