ଭାରତରେ ଘଣ୍ଟାକୁ ୫୬ ହଜାର ମୋବାଇଲ ବିକ୍ରି

Advertisment

ପାର୍ବଣରେ ୪୦ ହଜାର କୋଟି ଟଙ୍କାର ଅନଲାଇନ୍‌ କାରବାର

ପାର୍ବଣରେ ୪୦ ହଜାର କୋଟି ଟଙ୍କାର ଅନଲାଇନ୍‌ କାରବାର

ଘୁମୁସର ଉଦୟଗିରିରେ ବଢୁଛି ମୋବାଇଲ ଫୋନ୍‌ ଚୋରଙ୍କ ଦୌରାତ୍ମ୍ୟ

ବେଙ୍ଗାଲୁରୁ : ଚଳିତବର୍ଷ ପାର୍ବଣରେ ଅନଲାଇନ୍‌ ବିକ୍ରେତାମାନେ ବିପୁଳ ମାତ୍ରାରେ ବ୍ୟବସାୟ କରିଛନ୍ତି। ଭାରତରେ ଅନଲାଇନରେ ଗତ ସେପ୍ଟେମ୍ବର ୨୨ରୁ ୩୦ ତାରିଖ ମଧ୍ୟରେ ୫.୭ ବିଲିଅନ ଡଲାର ( ପ୍ରାୟ ୪୦ ହଜାର କୋଟି ଟଙ୍କା) ମୂଲ୍ୟର ସାମଗ୍ରୀ ବିକ୍ରି ହୋଇଛି। ଗତବର୍ଷ ତୁଳନାରେ ଏଥିରେ ୨୭ ପ୍ରତିଶତ ବୃଦ୍ଧି ଘଟିଛି। ଏଥିରେ ମୋବାଇଲ ଫୋନର ଯୋଗଦାନ ସର୍ବାଧିକ ବା ୪୧ ପ୍ରତିଶତ ରହିଛି। ଘଣ୍ଟାକୁ ପାଖାପାଖି ୫୬ ହଜାର ସଂଖ୍ୟକ ମୋବାଇଲ ଫୋନ ବିକ୍ରି ହୋଇଛି। ବଜାର ଗବେଷଣା ଫାର୍ମ ରେଡ୍‌ସିଅର ଷ୍ଟ୍ରାଟେଜି କନସଲଣ୍ଟାଣ୍ଟସ୍‌ ପକ୍ଷରୁ ପ୍ରସ୍ତୁତ ରିପୋର୍ଟରୁ ଏହା ଜଣାଯାଇଛି।

ଫେଷ୍ଟିଭ ସେଲ୍‌ ଆରମ୍ଭର ପ୍ରଥମ ସପ୍ତାହରେ ସାଢ଼େ ସାତରୁ ୮ କୋଟି ଗ୍ରାହକ ସାମଗ୍ରୀ କିଣିବା ପାଇଁ ଅର୍ଡର ଦେଇଥିଲେ। ଉକ୍ତ ସମୟ ମଧ୍ୟରେ ଗ୍ରାହକଙ୍କ ସଂଖ୍ୟାରେ ପ୍ରାୟ ୨୪ ପ୍ରତିଶତ ବୃଦ୍ଧି ଘଟିଛି। ମୋଟ ବିକ୍ରି ରାଶିରେ ଫ୍ଲିପକାର୍ଟ ଗ୍ରୁପ୍‌ (ଫ୍ଲିପକାର୍ଟ, ମିନ୍ତ୍ରା ଏବଂ ସପ୍‌ସି)ର ଯୋଗଦାନ ସର୍ବାଧିକ ବା ୬୨ ପ୍ରତିଶତ ରହିଛି। ଏହା ପଛକୁ ମେସୋ ଦ୍ବିତୀୟ ସ୍ଥାନରେ ଅଛି। ୨୧ ପ୍ରତିଶତ ବଜାରଅଂଶ ସହିତ ଏହି କମ୍ପାନି ଦ୍ବିତୀୟ ସ୍ଥାନ ହାସଲ କରିଛି।

ଅନଲାଇନ ବିକ୍ରିରେ ମୋବାଇଲ ଫୋନ ସବୁଠୁ ଆଗରେ ରହିଛି। ଏହା ପଛକୁ ରହିଛି ଫେସନ ସାମଗ୍ରୀ। ମୋଟ ବିକ୍ରି ରାଶିରେ ଫେସନର ଯୋଗଦାନ ୨୦ ପ୍ରତିଶତ ରହିଛି। ପୂର୍ବବର୍ଷ ପାର୍ବଣ ତୁଳନାରେ ଚଳିତବର୍ଷ ପାର୍ବଣରେ ‌ଫେସନ ସାମଗ୍ରୀ ବିକ୍ରିରେ ୪୮ ପ୍ରତିଶତ ବୃଦ୍ଧି ଘଟିଛି ବୋଲି ରେଡସିଅର ଷ୍ଟ୍ରାଟେଜି କନସଲଟାଣ୍ଟସର ଆସୋସିଏଟ ପାର୍ଟନର ସଂଜୟ ‌କୋଠାରୀ କହିଛନ୍ତି। ସେପ୍ଟେମ୍ବର ୨୨ରୁ ୩୦ ତାରିଖ ମଧ୍ୟରେ ଗ୍ରାହକଙ୍କ ଖର୍ଚ୍ଚ କିନ୍ତୁ ୩ ପ୍ରତିଶତ ବୃଦ୍ଧି ଘଟିଛି। ଫେଷ୍ଟିଭ ସେଲ୍‌ର ପ୍ରଥମ ୪ ଦିନରେ ଇ-କମର୍ସ ପ୍ଲାଟଫର୍ମରେ ‌ମୋଟ ବିକ୍ରି ରାଶି ୨୪୫୦୦ କୋଟି ଟଙ୍କା ବା ପ୍ରାୟ ୩.୫ ବିଲିଅନ ଡଲାର ରହିଛି। ୪ ଦିନ ମଧ୍ୟରେ ପାଖାପାଖି ୫.୫ କୋଟି ଗ୍ରାହକ ଅନଲାଇନ୍‌ରେ କିଣାକିଣି କରିଛନ୍ତି। ଫଳରେ ଏହି ୪ ଦିନରେ ଦୈନିକ ହାରାହାରି ବିକ୍ରି ରାଶି ୫.୪ ଗୁଣା ବୃଦ୍ଧି ଘଟିଛି। ପାର୍ବଣ ବିକ୍ରି ସାଧାରଣତଃ ଦୀପାବଳି ପର୍ଯ୍ୟନ୍ତ ଜାରି ରହିଥାଏ। ତେଣୁ ଆସନ୍ତା ଦୀପାବଳି ପର୍ଯ୍ୟନ୍ତ ଅର୍ଥାତ ପାର୍ବଣ ମାସରେ ମୋଟ ବିକ୍ରି ରାଶି ୧୧.୮ ବିଲିଅନ ଡଲାର ରହିବ ବୋଲି ରେଡ୍‌ସିଅର ପକ୍ଷରୁ ଆକଳନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe