ଉତ୍ତର କମାଣ୍ଡରେ ସ୍ବଦେଶୀ ୫୫୦ ‘ଆସମି’ ପିସ୍ତଲକୁ ସାମିଲ୍‌ କଲା ଭାରତୀୟ ସେନା

ଭାରତୀୟ ସେନା ଏକ ୫୫୦ ସ୍ବଦେଶୀ ବିକଶିତ ‘ଆସମି’ ପିସ୍ତଲକୁ ସେନାରେ ସାମିଲ୍‌ କରିଛି। ଏହା ହେଉଛି ଶତପ୍ରତିଶତ ଭାରତୀୟ ନିର୍ମିତ ଅସ୍ତ୍ର। ଏହି ଅସ୍ତ୍ରକୁ ଡିଆର୍‌ଡିଓ ସହଭାଗିତାରେ ଭାରତୀୟ ସେନାର କର୍ଣ୍ଣେଲ ପ୍ରସାଦ ବାନସୋଦ ପ୍ରସ୍ତୁତ କରିଛନ୍ତି

UNITED NEWS OF INDIA

ଜାମ୍ମୁ: ଭାରତୀୟ ସେନା ଏକ ୫୫୦ ସ୍ବଦେଶୀ ବିକଶିତ ‘ଆସମି’ ପିସ୍ତଲକୁ ସେନାରେ ସାମିଲ୍‌ କରିଛି। ଏହା ହେଉଛି ଶତପ୍ରତିଶତ ଭାରତୀୟ ନିର୍ମିତ ଅସ୍ତ୍ର।

ଏହି ଅସ୍ତ୍ରକୁ ଡିଆର୍‌ଡିଓ ସହଭାଗିତାରେ ଭାରତୀୟ ସେନାର କର୍ଣ୍ଣେଲ ପ୍ରସାଦ ବାନସୋଦ ପ୍ରସ୍ତୁତ କରିଛନ୍ତି ଏବଂ ହାଇଦ୍ରାବାଦରେ ଏକ ଭାରତୀୟ କମ୍ପାନି ଦ୍ୱାରା ପ୍ରସ୍ତୁତ କରାଯାଉଛି। ଏହି ମେଡ୍-ଇନ୍-ଇଣ୍ଡିଆ ଅସ୍ତ୍ର ‘ଆତ୍ମନିର୍ଭର ଭାରତ’ ପ୍ରତି ସେନାର ପ୍ରତିବଦ୍ଧତାକୁ ସୂଚିତ କରିଛି।

ସେନା ପକ୍ଷରୁ ବି ଏହା କୁହାଯାଇଛି ଯେ, “ଏହି ଶତ ପ୍ରତିଶତ ମେଡ୍-ଇନ୍-ଇଣ୍ଡିଆ ଅସ୍ତ୍ରଶସ୍ତ୍ର ‘ଆତ୍ମନିର୍ଭର ଭାରତ’ର ଅଦମ୍ୟ ପ୍ରତିବଦ୍ଧତାକୁ ଦର୍ଶାଉଛି।’’

ଏହି ପିସ୍ତଲ୍‌ରେ ଆଠ ଇଞ୍ଚ ବ୍ୟାରେଲ ଏବଂ ୩୩ ରାଉଣ୍ଡ ମାଗାଜିନ ୯୯ ମିମି ଗୁଳି ସ୍ବତନ୍ତ୍ରତା ରହିଛି। ଏହା ଉତ୍ତର-କମାଣ୍ଡର ଅପରେସନ୍ ଅଞ୍ଚଳରେ ବିଶେଷ ଅପରେସନ୍ ପାଇଁ ନିୟୋଜିତ ହେବ ବୋଲି ସ୍ଥିର ହୋଇଛି।

ଉତ୍ତର କମାଣ୍ଡରେ ସେନାର ସ୍ୱତନ୍ତ୍ର ବାହିନୀକୁ୫୫୦ ୯ × ୧୯ ମିମି ‘ଆସମି’  ପିସ୍ତଲ ଯୋଗାଇବା ପାଇଁ ଲୋକେଶ ମେସିନ୍ ଲିମିଟେଡକୁ ଚଳିତ ବର୍ଷ ଏପ୍ରିଲରେ ଚୁକ୍ତିନାମା ପ୍ରଦାନ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe