ପାରାସିଟାମୋଲ ସମେତ ୫୩ ଔଷଧ ଗୁଣାତ୍ମକ ପରୀକ୍ଷାରେ ବିଫଳ: ସିଡିଏସସିଓ ରିପୋର୍ଟ

Advertisment

କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ ପାରାସିଟାମୋଲ ସମେତ ୫୩ ଔଷଧର ଗୁଣାତ୍ମକ ପରୀକ୍ଷା କରିଥିଲା। ଯେଉଁଥିରେ କ୍ୟାଲସିୟମ ଏବଂ ଭିଟାମିନ୍ ଡି-୩ ସପ୍ଲିମେଣ୍ଟଠାରୁ ଆରମ୍ଭ କରି ମଧୁମେହ ଏବଂ ଉଚ୍ଚ ରକ୍ତଚାପ ଔଷଧ ପର୍ଯ୍ୟନ୍ତ ଅନେକ ପ୍ରକାରର ଔଷଧ ରହିଛି...

Updated On

କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ ପାରାସିଟାମୋଲ ସମେତ ୫୩ ଔଷଧର ଗୁଣାତ୍ମକ ପରୀକ୍ଷା କରିଥିଲା। ଯେଉଁଥିରେ କ୍ୟାଲସିୟମ ଏବଂ ଭିଟାମିନ୍ ଡି-୩ ସପ୍ଲିମେଣ୍ଟଠାରୁ ଆରମ୍ଭ କରି ମଧୁମେହ ଏବଂ ଉଚ୍ଚ ରକ୍ତଚାପ ଔଷଧ ପର୍ଯ୍ୟନ୍ତ ଅନେକ ପ୍ରକାରର ଔଷଧ ରହିଛି...

ଅଦ୍ୟତନ ହୋଇଛି
10abbaapa

ନୂଆଦିଲ୍ଲୀ: ପାରାସିଟାମୋଲ୍ ଟାବଲେଟ୍ ଗୁଣାତ୍ମକ ପରୀକ୍ଷଣରେ ବିଫଳ ହୋଇଛି। ଏହା ବ୍ୟତୀତ କ୍ୟାଲସିୟମ ଏବଂ ଭିଟାମିନ୍ ଡି-୩ ସପ୍ଲିମେଣ୍ଟସ୍, ଡାଇବେଟିସ୍ ବଟିକା ଏବଂ ଉଚ୍ଚ ରକ୍ତଚାପ ଔଷଧ ସହିତ ୫୦ରୁ ଅଧିକ ଔଷଧ ନିୟନ୍ତ୍ରକଙ୍କ ଦ୍ୱାରା କରାଯାଇଥିବା ଗୁଣାତ୍ମକ ପରୀକ୍ଷଣରେ ବିଫଳ ହୋଇଥିବା ଜଣାପଡିଛି।  ଗୁଣାତ୍ମକ ପରୀକ୍ଷଣରେ ବିଫଳ ହୋଇଥିବା ଔଷଧର ତାଲିକା  ଭାରତୀୟ ଔଷଧ ନିୟାମକ ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ୍ (ସିଡିଏସସିଓ) ପ୍ରକାଶ କରିଛି।

 ଭାରତୀୟ ଡ୍ରଗ୍ ରେଗୁଲେଟର ସେଣ୍ଟ୍ରାଲ୍ ଡ୍ରଗ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍ ପରୀକ୍ଷା ପାଇଁ ପ୍ରତି ମାସରେ କିଛି ଔଷଧ ଚୟନ କରିଥାଏ। ତା’ପରେ ସେସବୁର ପରୀକ୍ଷା କରାଯାଇଥାଏ।

ଚଳିତ ଥର ସଂଗଠନ ପକ୍ଷରୁ ଭିଟାମିନ୍ ସି ଏବଂ ଡି-୩ ଟାବଲେଟ୍ ସେଲକାଲ୍, ଭିଟାମିନ୍ ବି କମ୍ପ୍ଲେକ୍ସ ଏବଂ ଭିଟାମିନ୍ ସି ସଫ୍ଟଗେଲ୍, ଆଣ୍ଟାସିଡ୍ ପାନ୍-ଡି, ପାରାସିଟାମଲ୍ ଆଇପି ୫୦୦ ମିଗ୍ରା, ମଧୁମେହ ଔଷଧ ଗ୍ଲାଇମିପିରାଇଡ୍, ଉଚ୍ଚ ରକ୍ତଚାପ ଔଷଧ ଟେଲମିସାର୍ଟାନ୍ ଭଳି ଔଷଧର ଗୁଣବତ୍ତା ପରୀକ୍ଷା କରାଯାଇଥିଲା। ଏହି ଔଷଧକୁଡିକ ଗୁଣାତ୍ମକ ପରୀକ୍ଷାରେ ବିଫଳ ହୋଇଥିବା କୁହାଯାଉଛି। 

ଏହି ଔଷଧଗୁଡିକ ହେଟେରୋ ଡ୍ରଗ୍, ଆଲକେମ୍ ଲାବୋରେଟୋରୀ, ହିନ୍ଦୁସ୍ତାନ ଆଣ୍ଟିବାୟୋଟିକ୍ସ ଲିମିଟେଡ୍ (ଏଚଏଏଲ), କର୍ଣ୍ଣାଟକ ଆଣ୍ଟିବାୟୋଟିକ୍ସ ଏବଂ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡ୍, ମେଗ୍ ଲାଇଫ ସାଇନ୍ସ,, ପ୍ୟୁର ଆଣ୍ଡ କ୍ୟୁୟର ହେଲଥକେୟାର ଭଳି ବହୁ ଅଗ୍ରଣୀ ଔଷଧ ଉତ୍ପାଦନକାରୀ କମ୍ପାନୀ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା।  

ପେଟ ସଂକ୍ରମଣ ପାଇଁ ନିଆଯାଇଥିବା  ଔଷଧଗୁଡ଼ିକ ମଧ୍ୟ ପରୀକ୍ଷାରେ ବିଫଳ ହୋଇଛି। ମେଟ୍ରୋନିଡାଜୋଲ, ପେଟ ସଂକ୍ରମଣର ଚିକିତ୍ସା ପାଇଁ ବହୁଳ ଭାବରେ ବ୍ୟବହୃତ ଔଷଧ, ଯାହା ପିଏସୟୁ ହିନ୍ଦୁସ୍ତାନ ଆଣ୍ଟିବାୟୋଟିକ୍ ଲିମିଟେଡ୍  ଦ୍ୱାରା ନିର୍ମିତ। ଏହା ମଧ୍ୟ ଗୁଣବତ୍ତା ପରୀକ୍ଷାରେ ବିଫଳ ହୋଇଥିବା କୁହାଯାଉଛି।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe