ମେଗାଷ୍ଟାର ଚିରଞ୍ଜିବୀଙ୍କୁ ୫୩ ତମ ଆଇଏଫଏଫଆଇ ଫିଲ୍ମ ପର୍ସନାଲିଟି ଅଫ୍‌ ଦି ଇୟର ପୁରସ୍କାର

Advertisment
ମେଗାଷ୍ଟାର ଚିରଞ୍ଜିବୀଙ୍କୁ ୫୩ ତମ ଆଇଏଫଏଫଆଇ ଫିଲ୍ମ ପର୍ସନାଲିଟି ଅଫ୍‌ ଦି ଇୟର ପୁରସ୍କାର

Indiablooms

ନୂଆଦିଲ୍ଲୀ: ଅଭିନେତା-ନିର୍ମାତା ମେଗାଷ୍ଟାର ଚିରଞ୍ଜିବୀ କୋନିଡେଲା ପାଇବେ ୨୦୨୨ ବର୍ଷ ପାଇଁ ୫୩ ତମ ଆଇଏଫଏଫଆଇ ଇଣ୍ଡିଆନ୍ ଫିଲ୍ମ ପର୍ସନାଲିଟି ଅଫ୍ ଦି ଇୟର ପୁରସ୍କାର। ରବିବାର ଗୋଆରେ ଭାରତର ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ, ଆଇଏଫଏଫଆଇର ୫୩ ତମ ସଂସ୍କରଣର ଉଦଘାଟନୀ ସମାରୋହରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁର ଏହା ଘୋଷଣା କରିଛନ୍ତି।

ଚାରି ଦଶନ୍ଧିରୁ ଅଧିକ ସମୟ ଧରି ଚିରଞ୍ଜିବୀ ତେଲୁଗୁ ଭାଷାରେ ୧୫୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ଏହା ସହିତ ହିନ୍ଦୀ, ତାମିଲ ଏବଂ କନ୍ନଡ ଚଳଚ୍ଚିତ୍ରରେ ମଧ୍ୟ ସେ ନିଜର ଅଭିନୟ ଦକ୍ଷତା ପ୍ରତିପାଦିତ କରିଛନ୍ତି। ତାଙ୍କୁ ତେଲୁଗୁ ସିନେମାର ଅନ୍ୟତମ ସଫଳ ତଥା ପ୍ରଭାବଶାଳୀ ଅଭିନେତା ଭାବରେ ବିବେଚନା କରାଯାଏ। ସେ ୧୯୮୨ରେ ‘ଇଣ୍ଟିଲୋ ରାମାୟା ଭେଡିଲୋ କ୍ରିଷ୍ଣାୟା’ରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିଲେ। ତାଙ୍କର ଚମତ୍କାର ଅଭିନୟ ତାଙ୍କୁ ମେଗାଷ୍ଟାରର ଉପାଧି ପ୍ରଦାନ କରିଛି।

ଭାରତୀୟ ସିନେମା ପ୍ରତି ତାଙ୍କର ଯୋଗଦାନ ପାଇଁ ୨୦୦୬ରେ ଭାରତର ତୃତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ ‘ପଦ୍ମ ଭୂଷଣ’ରେ ସମ୍ମାନିତ କରାଯାଇଥିଲା। ମନ୍ତ୍ରୀ ଶ୍ରୀ ଠାକୁର କେନ୍ଦ୍ର ସୂଚନା ଓ ପ୍ରସାରଣ ରାଷ୍ଟ୍ର ମନ୍ତ୍ରୀ ଡା. ଏଲ୍. ମୁରୁଗନଙ୍କ ଉପସ୍ଥିତିରେ ଏହା ଘୋଷଣା କରିଛନ୍ତି। ସିନେମା ପ୍ରତି ତାଙ୍କର ଅବଦାନ, ଲୋକପ୍ରିୟ ସଂସ୍କୃତି ଓ ସାମାଜିକ ଭାବରେ ଗୁରୁତ୍ବପୂର୍ଣ୍ଣ କଳାତ୍ମକ କାର୍ଯ୍ୟ ପାଇଁ ମେଗାଷ୍ଟାରଙ୍କୁ ଏହି ପୁରସ୍କାର ଦିଆଯିବ। ଭେଟେରାନ୍ ଅଭିନେତାଙ୍କୁ ଅଭିନନ୍ଦନ ଜଣାଇ ମନ୍ତ୍ରୀ ଶ୍ରୀ ଠାକୁର କହିଛନ୍ତି ଯେ, ଚିରଞ୍ଜିବୀ ୪ ଦଶନ୍ଧି ଧରି ଚଳଚ୍ଚିତ୍ର ଜଗତରେ ଅଭିନୟ କରି ଆସିଛନ୍ତି। ବି‌ଶେଷ କରି ତେଲୁଗୁ ସିନେମାରେ ତାଙ୍କ ଲୋକପ୍ରିୟତା ଅଧିକ। ପୂର୍ବରୁ ୱାହିଦା ରହମାନ, ରଜନୀକାନ୍ତ, ଇଲେୟାରାଜା, ଏସ୍.ପି ବାଲଶୁବ୍ରମନିୟମ, ଅମିତାଭ ବଚ୍ଚନ, ସଲିମ୍ ଖାନ୍, ବିଶ୍ୱଜିତ୍ ଚାଟାର୍ଜୀ, ହେମା ମାଳିନୀ ଏବଂ ପ୍ରସୁନ୍ ଯୋଶୀଙ୍କ ଭଳି ମହାନ କଳାକାର ଏହି ପୁରସ୍କାର ପାଇ  ସମ୍ମାନିତ ହୋଇଛନ୍ତି।

publive-image NewsTap

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe