୫୬ ହଜାର ନୂଆ ଆକ୍ରାନ୍ତ: ମୃତ୍ୟୁସଂଖ୍ୟା ୪୦ ହଜାର ଟପିଲା, ଆରୋଗ୍ୟ ହାର ୬୭.୬୨%

Advertisment
ଭାରତରେ କୋଭିଡ୍‌ ଆରୋଗ୍ୟ ହାର ୭୦% ଟପିଲା, ଦିନକରେ ରେକର୍ଡ ୫୬ ହଜାର ସୁସ୍ଥ

ନୂଆଦିଲ୍ଲୀ : ଦେଶରେ କୋଭିଡ୍‌ ସଂକ୍ରମଣ ଦିନକୁ ଦିନ ଭୟାନକ ରୂପ ନେଉଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୬ ହଜାର ୨୮୨ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ୯୦୪ ଜଣଙ୍କ ମୃତ୍ୟୁ ହୋଇଛି। ଦେଶରେ ମୋଟ୍‌ ସଂକ୍ରମଣ ମାମଲା ୧୯ ଲକ୍ଷ ୬୪ ହଜାର ୫୩୬କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷେ ମୃତ୍ୟୁସଂଖ୍ୟା ୪୦ ହଜାର ୬୯୯କୁ ବୃଦ୍ଧି ପାଇଛି। ଦେଶରେ ୧୩ ଲକ୍ଷ ୨୮ ହଜାର ୩୩୬ ଜଣ କରୋନାରୁ ଆରୋଗ୍ୟ ହୋଇଛନ୍ତି। ମୋଟ୍‌ ଆରୋଗ୍ୟ ହାର ୬୭.୬୨ ପ୍ରତିଶତକୁ ବୃଦ୍ଧି ପାଇଛି। ଦେଶରେ ୫ ଲକ୍ଷ ୯୫ ହଜାର ୫୦୧ ସକ୍ରିୟ ମାମଲା ରହିଛି। ମୃତ୍ୟୁହାର ମଧ୍ୟ ୨.୦୭ ପ୍ରତିଶତକୁ କମି ଯାଇଛି। ଦେଶରେ ମୋଟ୍‌ ମୃତ୍ୟୁସଂଖ୍ୟା ୪୦ ହଜାର ଟପିବା ସହ ଭାରତ ଏବେ ମୃତ୍ୟୁସଂଖ୍ୟାରେ ବିଶ୍ବର ପଞ୍ଚମ ସ୍ଥାନରେ ରହିଛି। ପ୍ରଥମ ଥର ପାଇଁ ଦେଶରେ ମୃତ୍ୟୁ ସଂଖ୍ୟା ୯୦୦ ଟପିଛି। ଅଗଷ୍ଟ ୧ରେ ମୃତ୍ୟୁସଂଖ୍ୟା ସର୍ବାଧିକ ୮୪୮ ଥିଲା। ଦେଶରେ ୩୦ ଦିନରେ ୨୦ ହଜାର ମୃତ୍ୟୁସଂଖ୍ୟା ରେକର୍ଡ କରାଯାଇଛି। ଅନ୍ୟପକ୍ଷେ ଗତ ୧୩ ଦିନରେ ୧୦ ହଜାର ଏବଂ ୬ ଦିନରେ ପ୍ରାୟ ୫ ହଜାର ମୃତ୍ୟୁ ହୋଇଛି। ବୁଧବାର ମଧ୍ୟ ଦେଶରେ ସର୍ବାଧିକ ୫୧ ହଜାର ୭୦୬ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ତେବେ ଦେଶରେ ଆରୋଗ୍ୟ ହାର ୬୭.୬୨ ପ୍ରତିଶତକୁ ବୃଦ୍ଧି ପାଇବା ସହ ସକ୍ରିୟ ମାମଲା ମଧ୍ୟ କମିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe