କିସ୍ତୱାରରେ କାରରୁ ମିଳିଲା ୫୬୦ ଜିଲେଟିନ ଷ୍ଟିକ୍

କିସ୍ତୱାରରେ କାରରୁ ମିଳିଲା ୫୬୦ ଜିଲେଟିନ ଷ୍ଟିକ୍

ଜମ୍ମୁ: ଜମ୍ମୁ-କାଶ୍ମୀରର କିସ୍ତୱାର ଜିଲ୍ଲାରେ ଏକ କାରରେ ପ୍ରାୟ ୭୦ କିଲୋଗ୍ରାମ ଓଜନର ୫୬୦ ଜିଲେଟିନ୍ ଷ୍ଟିକ୍ ମିଳିବା ପରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ ସୋମବାର କହିଛନ୍ତି। ସଡ଼କ ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ଏହି ବିସ୍ଫୋରକ ପଦାର୍ଥ ଉକ୍ତ ବ୍ୟକ୍ତିଙ୍କ ଦ୍ବାରା ବେଆଇନ ଭାବେ ପରିବହନ କରାଯାଉଥିଲା ବୋଲି କିସ୍ତୱାରର ବରିଷ୍ଠ ପୁଲିସ ଅଧୀକ୍ଷକ ଖଲିଲ ପୋସୱାଲ କହିଛନ୍ତି।

ସେ କହିଛନ୍ତି ଯେ, ରବିବାର ଜେଲନା ଗ୍ରାମରେ ନିର୍ଦ୍ଦିଷ୍ଟ ସୂଚନାକୁ ଭିତ୍ତି କରି ପୁଲିସ ଏବଂ ସୁରକ୍ଷା ବାହିନୀର ମିଳିତ ଯାଞ୍ଚ ଦଳ କାରକୁ ଅଟକାଇ ଜିଲେଟିନ ଷ୍ଟିକ୍‌ଗୁଡ଼ିକୁ ଜବତ କରିଛି। ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ, ଏହି ସାମଗ୍ରୀକୁ ଗାଡିଗଡରୁ ପଦ୍ଦର ପର୍ଯ୍ୟନ୍ତ ରାସ୍ତା ନିର୍ମାଣରେ ସମ୍ପୃକ୍ତ କଣ୍ଟ୍ରାକ୍ଟର ପରିବହନ କରୁଥିଲେ। ଏହାର ଚୋରାଚାଲାଣକୁ ରୋକିବା ପାଇଁ ଏଭଳି ସାମଗ୍ରୀ ପରିବହନ ଲାଗି ଏକ ନିର୍ଦ୍ଦିଷ୍ଟ ପଦ୍ଧତି ଅଛି। ଜିଲେଟିନ୍ ଷ୍ଟିକ୍‌ର ବେଆଇନ ପରିବହନର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ ପାଇଁ ମାମଲା ରୁଜୁ କରାଯାଇଛି। ସମ୍ପୃକ୍ତ କଣ୍ଟ୍ରାକ୍ଟରଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe