PIB
ନୂଆଦିଲ୍ଲୀ: ଆଜି ସୁଦ୍ଧା ସମଗ୍ର ଦେଶରେ ମୋଟ ୫,୭୩୪ଜଣ କରୋନା ଭାଇରସ୍ ବା କୋଭିଡ୍-୧୯ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏଥିମଧ୍ୟରୁ ୫୪୯ ଜଣ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ଵାଲ। ତେବେ, ଏହି ଆକ୍ରାନ୍ତମାନଙ୍କ ମଧ୍ୟରୁ ୪୭୩ ଜଣ କରୋନାରୁ ଆରୋଗ୍ୟ ଲାଭ କରି ହସ୍ପିଟାଲରୁ ନିଜ ନିଜ ଘରକୁ ଫେରି ଯାଇଥିବା ସେ ସୂଚନା ଦେଇଛନ୍ତି।
ସେହିପରି ଆଜି ସୁଦ୍ଧା ସମଗ୍ର ଦେଶରେ ୧୬୬ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୧୭ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା କହିଛନ୍ତି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ଵାଲ।
ସେହିପରି ଦେଶରେ କରୋନା ମୁକାବିଲାକୁ ଆହୁରି ଦୃଢ଼ ଓ ତ୍ୱରାନ୍ଵିତ କରିବା ପାଇଁ ଗୋଟିଏ ମନ୍ତ୍ରୀ ଗୋଷ୍ଠୀ ସହ ୧୦ଟି ଉଚ୍ଚ କ୍ଷମତା ସଂପନ୍ନ କେନ୍ଦ୍ରୀୟ କମିଟି କେନ୍ଦ୍ର ସରକାର ଗଠନ କରିଥିବା କହିଛନ୍ତି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ଵାଲ।
Follow Us