ତାମିଲନାଡୁରେ ବିଷାକ୍ତ ମଦ ପିଇ ୫୩ ମୃତ, ରାଜ୍ୟର ଡିଏମକେ ସରକାରଙ୍କୁ ଦାୟୀ କଲା ବିଜେପି

ତାମିଲନାଡୁରେ ବିଷାକ୍ତ ମଦ ପିଇ ୫୩ ମୃତ, ରାଜ୍ୟର ଡିଏମକେ ସରକାରଙ୍କୁ ଦାୟୀ କଲା ବିଜେପି

କଲ୍ଲାକୁରିଚି: ତାମିଲନାଡୁର କଲ୍ଲାକୁରିଚି ଜିଲ୍ଲାରେ ବେଆଇନ ଦେଶୀ ମଦ ପିଇ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଶନିବାର ପୁଲିସଠାରୁ ମିଳିଥିବା ସଦ୍ୟତମ ରିପୋର୍ଟ ଅନୁଯାୟୀ, ଦେଶୀ ମଦ ପିଇ ଅସୁସ୍ଥ ହୋଇଥିବା ୧୪୦ ଜଣଙ୍କ ଅବସ୍ଥା ଏବେ ବି ସ୍ଥିର ଥିବା ବେଳେ ମୃତ୍ୟୁ ସଂଖ୍ୟା ୫୩କୁ ବୃଦ୍ଧି ପାଇଛି। ଡିଏମ ଏମଏସ ପ୍ରଶାନ୍ତ କହିଛନ୍ତି ଯେ ବେଆଇନ ଦେଶୀ ମଦ ପିଇ ମଙ୍ଗଳବାର ୧୯୩ ଜଣ ଅସୁସ୍ଥ ହୋଇଥିଲେ। ସେମାନଙ୍କୁ ନିକଟସ୍ଥ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ସଦର ଡାକ୍ତରଖାନାରେ ପୀଡ଼ିତାଙ୍କୁ ଭେଟିବା ପରେ ଡିଏମ୍ ପ୍ରଶାନ୍ତ ଗଣମାଧ୍ୟମକୁ କହିଛନ୍ତି, ବିଷାକ୍ତ ମଦ ପିଇ ଏପର୍ଯ୍ୟନ୍ତ ୫୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣଙ୍କୁ ଗିରଫ କରାଯାଇଛି। ରାଜ୍ୟର ଶାସକ ଦ୍ରାବିଡ ମୁନେତ୍ରା କଜଗମ (ଡିଏମକେ) ଦୋଷୀଙ୍କୁ ସୁରକ୍ଷା ଦେଉଥିବା ସେ ଅଭିଯୋଗ କରିଛନ୍ତି।

ଏହି ଘଟଣାର ସିବିଆଇ ତଦନ୍ତ ଦାବି କରିଛି ବିଜେପି । ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଶେହଜାଦ ପୁନାୱାଲା ଏକ ସାମ୍ବାଦିକ ସମ୍ମିଳନୀରେ ଏହି ମୃତ୍ୟୁକୁ ରାଜ୍ୟ ପ୍ରାୟୋଜିତ ହତ୍ୟାକାଣ୍ଡ ବୋଲି କହିଛନ୍ତି। ସେ ଦକ୍ଷିଣ ରାଜ୍ୟରେ ଘଟିଥିବା ଦୁଃଖଦ ଘଟଣା ପାଇଁ ଶାସକ ଡିଏମକେକୁ ସମ୍ପୂର୍ଣ୍ଣ ଭାବେ ଦାୟୀ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ୫୩ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ ଅନୁସୂଚିତ ଜାତିର। ରାଜ୍ୟ ପ୍ରାୟୋଜିତ ଏହି ହତ୍ୟାକାଣ୍ଡ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ଡିଏମକେ ଏହି ଜଘନ୍ୟ ଅପରାଧର ଖଳନାୟକଙ୍କୁ ସୁରକ୍ଷା ଦେବାରେ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe