ୟୁକ୍ରେନ୍‌ର କୁର୍ସ୍କ ଆକ୍ରମଣରେ ୫୬ ମୃତ, ୭୭୦ ନିଖୋଜ: ରୁଷ୍‌

Advertisment

ୟୁକ୍ରେନ୍‌ ସେନାର କୁର୍ସ୍କ ଅଞ୍ଚଳରେ  ଆକ୍ରମଣ ଯୋଗୁଁ ରୁଷ୍‌ର ୫୬ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ୨୬୬ ଆହତ ହୋଇଛନ୍ତି। ଏହି ଆକ୍ରମଣ ପରଠାରୁ ୭୭୦ ଜଣ ନିଖୋଜ ଅଛନ୍ତି ବୋଲି ରୁଷ୍‌ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ୟୁକ୍ରେନ୍‌ ସେନାର କୁର୍ସ୍କ ଅଞ୍ଚଳରେ  ଆକ୍ରମଣ ଯୋଗୁଁ ରୁଷ୍‌ର ୫୬ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ୨୬୬ ଆହତ ହୋଇଛନ୍ତି। ଏହି ଆକ୍ରମଣ ପରଠାରୁ ୭୭୦ ଜଣ ନିଖୋଜ ଅଛନ୍ତି ବୋଲି ରୁଷ୍‌ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

hfkhfkhfhkuku

ମସ୍କୋ: ୟୁକ୍ରେନ୍‌ ସେନାର କୁର୍ସ୍କ ଅଞ୍ଚଳରେ  ଆକ୍ରମଣ ଯୋଗୁଁ ରୁଷ୍‌ର ୫୬ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ୨୬୬ ଆହତ ହୋଇଛନ୍ତି। ଏହି ଆକ୍ରମଣ ପରଠାରୁ ୭୭୦ ଜଣ ନିଖୋଜ ଅଛନ୍ତି ବୋଲି ରୁଷ୍‌ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ଏହି ଅଂଚଳରୁ ୟୁକ୍ରେନ୍‌ ସେନାକୁ ହଟାଇବାରେ ରୁଷ୍‌ ସଫଳ ହୋଇଛି ବୋଲି ଦାବି କରିଛି। ଯୁଦ୍ଧକ୍ଷେତ୍ରରେ ଗତ ୭ ସପ୍ତାହ ଧରି ୟୁକ୍ରେନ୍‌ ଅଧିକ ଆକ୍ରମଣାତ୍ମକ  ହୋଇଥିବା ବେଳେ  କୁର୍ସ୍କ ଦଖଲ ଅଭିଯାନରେ ଏହାକୁ ସଫଳତା ମିଳିନାହିଁ।

ରୁଷ୍‌ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଜାରି ସୂଚନାରେ, ଅଗଷ୍ଟ ୬ ତାରିଖଠାରୁ  ରୁଷ୍‌ର ଆଭ୍ୟନ୍ତରୀଣ ଅଞ୍ଚଳରେ ୟୁକ୍ରେନ୍‌ ଆକ୍ରମଣ ଜାରି ରଖିଛି। ୟୁକ୍ରେନ୍‌ର କୁର୍ସ୍କ  ଦଖଲ ଅଭିଯାନରେ ସେପ୍ଟମ୍ବର ୫ ତାରିଖ ସୁଦ୍ଧା ୩୧ଜଣ   ନାଗରିକଙ୍କ ମୃତ୍ୟୁ ଘଟିଥିଲା। ସେପ୍ଟମ୍ବର ୨୦ ତାରିଖ ସୁଦ୍ଧା ଏହା ବୃଦ୍ଧି ପାଇ ୫୬‌ ଛୁଇଁଛି। ଏହାସହ ୧ଲକ୍ଷ ୩୧ ହଜାର  ନାଗରିକ ନିଜ ଘରଦ୍ବାର ଛାଡ଼ି ଚାଲିଯାଇଛନ୍ତି। ସାଧାରଣ ନାଗରିକଙ୍କ ଇଚ୍ଛା ବିରୋଧରେ ୟୁକ୍ରେନ୍‌ ସେନାବାହିନୀ ୭୦ରୁ ୧୨୦ଜଣଙ୍କୁ ଅଟକ ରଖିଛି। ରୁଷ୍‌ର ଏହି ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ୟୁକ୍ରେନ୍‌ର ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର ହେୟିଓରିହି ତାୟଖେଇ କହିଛନ୍ତି, ୟୁକ୍ରେନ୍‌  ଆନ୍ତର୍ଜାତିକ ମାନବୀୟ ଆଇନକୁ ପାଳନ କରେ। ଆମେ ସାଧାରଣ ନାଗରିକଙ୍କ ଉପରେ କେବେ ଆକ୍ରମଣ କରୁନାହୁଁ।   ଯଦି ରୁଷ୍‌ ଯୁଦ୍ଧକ୍ଷେତ୍ରର ବାସ୍ତବ ସ୍ଥିତି ସମ୍ପର୍କରେ ଜଣାଇବାକୁ ଚାହୁଁଛି ତେବେ ଅନ୍ତର୍ଜାତୀୟ ତଦନ୍ତକାରୀ ସଂସ୍ଥାକୁ କୁର୍ସ୍କ ଯିବାକୁ ସୁଯୋଗ ଦେଉ ବୋଲି ୟୁକ୍ରେନ୍‌ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe