ନୂଆଦିଲ୍ଲୀ: ଦେଶରେ କୋଭିଡ୍ର ତୃତୀୟ ଲହର ପ୍ରକୋପ ଦ୍ବିତୀୟ ଲହର ତୁଳନାରେ ଯଥେଷ୍ଟ କମ୍ ଥିଲେ ମଧ୍ୟ ପ୍ରାୟ ସବୁ ଅଂଚଳରେ ସଂକ୍ରମଣର ପ୍ରକୋପ ଜାରି ରହିଛି। ଆଜି ସକାଳ ୮ଟା ସୁଦ୍ଧା ବିଗତ ୨୪ ଘଣ୍ଟାରେ ୨,୮୬,୩୮୪ ନୂଆ କରୋନା ମାମଲା ସାମ୍ନାକୁ ଆସିଛି। ଦେଶରେ ସଂକ୍ରମଣର ମୋଟ ମାମଲା ୪ କୋଟି ଅତିକ୍ରମ କରିଯାଇଥିବା ବେଳେ ୨୪ ଘଣ୍ଟାରେ ୫୭୩ ଜଣ କୋଭିଡ୍ ରୋଗୀଙ୍କ ମୃତ୍ୟୁ ହୋଇଛି । ଆଜି ସୁଦ୍ଧା ଦେଶରେ କରୋନା ଯୋଗୁଁ ୪,୯୧,୭୦୦ ଲୋକଙ୍କ ମୃତ୍ୟୁ ଘଟିଚି । ଦେଶରେ ସକ୍ରିୟ ମାମଲା ଆଜି ୨୨ ଲକ୍ଷରୁ ଅଧିକ ରହିଛି ଏବଂ ଗତ ୨୪ ଘଣ୍ଟାରେ ୩,୦୬,୩୫୭ କୋଭିଡ୍ ରୋଗୀ ସୁସ୍ଥ ହୋଇଛନ୍ତି। ଦେଶରେ ଆରୋଗ୍ୟ ହାର ୯୩.୩୩ ପ୍ରତିଶତ ରହିଛି। ଦୈନିକ ସଂକ୍ରମଣ ହାର ୧୯.୫୯ ପ୍ରତିଶତ ରହିଥିବା ବେଳେ ସାପ୍ତାହିକ ସଂକ୍ରମଣ ହାର ୧୭.୭୫ ପ୍ରତିଶତ ରହିଛି। ବିଭିନ୍ନ ଅଂଚଳରେ ସଂକ୍ରମଣ ସ୍ଥିତିରେ ଦ୍ରୁତ ସୁଧାର ଦେଖିବାକୁ ମିଳିଛି । ଦିଲ୍ଲୀରେ କରୋନା ନିୟନ୍ତ୍ରଣକୁ ଆସିଛି ଏବଂ ଆଜି ୫ ହଜାରରୁ କମ୍ ନୂଆ ସଂକ୍ରମଣ ମାମଲା ଆସିବା ଆଶ୍ବସ୍ତିର କାରଣ ହୋଇଛି। ହରିୟାଣା ସରକାର ରାଜ୍ୟରେ କୋଭିଡ୍ କଟକଣାକୁ ୧୦ ଫେବ୍ରୁଆରି ପର୍ଯ୍ୟନ୍ତ ବଢ଼ାଇବାକୁ ଘୋଷଣା କରିଛନ୍ତି। ଆଜି ସୁଦ୍ଧା ଦେଶରେ ୭୨.୨୧ କୋଟି କୋଭିଡ୍ ନମୁନା ପରୀକ୍ଷା ହୋଇଥିବା ବେଳେ ୧୬୩.୮୪ କୋଟି କୋଭିଡ୍ ଡୋଜ୍ ପ୍ରଦାନ କରାଯାଇଛି।
ଦିନକରେ ୫୭୩ ମୃତ୍ୟୁ: ଦିଲ୍ଲୀ ସଂକ୍ରମଣ ହାର ୯.୫%କୁ ଖସିଲା, ୪୨୯୧ ନୂଆ ସଂକ୍ରମଣ
Advertisment
Follow Us