ପାକିସ୍ତାନର କରୋନା ମୁକାବିଲା, ସୁରକ୍ଷା ସାମଗ୍ରୀ ଦାବି କରି ୫୩ ଡାକ୍ତର ଗିରଫ

ମହିଳାଙ୍କ ଗୁପ୍ତାଙ୍ଗରୁ ସ୍ବାବ୍‌ ନମୁନା ନେଇ ଗିରଫ ହେଲେ ଲାବୋରେଟୋରି ଟେକ୍ନିସିଆନ୍‌

Time

ଇସ୍‌ଲାମାବାଦ : ପାକିସ୍ତାନରେ କରୋନା ମୁକାବିଲା ପାଇଁ ଆବଶ୍ୟକ ସୁରକ୍ଷା ସରଞ୍ଜାମ ଯୋଗାଇଦେବାକୁ ଦାବି କରୁଥିବା ୫୦ରୁ ଅଧିକ ଡାକ୍ତର ଗିରଫ ହେବା ଘଟଣା ପାକିସ୍ତାନର କରୋନା ମୁକାବିଲା ପ୍ରସ୍ତୁତିକୁ ପଦାରେ ପକାଇଦେଇଛିା ରୋଗୀ ସଂସ୍ପର୍ଶରେ ସିଧାସଳଖ ଆସୁଥିବା ଏହି ସ୍ବାସ୍ଥ୍ୟକର୍ମୀମାନଙ୍କୁ ସଂକ୍ରମଣ ଆଶଙ୍କା ଅଧିକ ରହିଥିବାରୁ ସେମାନେ ସରକାରଙ୍କ ଠାରୁ ଆବଶ୍ୟକ ସୁରକ୍ଷା ସାମଗ୍ରୀ ଯୋଗାଣ ପାଇଁ ତ୍ବରିତ ଆଶା ରଖିଥିଲୋ ମାତ୍ର ସରକାର ସେମାନଙ୍କ କଥାକୁ ଗୁରୁତ୍ବ ନଦେବାରୁ କ୍ବେଟା ସହରରେ ଶହେ ପାଖାପାଖି ଡାକ୍ତର ଓ ଅନ୍ୟାନ୍ୟ ସ୍ବାସ୍ଥ୍ୟକର୍ମୀ ଆନ୍ଦୋଳନ କରିଥିଲେ। ମାତ୍ର ସ୍ଥାନୀୟ ପୁଲିସ ସେମାନଙ୍କ ଉପରେ ଲାଠିମାଡ଼ କରି ସମସ୍ତଙ୍କୁ ଗିରଫ କରିଥିଲାା ଡାକ୍ତରମାନଙ୍କ ସୁରକ୍ଷା ସଂକ୍ରାନ୍ତ ଏଭଳି ଆଭିମୁଖ୍ୟକୁ ସରକାର ଚପାଇଦେଉଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe